Categories: କ୍ରୀଡା

ଚାରିଟି ପରାଜୟ ପରେ ଭାରି ଚିନ୍ତାରେ ବିରାଟ କୋହଲି, ଆଜି ଆଇପିଏଲ୍‌ରେ କୋଲକାତା ସହ ମ୍ୟାଚ୍‌

ଚେନ୍ନାଇ : ବିରାଟ କୋହଲି ଏବେ ଭାରି ଚିନ୍ତାରେ । ଯେତିକି ଚିନ୍ତା ତାଙ୍କର ନଥିଲା ଭାରତୀୟ ଦଳ ପାଇଁ ତାଠାରୁ ଅଧିକ ବିବ୍ରତ ହେଉଛନ୍ତି ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ନେଇ । କାରଣ ଚଳିତ ଆଇପିଏଲ୍‌ରେ ତାଙ୍କ ଟିମ୍‌ ଗୋଟିଏ ହେଲେ ମ୍ୟାଚ୍‌ ଜିତି ପାରି ନାହିଁ । କେବଳ ପରାଜୟ ପରେ ପରାଜୟ ଦେଖି ଚାଲିଛି । ଯଦିଓ ପରାଜୟର କାରଣ କୋହଲି ନିଜେ ସ୍ୱୀକାର କରିଛନ୍ତି ହେଲେ ଜଣେ ଫାଇଟର ଠାରୁ ଫ୍ୟାନ୍‌ମାନେ ବେଶ୍‌ କିଛି ଆଶା କରୁଛନ୍ତି । ତେଣୁ ଅନ୍ତତଃ ଆଜିର ମ୍ୟାଚ୍‌ରେ କୋହଲିଙ୍କ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଜିତିବ ବୋଲି ସମସ୍ତେ ଆଶା କରୁଛନ୍ତି ।
ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦୁଇ ଦଳ ଭିତରେ ମୁକାବିଲା ହେବ । ପଏଣ୍ଟ ତାଲିକାରେ ଏବେ କୋଲକାତା ଚତୁର୍ଥ ଏବଂ ବାଙ୍ଗାଲୋର ଅଷ୍ଟମ ସ୍ଥାନରେ ରହିଛନ୍ତି । ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ଆଇପିଏଲ୍‌ରେ ମୋଟ୍‌ ୨୩ଥର ଲଢ଼େଇ ହୋଇଛି । ଏଥିରେ କୋଲକାତା ୧୪ ଥର ଏବଂ ବାଙ୍ଗାଲୋର ୯ ଥର ବିଜୟୀ ହୋଇଛି । ଚଳିତ ଆଇପିଏଲ୍‌ରେ ଆଜି ଖେଳାଯିବ ୧୭ତମ । ଦ୍ୱାଦଶ ସଂସ୍କରଣରେ ଏଯାଏ କୋଲକାତା ୩ଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ ହାସଲ କରିଥିବା ବେଳେ ବାଙ୍ଗାଲୋର ୪ଟି ଯାକ ମ୍ୟାଚ୍‌ ହାରି ଯାଇଛି ।

 

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

9 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

20 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

48 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 hours ago