ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ: ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନରେ ଚାଲିଛି ମତଦାନ

ଗଣତନ୍ତ୍ର ମହାପର୍ବର ଆଜି ଦ୍ବିତୀୟ ଚରଣ। ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନରେ ଚାଲିଛି ମତଦାନ। କଡ଼ା ସୁରକ୍ଷା ଭିତରେ ଭୋଟ ଦେଉଛନ୍ତି ଜନତା। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ନୂଆଦିଲ୍ଲୀ : ଗଣତନ୍ତ୍ର ମହାପର୍ବର ଆଜି ଦ୍ବିତୀୟ ଚରଣ। ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନରେ ଚାଲିଛି ମତଦାନ। କଡ଼ା ସୁରକ୍ଷା ଭିତରେ ଭୋଟ ଦେଉଛନ୍ତି ଜନତା। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସେମାନଙ୍କ ମଧ୍ୟରେ ୧୦୯୮ ଜଣ ପୁରୁଷ, ୧୦୨ ଜଣ ମହିଳା ଓ ୨ ଜଣ ତୃତୀୟଲିଙ୍ଗୀ ପ୍ରାର୍ଥୀ ଅଛନ୍ତି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।

ଏହି ପର୍ଯ୍ୟାୟରେ ୧୫ କୋଟି ୮୮ ଲକ୍ଷ ଭୋଟର ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରେ ୮ କୋଟି ୮ ଲକ୍ଷ ପୁରୁଷ, ୭ କୋଟି ୮ ଲକ୍ଷ ମହିଳା ଓ ୫୯୨୯ ତୃତୀୟଲିଙ୍ଗୀ ଭୋଟର ସାମିଲ ଅଛନ୍ତି। ୩୪ ଲକ୍ଷ ୮୦ ହଜାର ପ୍ରଥମ ଥର ଭୋଟର ଏହି ପର୍ଯ୍ୟାୟରେ ମତଦାନ କରୁଛନ୍ତି। ସେହିପରି ୨୦ରୁ ୨୯ ବର୍ଷ ବୟସର ୩ କୋଟି ୨୮ ଲକ୍ଷ ଭୋଟର ଏହି ପର୍ଯ୍ୟାୟରେ ମତଦାନ କରିବେ। ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କୁ ଭୋଟ ଫ୍ରମ ହୋମ ସୁବିଧା କରାଯାଇଛି। ୫୦ ପ୍ରତିଶତ ପୋଲିଂ ବୁଥରେ ୱେବ କାଷ୍ଟିଂର ବ୍ୟବସ୍ଥା ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.