ଏହି ସିଟରୁ ଯେବେ ବି ପ୍ରଧାନମନ୍ତ୍ରୀ କରିଛନ୍ତି ପ୍ରଚାର, ହାରିଯାଇଛି ତାଙ୍କ ପ୍ରାର୍ଥୀ ! କଣ ଏଥର ଭାଙ୍ଗିବ ପରମ୍ପରା ?

ଗ୍ରୀଷ୍ମ ତାତିଠୁ ବଳିଯାଇଛି ରାଜନୈତିକ ତାତି । ଏପ୍ରିଲ ୧୧ ରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ’ ମାସ ୧୯ ତାରିଖରେ ହେବ ସପ୍ତମ ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ । ମେ’ ୨୩ ତାରିଖରେ ହେବା ମତଗଣନା । ସାତଟି ପର୍ଯ୍ୟାୟରେ ଶେଷ ହେଉଥିବା ଏହି ନିର୍ବାଚନ ପାଇଁ ୧୦ ଲକ୍ଷ ପୋଲିଂ ବୁଥ୍ କରାଯିବ। ୧୮ରୁ ୧୯ ବର୍ଷ ବୟସରେ କୋଟି କୋଟି ଯୁବକ ଯୁବତୀ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ନିଜର ମତଦାନ କରିବେ। ନିର୍ବାଚନରେ ବାଜିମାତ୍ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ମୈଦାରେ ନେତା ।

ତେବେ ଗୁଜୁରାଟର ଜୁନାଗଡ ଲୋକସଭା ସିଟ୍ ସହ ଜଡିତ ଏକ ଖାସ୍ ପରମ୍ପରା । ଯେବେଯେବେ ପ୍ରଧାନମନ୍ତ୍ରୀ ଏଠାକୁ ପ୍ରଚାର ପାଇଁ ଆସନ୍ତି ସେବେ ତାଙ୍କ ପ୍ରାର୍ଥୀ ନିର୍ବାଚନ ହାରିଯାଆନ୍ତି । ଏହି ସିଟର ଗଠନ ୭୦ ଦଶକରେ ହୋଇଥିଲା। ଆଉ ସେବେଠାରୁ ଏହି କ୍ରମ ଜାରି ରହିଛି ।

୧୯୭୦ ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଥିଲେ ସେତେବେଳେ ସେ ଯେଉଁ କଂଗ୍ରେସ୍ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ସେ ହାରି ଯାଇଥିଲେ । ଇନ୍ଦିରା ଗାନ୍ଧୀଙ୍କ ପରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ଏଠାରେ ୧୯୮୯ରେ ରାଲି କରିଥିଲେ । ଆଉ ସେତେବେଳେ ତାଙ୍କର ଏଠାକାର କଂଗ୍ରେସ୍ ପ୍ରାର୍ଥୀ ହାରିଯାଇଥିଲେ ।

ଏବେ ଜୁନାଗଡରେ ନିଜ ପ୍ରାର୍ଥୀ ପାଇଁ ଜନସଭା କରିଛନ୍ତି ନରେନ୍ଦ୍ର ମୋଦି । ଆଉ ପୁରୁଣା ରେକର୍ଡ ଦେଖି ଅନୁମାନ କରାଯାଉଛି ଯେ ବିଜେପି ପ୍ରାର୍ଥୀ ରାଜେଶ ଚୁଡାସମା ହାରି ଯାଇପାରନ୍ତି । ସାଧାରଣରେ ଦେଖାଯାଇଛି ପ୍ରଧାନମନ୍ତ୍ରୀ ଯେଉଁଠାରେ ନିଜ ପ୍ରାର୍ଥୀ ପାଇଁ ପ୍ରଚାର କରନ୍ତି ସେଠାରେ ଭଲ ପରିଣାମ ଆସିଥାଏ । କିନ୍ତୁ ଜୁନାଗଡ ସିଟରେ ଓଲଟା ହୋଇଥାଏ ।

କିନ୍ତୁ ଏବେ ଦେଖିବାର ଅଛି ଜୁନାଗଡର ଏହି ପରମ୍ପରା କାଏମ ରହିବ ନା ମୋଦି ତାକୁ ଭାଙ୍ଗିବାରେ ସଫଳ ହେବେ ।

KNews Bureau

Share
Published by
KNews Bureau

Recent Posts

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

11 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

20 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

44 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

51 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

1 hour ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

2 hours ago