ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା: ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା, ଭୁବନେଶ୍ୱରରେ ତାତି ୩୯.୮ ଡିଗ୍ରୀ

ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ଝାରସୁଗୁଡାର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ଥିବା ବେଳେ କେନ୍ଦୁଝରରେ ମଧ୍ୟ ୩୯.୮ ଡିଗ୍ରୀ ତାପେମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ୍‌):  ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ଝାରସୁଗୁଡାର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ଥିବା ବେଳେ କେନ୍ଦୁଝରରେ ମଧ୍ୟ ୩୯.୮ ଡିଗ୍ରୀ ତାପେମାତ୍ରା ରେକର୍ଡ ହୋଇଛି ।

ସେହିପରି ରାଉରକେଲାରେ ୩୯.୬ ଡିଗ୍ରୀ ପାରଦ ଥିବା ବେଳେ ଚାନ୍ଦବାଲିରେ ୩୯ ଡିଗ୍ରୀ, ସମ୍ବଲପୁରରେ ୩୮.୮ ଡିଗ୍ରୀ ସେଲସିୟସ ରହିଛି । ଆଗକୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ । ୨୧ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର ।

ଆଜି, ଆସନ୍ତାକାଲି ଓ ୨୧ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଡହଡହ ଖରାରେ ଅସ୍ତବ୍ୟସ୍ତ ଲୋକେ। ଆଜି ଅତି ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ବି ଜାରି ରହିବ ଗ୍ରୀଷ୍ମଲହରୀ ।

ଗ୍ରୀଷ୍ମଲହରୀ ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୩ତାରିଖ ପରେ ତାତିରେ ଲାଗି ପାରେ ସାମାନ୍ୟ ବ୍ରେକ। କିଛି କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିପାରେ। ଏପଟେ ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନ ଅନୁଯାୟୀ ୨୬ ଏପ୍ରିଲରୁ ମେ ୨ ମଧ୍ୟରେ ରାଜ୍ୟର କିଛି ଅଞଚ୍ଳରେ ଗ୍ରୀଷ୍ମପ୍ରବାହ ମଧ୍ୟମ ଧରଣର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.