ଜାଣନ୍ତୁ କଣ ରହିଛି ୮ ଅଙ୍କ ସହ ମୋଦିଙ୍କ ସମ୍ପର୍କ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ପାଇଁ ବାରାଣସୀରୁ ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟମ୍ବରରେ ଜନ୍ମ ଗ୍ରହଣ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମହତ୍ୱପୂର୍ଣ୍ଣ ଯୋଜନା ଗୁଡ଼ିକ ୮, ୧୭ ଏବଂ ୨୬ ତାରିଖରେ ଆରମ୍ଭ କରିଛନ୍ତି। ପୂର୍ବ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ୨୯ ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମଧ୍ୟ ୮ ଏପ୍ରିଲ ୨୦୧୫ରେ ଆରମ୍ଭ କରିଥିଲେ। ୮ ନଭେମ୍ବର ୨୦୧୬ ରାତି ୮ ଟାରେ ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ଉପରେ ମଧ୍ୟ ବଡ଼ ନିଷ୍ପତ୍ତି ଘୋଷଣା କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

pmଆପଣମାନେ ଭାବୁଥିବେ ପ୍ରଧାନମନ୍ତ୍ରୀ ମୋଦି ସମ୍ପର୍କରେ ତାରିଖ କଥା କାହିଁକି କୁହାଯାଇଛି? ବାସ୍ତବରେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ତାରିଖ ବହୁତ ଖାସ୍ ହୋଇଥାଏ। ଏହି ସମସ୍ତ ଅଙ୍କର ଯୋଡ ୮ ହୋଇଥାଏ। ଅର୍ଥାତ ପ୍ରଧାନମନ୍ତ୍ରୀ ମୋଦି ଯେତିକି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ତାହାର ମୂଳ ଅଙ୍କ ୮ ହୋଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଅଙ୍କ ଶୁଭ ହୋଇଥାଏ।

pm-modi-ଗତକାଲି ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନ ଦାଖଲ କରିଛନ୍ତି। ଅଙ୍କ ଜ୍ୟୋତିଷଙ୍କ ଅନୁଯାୟୀ ଏହି ଦୁଇ ଅଙ୍କକୁ ଯୋଡିବା ଦ୍ବାରା ଏହାର ମୂଳ ଅଙ୍କ ୮ ହୋଇଥାଏ। ୨୬ ଏପ୍ରିଲରେ ଉତ୍ତରାଶାଢା ନକ୍ଷତ୍ର, ସର୍ବାର୍ଥ ସିଦ୍ଧିଯୋଗ ଏବଂ ସାନ୍ଧ୍ୟ ଯୋଗର ଶୁଭ ଯୋଗ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଯୋଗ ଏବଂ ନକ୍ଷତ୍ରରେ କରାଯାଉଥିବା ଶୁଭ କାର୍ଯ୍ୟରେ ନିଶ୍ଚିନ୍ତ ଶୁଭଫଳ ପ୍ରାପ୍ତ ହୋଇଥାଏ। ଭଗବାନ କୃଷ୍ଣ ଏବଂ ଶନିଙ୍କର ମୂଳଅଙ୍କ ମଧ୍ୟ ୮।

modiପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ୧୭ ତାରିଖରେ ହୋଇଥିବାରୁ ଏହାର ମୂଳଅଙ୍କ ୮ ହୋଇଥାଏ। ଏହା ବ୍ୟତୀତ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ରାଶି ମଧ୍ୟ ବୃଷ। ରାଶି ଚକ୍ରରେ ବୃଷ ରାଶି ୮ ନମ୍ବର ରାଶି ହୋଇଥିବାରୁ ଜ୍ୟୋତିଷ ଗଣନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ୮ ଅଙ୍କ ମହତ୍ୱପୂର୍ଣ୍ଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.