ଦୁର୍ଘଟଣାର ସମ୍ମୁଖୀନ ହେଲେ ଦିବ୍ୟଙ୍କା ତ୍ରିପାଠୀ, ଲାଇଭ ସେସନ ରଦ୍ଦ କରି ହସ୍ପିଟାଲ ପହଞ୍ଚିଲେ ସ୍ୱାମୀ ବିବେକ ଦାହିୟା

ଟେଲିଭିଜନ ଷ୍ଟାର ଦିବ୍ୟଙ୍କା ତ୍ରିପାଠୀ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଅଭିନେତ୍ରୀଙ୍କ ଟିମ ଇନଷ୍ଟାଗ୍ରାମରେ ତାଙ୍କୁ ଏବଂ ସ୍ୱାମୀ ବିବେକ ଦାହିୟାଙ୍କ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ବିବେକ ଦାହିୟାଙ୍କ PR ଟିମ୍ ଅଧିକ ସୂଚନା ଦେଇନାହାଁନ୍ତି, କିନ୍ତୁ ପ୍ରକାଶ କରିଛନ୍ତି ଯେ ଦିବ୍ୟଙ୍କାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଥିପାଇଁ ଲାଇଭ୍ ସେସନକୁ ବାତିଲ କରିବାକୁ ପଡିଥିଲା ।

ଟେଲିଭିଜନ ଷ୍ଟାର ଦିବ୍ୟଙ୍କା ତ୍ରିପାଠୀ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଅଭିନେତ୍ରୀଙ୍କ ଟିମ ଇନଷ୍ଟାଗ୍ରାମରେ ତାଙ୍କୁ ଏବଂ ସ୍ୱାମୀ ବିବେକ ଦାହିୟାଙ୍କ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ବିବେକ ଦାହିୟାଙ୍କ PR ଟିମ୍ ଅଧିକ ସୂଚନା ଦେଇନାହାଁନ୍ତି, କିନ୍ତୁ ପ୍ରକାଶ କରିଛନ୍ତି ଯେ ଦିବ୍ୟଙ୍କାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଥିପାଇଁ ଲାଇଭ୍ ସେସନକୁ ବାତିଲ କରିବାକୁ ପଡିଥିଲା । ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ସୁସ୍ଥ ହେବା ମାତ୍ରେ ସେ ବିବେକ ଲାଇଭ୍ ସେସନ ପାଇଁ ଆସିବେ ।

ଦିବ୍ୟଙ୍କା ତ୍ରିପାଠୀ ଯିଏକି ନିକଟରେ ଟେଲିଭିଜନରେ ‘ଅଦୃଶ୍ୟମ’ରେ ଜଣେ ଗୁପ୍ତ ଏଜେଣ୍ଟ ଭାବରେ ଅଭିନୟ କରି ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରିଥିଲେ । ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଏବଂ ଏବେ ହସ୍ପିଟାଲରେ ଅଛନ୍ତି । ଦିବ୍ୟଙ୍କା ତ୍ରିପାଠୀ-ବିବେକ ଦହିୟାଙ୍କ PR ଟିମ୍ ଫ୍ୟାନମାନଙ୍କୁ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଦିବ୍ୟଙ୍କା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଏବଂ ଆଜି ସର୍ଜରୀ କରାଯିବ । ଏହି ପୋଷ୍ଟରେ ଲେଖାଅଛି, ‘ଆସନ୍ତାକାଲି ପାଇଁ ବିବେକଙ୍କ ଲାଇଭ ସେସନ ବାତିଲ ହୋଇଥିବାରୁ ଆମେ ଦୁଃଖିତ ।

ଦିବ୍ୟାଙ୍କା କିଛି ଘଣ୍ଟା ପୂର୍ବରୁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏବଂ ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି । ସେ ଠିକ ହେବା ପରେ ବିବେକ ଆପଣଙ୍କୁ ସମସ୍ତଙ୍କୁ ଭେଟିବେ । ଆପଣଙ୍କୁ ବୁଝାମଣା ଏବଂ ସମର୍ଥନ ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ ଏବଂ ଦିବ୍ୟଙ୍କାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ । ରୋହିତ ଶେଟ୍ଟୀଙ୍କ ଶୋ ‘ଖତରୋ କେ ଖିଲାଡି ୧୩’ରେ ଧୁମ ମଚେଇଥିବା ଦିବ୍ୟଙ୍କା ତ୍ରିପାଠୀ ଗତକାଲି ଅର୍ଥାତ ୧୮ ଏପ୍ରିଲରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଯାହା ପରେ ଅଭିନେତ୍ରୀଙ୍କର ଆଜି ସର୍ଜରୀ ହେବ ।

ଗତ ବର୍ଷ ଅଗଷ୍ଟରେ, ଦୁଇଟି ଲିଗାମେଣ୍ଟ ଫାଟିଯାଇଥିଲା ଯେଉଁଥିପାଇଁ ଦିବ୍ୟଙ୍କାଙ୍କ ସର୍ଜରୀ ହୋଇଥିଲା ଏବେ କିଛି ମାସ ପରେ ସେ ପୁଣି ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି । ବିବେକ ତାଙ୍କ ଇନଷ୍ଟାଗ୍ରାମ ଆଇଜି ଷ୍ଟୋରିରେ ଏକ ଏକ୍ସ-ରେ ରିପୋର୍ଟ ସେୟାର କରିଛନ୍ତି ଯେଉଁଥିରେ ଲେଖାଥିଲା, ‘ଦିବ୍ୟଙ୍କାଙ୍କ କାନ୍ଧର ଦୁଇଟି ହାଡ ଭାଙ୍ଗି ଯାଇଛି ଏବଂ ତାଙ୍କର କାଲି ସର୍ଜରୀ ହେବ । କିନ୍ତୁ ସେ ଏବେ ସୁରକ୍ଷିତ ଅଛନ୍ତି ।

ସୂଚନାଯୋଗ୍ୟ, ବିବେକ ଦାହିୟା ଏବଂ ଦିବ୍ୟଙ୍କା ତ୍ରିପାଠୀ ସେମାନଙ୍କର ଲୋକପ୍ରିୟ ଟେଲିଭିଜନ ଶୋ ‘ୟେ ହେ ମୋହାବତେ’ର ସେଟରେ ଦେଖା ହୋଇଥିଲେ ଏବଂ ଏହା ପରେ ବନ୍ଧୁ ହେଲେ । ଦୁହେଁ ଜୁଲାଇ ୮, ୨୦୧୬ ରେ ବିବାହ କରିଥିଲେ । ଉଭୟ ‘ନାଚ୍ ବାଲିୟେ ୮’ ରେ ମଧ୍ୟ ଏକାଠି ଅଂଶଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.