ପାଟକୁରାରେ ବାଜି ମାରିଲା ବିଜେଡି, ବିଜୟଙ୍କୁ ହରାଇ ବିଜୟୀ ହେଲେ ସାବିତ୍ରୀ

ପାଟକୁରା(କେନ୍ୟୁଜ୍): ପାଟକୁରାରେ ବାଜି ମାରିଲା ବିଜେଡି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ବିଜୟୀ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ୧୬ ରାଉଣ୍ଡ ସୁଦ୍ଧା ସାବିତ୍ରୀ ଅଗ୍ରଓ୍ଵାଲ ୧୭୨୩୪ ଭୋଟ୍‌ରେ ଆଗୁଆ ଅଛନ୍ତି । ୧୬ ରାଉଣ୍ଡ ସୁଦ୍ଧା ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ୮୯ ହଜାର ୩୮୯ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପାଇଛନ୍ତି ୭୨ ହଜାର ୧୫୫ ଖଣ୍ଡ ଭୋଟ୍‌ । ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମିଳିଛି ୨୦୧୬ ଖଣ୍ଡ ଭୋଟ୍‌ । ଆଉ ଦୁଇ ରାଉଣ୍ଡ ଗଣତି ବାକି ରହିଛି । ୧୧ ଓ ୧୫ ନମ୍ବର ରାଉଣ୍ଡରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଆଗରେ ରହିଥିଲେ । ଏହା ପରେ ବି ବାଜି ମାରିନେଇଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ । ସାବିତ୍ରୀ ଅଗ୍ରଓ୍ଵାଲଙ୍କ ବିଜୟୀ ପରେ ବିଜେଡି କର୍ମୀମାନେ ସେଲିବ୍ରେସନ କରିଛନ୍ତି। ୧୮ଟି ଟେବୁଲ୍‌ରେ ଭୋଟ୍‌ ଗଣତି ହୋଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‌ ଗଣତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.