କଟକରେ ଦୁଇ ଦିନରେ ତିନିଟି ହତ୍ୟାକାଣ୍ଡ, ରାସ୍ତାରେ ଶୋଉଥିବା ଅସହାୟ ବ୍ୟକ୍ତିଙ୍କୁ ଟାର୍ଗେଟ

କଟକ(କେନ୍ୟୁଜ୍): ୨୪ଘଣ୍ଟା ମଧ୍ୟରେ କଟକରେ ତିନିିଟି ହତ୍ୟାକାଣ୍ଡ। ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଣୀହାଟ ମେଡିକାଲ ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତକଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଯୁବକ ଜଣକ ଶ୍ରମିକ ଭାବେ କାମ କରୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ରାତିରେ ପାର୍କ ନିକଟ ଫୁଟପାଥ୍‌ରେ ଶୋଇଥାନ୍ତି। ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି। ସେହିପରି କଟକ ବଡ ମେଡିକାଲ ସାମ୍ନାରୁ ମଧ୍ୟ ଜଣେ ଅଜଣା ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ରାଣୀହାଟ ନିକଟବର୍ତ୍ତୀ ତାଳଦଣ୍ଡା କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପଥରରେ ଛେଚି କେହି ହତ୍ୟା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.