Categories: ସ୍ପେଶାଲ

ଏପରି ଛାଡପତ୍ର ଦେଖିନଥିବେ ଆପଣ, ମୋଟି ହୋଇଗଲେ ବୋଲି ସ୍ତ୍ରୀଙ୍କୁ ଛାଡିବାକୁ ଚାହୁଁଛନ୍ତି ସ୍ବାମୀ

ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମୋଟାପଣାରୁ ଚିନ୍ତିତ ହୋଇ ଏବେ ତାଙ୍କୁ ଛାଡପତ୍ର ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ମାମଲା।

ସ୍ବାମୀଙ୍କ କହିବାନୁଯାୟୀ, ୧୦ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା। ସେହି ସମୟରେ ତାଙ୍କ ପତ୍ନୀଙ୍କ ଓଜନ ମାତ୍ର ୫୬ କିଲୋ ରହିଥିଲା ଏବଂ ସେ ଖୁବ ପତଳା ଥିଲେ। କିନ୍ତୁ ତାଙ୍କ ପୁଅର ଜନ୍ମ ପରେ ହଠାତ୍ ସ୍ତ୍ରୀର ଓଜନ ବଢ଼ିବାରେ ଲାଗିଥିଲା। ଏନେଇ ସେ ତାଙ୍କୁ ସଜାଗ କରିଥିଲେ ମଧ୍ୟ କିନ୍ତୁ ସେ କିଛି ଶୁଣିନଥିଲେ। ଫଳରେ ତାଙ୍କ ଓଜନ ୧୦୨ କିଲୋ ହୋଇଯାଇଥିଲା।

ମିଡିଆ ରିପୋର୍ଟ ମୁତାବକ, ବ୍ୟକ୍ତି ଜଣଙ୍କ ପେସାରେ ଜଣେ ପ୍ରଫେସର। ତାଙ୍କ ପତ୍ନୀଙ୍କ ଓଜନ କମ କରିବାକୁ ସେ ବହୁତ ଚେଷ୍ଟା କରିଥିଲେ। ଏପରିକି ସେ ତାଙ୍କ ପିଛା ଓଜନ କମ କରିବା ପାଇଁ ୫ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିସାରିଥିଲେ। କିନ୍ତୁ ତାଙ୍କ ସ୍ତ୍ରୀଙ୍କ ଓଜନ କମ ହୋଇନଥିଲା। ତାଙ୍କୁ ନିଜ ପତ୍ନୀଙ୍କୁ କେଉଁ ସ୍ଥାନକୁ ସାଙ୍ଗରେ ନେଇ ଯିବାକୁ ଲଜ୍ୟା ଅନୁଭବ ହେଉଥିଲା। ସେଠାରେ ସମସ୍ତେ ତାଙ୍କ ପତ୍ନୀଙ୍କ ଓଜନ ନେଇ ଚିଡାଉଥିଲେ। ଯାହା ପରେ ସେ ଛାଡପତ୍ର ନେବାର ନିଷ୍ପତ୍ତି ନେଇଥିଲେ।

ବ୍ୟକ୍ତିଙ୍କ କହିବାନୁଯାୟୀ ଏବେ ତାଙ୍କୁ ପତ୍ନୀଙ୍କ ନିକଟରୁ କୌଣସି ମଧ୍ୟ ଉପାୟରେ ଛାଡ଼ପତ୍ର ଦରକାର । ଏପରିକି ଏନେଇ ସେ ତାଙ୍କ ପତ୍ନୀଙ୍କ ଭରଣପୋଷଣ ପାଇଁ ୨୫ ଲକ୍ଷ ଟଙ୍କା ମଧ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି। ଏହା ବ୍ୟତୀତ ପିଲାଙ୍କ ପାଳନପୋଷଣ ପାଇଁ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ଅପରପକ୍ଷରେ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି, ସ୍ବାମୀଙ୍କ କଲେଜରେ କୌଣସି ଛାତ୍ରୀଙ୍କ ସହ ଅବୈଧ ସଂପର୍କ ରହିଛି। ଏଥିପାଇଁ ସେ ତାଙ୍କ ନିକଟରୁ ଛାଡପତ୍ର ଚାହୁଁଛନ୍ତି। ଏହିପରି ସମୟରେ କାଉସିଂଲର କହିଛନ୍ତି, ମୋଟାପଣ କୌଣସି ଛାଡ଼ପତ୍ରର ଆଧାର ହୋଇପାରିବ ନାହିଁ। ଏଣୁ ଏବେ ଏହି ମାମଲା ନେଇ କୋର୍ଟରେ କୌଣସି ପ୍ରକାରର ନିର୍ଣ୍ଣୟ ନିଆଯାଇନାହିଁ।

KNews Bureau

Recent Posts

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

15 mins ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

58 mins ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

2 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

2 hours ago

ବିଜୟଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ କରୁଛନ୍ତି ନିବେଦନ

ବୌଦ୍ଧ : ଚାଲିବାକୁ ଏହି ବାଡି ଖଣ୍ଡିକ ହିଁ ସାହାରା । ତଥାପି ପାଖରେ କେହି ଜଣେ ନ ରହିଲେ…

3 hours ago

ସେଲ୍ଫି ନେଲା ଦୁଇ ଜୀବନ, ଗୁମ୍ମାଝରଣ ଜଳପ୍ରପାତରେ ବୁଡିଯାଇ ମୃତ୍ୟୁ

ମାଲକାନଗିରି : ସେଲ୍ଫି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲଫି…

3 hours ago