ଚାରିଟି ପରାଜୟ ପରେ ଭାରି ଚିନ୍ତାରେ ବିରାଟ କୋହଲି, ଆଜି ଆଇପିଏଲ୍ରେ କୋଲକାତା ସହ ମ୍ୟାଚ୍

ଚେନ୍ନାଇ : ବିରାଟ କୋହଲି ଏବେ ଭାରି ଚିନ୍ତାରେ । ଯେତିକି ଚିନ୍ତା ତାଙ୍କର ନଥିଲା ଭାରତୀୟ ଦଳ ପାଇଁ ତାଠାରୁ ଅଧିକ ବିବ୍ରତ ହେଉଛନ୍ତି ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ନେଇ । କାରଣ ଚଳିତ ଆଇପିଏଲ୍ରେ ତାଙ୍କ ଟିମ୍ ଗୋଟିଏ ହେଲେ ମ୍ୟାଚ୍ ଜିତି ପାରି ନାହିଁ । କେବଳ ପରାଜୟ ପରେ ପରାଜୟ ଦେଖି ଚାଲିଛି । ଯଦିଓ ପରାଜୟର କାରଣ କୋହଲି ନିଜେ ସ୍ୱୀକାର କରିଛନ୍ତି ହେଲେ ଜଣେ ଫାଇଟର ଠାରୁ ଫ୍ୟାନ୍ମାନେ ବେଶ୍ କିଛି ଆଶା କରୁଛନ୍ତି । ତେଣୁ ଅନ୍ତତଃ ଆଜିର ମ୍ୟାଚ୍ରେ କୋହଲିଙ୍କ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଜିତିବ ବୋଲି ସମସ୍ତେ ଆଶା କରୁଛନ୍ତି ।
ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦୁଇ ଦଳ ଭିତରେ ମୁକାବିଲା ହେବ । ପଏଣ୍ଟ ତାଲିକାରେ ଏବେ କୋଲକାତା ଚତୁର୍ଥ ଏବଂ ବାଙ୍ଗାଲୋର ଅଷ୍ଟମ ସ୍ଥାନରେ ରହିଛନ୍ତି । ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ଆଇପିଏଲ୍ରେ ମୋଟ୍ ୨୩ଥର ଲଢ଼େଇ ହୋଇଛି । ଏଥିରେ କୋଲକାତା ୧୪ ଥର ଏବଂ ବାଙ୍ଗାଲୋର ୯ ଥର ବିଜୟୀ ହୋଇଛି । ଚଳିତ ଆଇପିଏଲ୍ରେ ଆଜି ଖେଳାଯିବ ୧୭ତମ । ଦ୍ୱାଦଶ ସଂସ୍କରଣରେ ଏଯାଏ କୋଲକାତା ୩ଟି ମ୍ୟାଚ୍ ଖେଳି ଦୁଇଟି ବିଜୟ ହାସଲ କରିଥିବା ବେଳେ ବାଙ୍ଗାଲୋର ୪ଟି ଯାକ ମ୍ୟାଚ୍ ହାରି ଯାଇଛି ।