କାଲିମେଳା ନିର୍ବାଚନ ସଭାରେ ବିଜେପି ଉପରେ ବର୍ଷିଲେ ନବୀନ

କାଲିମେଳା(କେନ୍ଯୁଜ୍) : ଲାଲଗଡଡରେ ବିଜେଡି ସୁପ୍ରିମୋଙ୍କ କ୍ୟାମ୍ପେନ୍‌। ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ। କାଲିମେଳାରେ ନିର୍ବାଚନ ସଭାରେ ବିଜେପି ଉପରେ ବର୍ଷିଛନ୍ତି ନବୀନ। କହିଛନ୍ତି, ବନ୍ୟା ଓ ବାତ୍ୟା ବେଳେ କେହି ଆସିଲେ ନାହିଁ। ନିର୍ବାଚନ ବେଳେ ଦେଖାଦେଉଛନ୍ତି। ପୋଲାଭରମ୍‌ କାହା ସ୍ୱାର୍ଥରେ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ତାସହ କେନ୍ଦ୍ରକୁ ଟାର୍ଗେଟ କରି ବିଜେଡି ସୁପ୍ରିମୋ କହିଛନ୍ତି, କେବିକେ ଯୋଜନାକୁ କେନ୍ଦ୍ର ବନ୍ଦ କଲା। ବିଜେପିର ବଡ଼ ବଡ଼ ନେତା କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ଆପଣଙ୍କମାନଙ୍କ ସହ ମୁଁ ଅଛି ଓ ରହିବି। ଆପଣମାନଙ୍କର ଯାହା ସମସ୍ୟା ରହିଛି ମୁଁ ଦେଖିବି ବୋଲି କଥା ଦେଇଛନ୍ତି ନବୀନ। କାଲିମେଳା ପରେ ମାଥିଲିରେ ସାଧାରଣ ସଭାରେ ଯୋଗ ଦେବେ ନବୀନ। ଏହାପରେ କୋରାପୁଟ ଜିଲ୍ଲା ଅଭିମୁଖେ ଆସିବେ। ପଟ୍ଟାଙ୍ଗୀ, ଲକ୍ଷ୍ମୀପୁର ଓ ଜୟପୁରରେ ସାଧାରଣ ସଭାରେ ଯୋଗ ଦେବା ସହ ଉଦବୋଧନ ଦେବେ ନବୀନ। ପରେ ଜୟପୁରରେ ରୋଡ ସୋରେ ଯୋଗ ଦେବେ ।

KNews Bureau

Share
Published by
KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

5 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

15 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

26 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

55 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago