ମହଙ୍ଗା ପଡିଲା ରାଜନୀତି ସଭାରେ ଯୋଗ ଦେବା, ଶିକ୍ଷକ ହୋଇଗଲେ ନିଲମ୍ବିତ

ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଏକ ରାଜନୈତିକ ଦଳର ଦଳୀୟ ସଭାରେ ଯୋଗ ଦେଇଥିଲେ। ତେଣୁ ଗୁରୁବାର ତାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ।

କଣ୍ଟାମାଳ (କେନ୍ୟୁଜ) : ବେଳା ଖରାପ ପଡିଲା ଏହି ଶିକ୍ଷକଙ୍କୁ । ସେଥିପାଇଁ ତ ରାଜନୀତି ସଭାରେ ଯୋଗ ଦେଇ ହୋଇଗଲେ ନିଲମ୍ବିତ । ହଁ ଆଜ୍ଞା ଚିତ୍ରରେ ଯେଉଁ ଶିକ୍ଷକଙ୍କୁ ଆପଣ ଦେଖୁଛନ୍ତି ସେ ହେଲେ ଜଣେ ଶିକ୍ଷକ । ଯିଏ କି ଏବେ ହୋଇଛନ୍ତି ହଟହଟା । ପୁଣି ଜଣେ ଶିକ୍ଷକଙ୍କୁ ନିର୍ବାଚନ ଅଧିକାରୀଙ୍କ ଛାଟ।

ରାଜନୀତିକ ସଭାରେ ଯୋଗ ଦେବା ମହଙ୍ଗା ପଡିଲା ଏହି ଶିକ୍ଷକଙ୍କୁ । ସେ କଣ ଆପଣ ଜାଣିଛନ୍ତି ତାଙ୍କ ଉବି ଏମିତି ଭାଇରାଲ ହେଇଯିବ ବୋଲି । ଆଉ ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯିବ ବୋଲି । ସେ କଣ ବା ଆଉ କରିବେ ଭୁଲ ତ କରିଦେଇଛନ୍ତି ଆଉ ।

କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବଉଳସିଙ୍ଗା ସରକାରୀ ଅପର ପ୍ରାଇମେରି ସ୍କୁଲର ସହକାରୀ ଶିକ୍ଷକ ରୋହିତେଶ୍ୱର ମଲ୍ଲିକ । ଯିଏକି ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଏକ ରାଜନୈତିକ ଦଳର ଦଳୀୟ ସଭାରେ ଯୋଗ ଦେଇଥିଲେ। ତେଣୁ ଗୁରୁବାର ତାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଥିବାବେଳେ ଜଣଙ୍କୁ କରାଯାଇଥିଲା ନିଲମ୍ବନ । ଆଉ ଆଜି ପୁଣି ଜଣେ ଜଣେ ଶିକ୍ଷକ ହୋଇଛନ୍ତି ନିଲମ୍ବନ । ଶିକ୍ଷକ ଜଣକ ନିର୍ବାଚନ ସଭାରେ ଯୋଗ ଦେଇଥିବା ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପରେ ନିର୍ବାଚନ ଅଧିକାରୀ ଶିକ୍ଷକ ଜଣଙ୍କୁ ନିଲମ୍ବନ କରିଛନ୍ତି । ଏପର୍ଯ୍ୟନ୍ତ ମୋଟ ୨ଜଣ ଶିକ୍ଷକ ନିଲମ୍ବନ ଓ ଜଣଙ୍କୁ ବଦଳି କରିଛନ୍ତି ନିର୍ବାଚନ ଅଧିକାରୀ । ତେବେ ଏହାକୁ ନେଇ ଶିକ୍ଷକଙ୍କର କୌଣସି ପ୍ରତିକ୍ରୀୟା ମିଳିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.