ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା

ଆଜି ଦେଶର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରି ସେଥିରେ ସଚେତନତାର ବାର୍ତ୍ତା ଦେଇଛନ୍ତି ।

ପୁରୀ(କେନ୍ୟୁଜ୍‌): ଆଜି ଦେଶର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରି ସେଥିରେ ସଚେତନତାର ବାର୍ତ୍ତା ଦେଇଛନ୍ତି ।

ସମସ୍ତେ ଗଣତନ୍ତ୍ରର ଏହି ମହାନ୍ ପର୍ବରେ ସାମିଲ୍ ହୋଇ ନିଜ ଅଧିକାର ତଥା ମତଦାନ କରିବାକୁ ସୁଦର୍ଶନ ତାଙ୍କ ବାଲୁକାକଳାରେ ବାର୍ତ୍ତା ଦେଇଛନ୍ତି । ବିଶେଷ କରି ଯୁବପିଢ଼ି ମାନଙ୍କୁ ଏହି ମତଦାନ ପ୍ରକ୍ରିୟାରେ ସାମିଲ ହେବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି ।

ସୁଦର୍ଶନ ତାଙ୍କ ବାଲୁକାକଳାରେ DESH KA GARV ଏବଂ I VOTE FOR SUREର ବାର୍ତ୍ତା ଦେଇ ସମସ୍ତଙ୍କୁ ସଚେତନ କରିଛନ୍ତି । ତେବେ ଏହି ଆକର୍ଷଣୀୟ ବାଲୁକାକଳାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.