Categories: ସ୍ପେଶାଲ

ଜାଣନ୍ତୁ କଣ ରହିଛି ୮ ଅଙ୍କ ସହ ମୋଦିଙ୍କ ସମ୍ପର୍କ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ପାଇଁ ବାରାଣସୀରୁ ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟମ୍ବରରେ ଜନ୍ମ ଗ୍ରହଣ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମହତ୍ୱପୂର୍ଣ୍ଣ ଯୋଜନା ଗୁଡ଼ିକ ୮, ୧୭ ଏବଂ ୨୬ ତାରିଖରେ ଆରମ୍ଭ କରିଛନ୍ତି। ପୂର୍ବ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ୨୯ ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମଧ୍ୟ ୮ ଏପ୍ରିଲ ୨୦୧୫ରେ ଆରମ୍ଭ କରିଥିଲେ। ୮ ନଭେମ୍ବର ୨୦୧୬ ରାତି ୮ ଟାରେ ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ଉପରେ ମଧ୍ୟ ବଡ଼ ନିଷ୍ପତ୍ତି ଘୋଷଣା କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

ଆପଣମାନେ ଭାବୁଥିବେ ପ୍ରଧାନମନ୍ତ୍ରୀ ମୋଦି ସମ୍ପର୍କରେ ତାରିଖ କଥା କାହିଁକି କୁହାଯାଇଛି? ବାସ୍ତବରେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ତାରିଖ ବହୁତ ଖାସ୍ ହୋଇଥାଏ। ଏହି ସମସ୍ତ ଅଙ୍କର ଯୋଡ ୮ ହୋଇଥାଏ। ଅର୍ଥାତ ପ୍ରଧାନମନ୍ତ୍ରୀ ମୋଦି ଯେତିକି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ତାହାର ମୂଳ ଅଙ୍କ ୮ ହୋଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଅଙ୍କ ଶୁଭ ହୋଇଥାଏ।

ଗତକାଲି ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନ ଦାଖଲ କରିଛନ୍ତି। ଅଙ୍କ ଜ୍ୟୋତିଷଙ୍କ ଅନୁଯାୟୀ ଏହି ଦୁଇ ଅଙ୍କକୁ ଯୋଡିବା ଦ୍ବାରା ଏହାର ମୂଳ ଅଙ୍କ ୮ ହୋଇଥାଏ। ୨୬ ଏପ୍ରିଲରେ ଉତ୍ତରାଶାଢା ନକ୍ଷତ୍ର, ସର୍ବାର୍ଥ ସିଦ୍ଧିଯୋଗ ଏବଂ ସାନ୍ଧ୍ୟ ଯୋଗର ଶୁଭ ଯୋଗ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଯୋଗ ଏବଂ ନକ୍ଷତ୍ରରେ କରାଯାଉଥିବା ଶୁଭ କାର୍ଯ୍ୟରେ ନିଶ୍ଚିନ୍ତ ଶୁଭଫଳ ପ୍ରାପ୍ତ ହୋଇଥାଏ। ଭଗବାନ କୃଷ୍ଣ ଏବଂ ଶନିଙ୍କର ମୂଳଅଙ୍କ ମଧ୍ୟ ୮।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ୧୭ ତାରିଖରେ ହୋଇଥିବାରୁ ଏହାର ମୂଳଅଙ୍କ ୮ ହୋଇଥାଏ। ଏହା ବ୍ୟତୀତ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ରାଶି ମଧ୍ୟ ବୃଷ। ରାଶି ଚକ୍ରରେ ବୃଷ ରାଶି ୮ ନମ୍ବର ରାଶି ହୋଇଥିବାରୁ ଜ୍ୟୋତିଷ ଗଣନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ୮ ଅଙ୍କ ମହତ୍ୱପୂର୍ଣ୍ଣ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago