ନବୀନଙ୍କ ଆତ୍ମବିଶ୍ୱାସ : ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନମ୍ରତାର ସହ କଲେ ନିମନ୍ତ୍ରଣ

ଭୁବନେଶ୍ବର(କେନ୍ୟୁଜ୍) : ତିନି ପର୍ଯ୍ୟାୟ ମତଦାନ ପରେ ବିଜେଡିକୁ ବହୁମତ ମିଳି ସାରିଲାଣି। ନମ୍ରତାର ସହ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମୋଦିଙ୍କୁ ନିମନ୍ତ୍ରଣ ଦେଲେ ନବୀନ। ଆତ୍ମବିଶ୍ୱାସର ସହ ପ୍ରଧାନମନ୍ତ୍ରୀଙ୍କୁ ଏହି ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ନବୀନଙ୍କ ନାଁ ନେଇ ମୋଦି କହିଥିଲେ, ଏଥର ବିଜେଡି ସରକାର ହଟିବ।

ଓଡ଼ିଶା ଆସି ଗତକାଲି ଏ କଥା କହିଥିଲେ ମୋଦି। ଆଜି ନବୀନ ଦେଲେ ଜବାବ। ତୃତୀୟ ପର‌୍ୟ୍ୟାୟ ଭୋଟ ପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ବହୁମତ ପାଇ ସାରିଲାଣି। ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ମୋଦିଙ୍କୁ ନମ୍ରତାର ସହ ଅନୁରୋଧ କରିଛନ୍ତି ନବୀନ।

ମୋଦି ଚତୁର୍ଥ ପର୍ଯ୍ୟାୟ ପ୍ରଚାର ପାଇଁ ଗତକାଲି ଓଡ଼ିଶା ଆସିଥିଲେ। ପୂର୍ବ ପ୍ରଚାର ଗୁଡିକରେ ନବୀନଙ୍କୁ ସିଧା ଆକ୍ଷେପ କରୁ ନଥିଲେ। ହେଲେ ଗତକାଲି ନବୀନଙ୍କ ନାଁ ନେଲେ। କହିଲେ ଏଥର ବିଜେଡି ସରକାର ହଟୁଛି। ନବୀନ କହିଥିଲେ, ୫ ବର୍ଷରେ ବିଜେପି ଲୋକଙ୍କ ବିଶ୍ୱାସ ହରାଇଛି। କେବଳ କଥାରେ ଦେଶ ନିର୍ମାଣ ହୁଏ ନାହିଁ। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବ ସବୁଠି ଡବଲ ଇଞ୍ଜିନ ସରକାର ଥିଲା। ବିଜେପି ଏ ସବୁ ରାଜ୍ୟରେ ହାରିଲା କାହିଁକି? ମୋଦି କହିଥିଲେ ନୂଆ ସରକାର ହେଲେ ଓଡ଼ିଶା ଆସିବେ। ଆଜି ନବୀନ ତାଙ୍କୁ ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ନିମନ୍ତ୍ରଣ କରି ଦେଲେ।

KNews Bureau

Share
Published by
KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago