କେନ୍ଦ୍ରାପଡ଼ାରେ ନିର୍ବାଚନ ପ୍ରଚାରରେ ପୁଣି ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ, କହିଛନ୍ତ-ଓଡ଼ିଶା ନୁହେଁ, ଓଡ଼ିଶାବାସୀଙ୍କ ଭୋଟ୍‌ ବିଜେପି ପାଇଁ ମୂଲ୍ୟବାନ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ଓଡ଼ିଶା ନୁହେଁ, ଓଡ଼ିଶାବାସୀଙ୍କ ଭୋଟ୍‌ ବିଜେପି ପାଇଁ ମୂଲ୍ୟବାନ। ବିପଦ ବେଳେ ଦେଖାଦିଅନ୍ତି ନାହିଁ। ଭୋଟ୍‌ ମାଗିବା ପାଇଁ କିନ୍ତୁ ମାସକୁ ୧୦ଥର ଆସୁଛନ୍ତି ଓଡ଼ିଶା। କେନ୍ଦ୍ରାପଡ଼ା ଜିଲ୍ଲାରେ ନିର୍ବାଚନ ପ୍ରଚାରେ ପୁଣି ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି, ନିର୍ବାଚନ ବେଳେ ମାସରେ ୧୦ ଥର ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ଗତ ୫ବର୍ଷରେ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଥରେ ବି ସମୟ ପାଇଲେ ନାହିଁ। ଓଡ଼ିଶାବାସୀଙ୍କ ଭୋଟ୍‌ ବିଜେପି ପାଇଁ ମୂଲ୍ୟବାନ। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ୨୦୧୪ ହୁଡହୁଡ ପରେ ଆନ୍ଧ୍ର ଯାଇଥିଲେ ପ୍ରଧାନମନ୍ତ୍ରୀ। ୨୦୧୭ ବନ୍ୟା ପରେ ବିହାର, ଗୁଜୁରାଟ ଓ ଆସାମ ଯାଇଥିଲେ। ବନ୍ୟା ପାଇଁ ୨୦୧୮ରେ ଯାଇଥିଲେ କେରଳ। କିନ୍ତୁ ହୁଡବୁଡ୍‌, ମରୁଡ଼ି, ତିତିଲି ଓ ଭୟଙ୍କର ବନ୍ୟା ବାତ୍ୟାର ମୁକାବିଲା କରିଥିବା ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆସିଥିଲେ କି ବୋଲି ନବୀନ ପ୍ରଶ୍ନ କରିଥିଲେ। କେନ୍ଦ୍ରାପଡ଼ା ଭୋଟରଙ୍କୁ ନବୀନ କହିଥିଲେ, କେନ୍ଦ୍ରାପଡ଼ା ବିବୁ ବାବୁଙ୍କ କର୍ମଭୂମି। କେନ୍ଦ୍ରାପଡ଼ାର ବିକାଶ ତାଙ୍କ ଦାୟିତ୍ୱ ବୋଲି ନବୀନ କହିଛନ୍ତି। ସେହିପରି କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଥିବା ନବୀନ ଅଭିଯୋଗ କରିବା ସହ ସେ ଥିବା ପର୍ଯ୍ୟନ୍ତ ଏହାକୁ କେହି ବନ୍ଦ କରି ପାରିବେ ନାହିଁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ।

KNews Bureau

Share
Published by
KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago