Below header

ଗୋଟିଏ ଫୁଲ ତିନିଟି ମାଳି, ନବଜାତ ଝିଅର ବାପା ବୋଲି ଦାବିକରି ଡାକ୍ତରଖାନାରେ ହାଜର ତିନିଜଣ ବ୍ୟକ୍ତି

ଗୋଟିଏ ଫୁଲ ହେଲେ ତିନିଟି ମାଳି । ହସ୍ପିଟାଲରେ ଜନ୍ମ ହେଲା ଶିଶୁ କନ୍ୟା । ହେଲେ ନିଜକୁ ପିଲାଟିର ବାପା ବୋଲି ଦାବି କରୁଛନ୍ତି ତିନି ଜଣ ବ୍ୟକ୍ତି । ଘଟଣାଟି ଘଟିଛି କୋଲକାତାର ଏକ ଡାକ୍ତରଖାନାରେ ।

ମିଳିଥିବା ସୂଚନା ମୂତାବକ, କୋଲକାତାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ପ୍ରସୂତି ପାଇଁ ଜଣେ ୨୧ ବର୍ଷୀୟ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ସେହି ସମୟରେ ମହିଳାଙ୍କ ସହ ଜଣେ ଯୁବକ ଆସିଥିଲେ ଯିଏ ନିଜକୁ ତାଙ୍କର ସ୍ବାମୀ ବୋଲି ପରିଚୟ ଦେଇ ଫର୍ମ ପୁରଣ କରିଥିଲେ । ପରଦିନ ମହିଳାଙ୍କ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ତେବେ ପିଲା ଜନ୍ମ ହେବା ପରେ ଆଉ ଜଣେ ବ୍ୟକ୍ତି ସେଠାରେ ପହଂଚି ନିଜକୁ ମହିଳାଙ୍କ ସ୍ବାମୀ ବୋଲି ପରିଚୟ ଦେବା ସହ ବିବାହ ସାର୍ଟିଫିକେଟ୍ ଦେଖାଇଥିଲେ । ନିଜକୁ ସେ ପିଲାଟିର ବାପା ବୋଲି ପରିଚୟ ଦେବାରୁ ମାମଲାଟି ବିଗିଡିବାକୁ ଲାଗିଲା ଏବଂ ବାଧ୍ୟ ପୋଲିସକୁ ସୂଚନା ଦିଆଯାଇଥିଲା ।

କିନ୍ତୁ, ଏତିକିରେ ରହସ୍ୟ ସରିଲା ନାହିଁ। ତେବେ ପୋଲିସ୍ ଯାଂଚ ସମୟରେ ଘଟଣାରେ ଆସିଲା ଆଉ ଏକ ନୂଆ ମୋଡ । ଯେତେବେଳେ ଆଉ ଜଣେ ବ୍ୟକ୍ତି ଆସି ନିଜକୁ ପିଲାର ଅସଲ ବାପା ବୋଲି ପରିଚୟ ଦେଲେ ସେତେବେଳେ ପୋଲିସର ମୁଣ୍ଡ ହୋଇଗଲା ଗୋଲ୍ । ଗୋଟିଏ ପିଲାର ତିନିଟି ବାପା କେମିତି ?

ତେବେ ମହିଳାଙ୍କୁ ପଚରାଉଚରା କରିବାରୁ ଜଣା ପଡିଲା ଦ୍ବିତୀୟ ବ୍ୟକ୍ତି ଜଣକ ହେଉଛନ୍ତି ତାଙ୍କ ସ୍ବାମୀ । ଉଭୟ ବିବାହ ପୂର୍ବରୁ ଦୀର୍ଘ ଦିନ ଧରି ସମ୍ପର୍କରେ ଥିଲେ । ଆଉ ବିବାହ ପୂର୍ବରୁ ମହିଳା ଜଣକ ଗର୍ଭବତୀ ହୋଇଥିଲେ । ତେବେ ବ୍ୟକ୍ତିଜଣକ ବିବାହ ପାଇଁ ମନା କରିଦେବାରୁ ଦୁଷ୍କର୍ମ ଅଭିଯୋଗ ଦାଏର୍ କରିଥିଲେ । ଏହା ପରେ ବ୍ୟକ୍ତି ଜଣକ ତାଙ୍କୁ ବିବାହ କରିଥିଲେ । କିନ୍ତୁ ପରିବାରର ବିରୋଧ ଯୋଗୁଁ ଉଭୟ ଅଲଗା ରହୁଥିଲେ । ଏବେ ପିଲା ଜନ୍ମ ହେବା କଥା ଶୁଣି ହସ୍ପିଟାଲରେ ପହଂଚିଥିଲେ । ତେବେ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ପ୍ରଥମ ଜଣକ ମହିଳାଙ୍କ ବନ୍ଧୁ ଥିବା ବେଳେ ତୃତୀୟ ଜଣକଙ୍କ ପରିଚୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.