ଆଉ ୨୪ ଘଣ୍ଟା ହିଟ୍ ୱେଭ, ୨ ଦିନ ପରେ ସାମନ୍ୟ ଆଶ୍ବସ୍ତି

ଆଉ ୨୪ ଘଣ୍ଟା ହିଟ୍ ୱେଭ । ତା ପରେ ୨ ଦିନ ପାଇଁ ମିଳିବ ସାମନ୍ୟ ଆଶ୍ବସ୍ତି । ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ୨୫ ତାରିଖରୁ ପୁଣି ବଢ଼ିବ ତାତି।

ଭୁବନେଶ୍ୱର: ଆଉ ୨୪ ଘଣ୍ଟା ହିଟ୍ ୱେଭ । ତା ପରେ ୨ ଦିନ ପାଇଁ ମିଳିବ ସାମନ୍ୟ ଆଶ୍ବସ୍ତି । ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ୨୫ ତାରିଖରୁ ପୁଣି ବଢ଼ିବ ତାତି। ଗତ କିଛି ଦିନ ହେବ ଡହଳବିକଳ କରୁଛି ଗ୍ରୀଷ୍ମ ପ୍ରବାହ । ରାତି ପାହୁପାହୁ ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି ।

ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା ଓ କେନ୍ଦୁଝର । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ସର୍ବାଧିକ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ହୀରାକୁଦରେ ତାପମାତ୍ରା ୪୧.୦୮ ଡିଗ୍ରୀ ସେଲସିୟସ ରହିଥିବା ବେଳେ ରାଉରକେଲାର ମଧ୍ୟ ପାରଦ ୪୧.୦୮ ରହିଛି ।

ସେହିପରି ସମ୍ୱଲପୁରରେ ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରର ତାପମାତ୍ରା ୪୧.୬ ଡିଗ୍ରୀ ରହିଛି ।  ରାଜ୍ୟରେ ୨୬ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମଲହରୀ । ସିଭିୟର ହିଟୱେଭ୍ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ହିଟ୍ ୱେଭ କଣ୍ଡିସନ ନେଇ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ହିଟ୍ ୱେଭ କଣ୍ଡିସନ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଣ୍ଟା ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ । ଦିନର ତାପମାତ୍ରା ୨ରୁ ୩ଡିଗ୍ରୀ କମିବାର ସମ୍ଭାବନା ରହିଛି । କେବଳ ଓଡ଼ିଶା ନୁହେଁ । ବିହାର, ଝାରଖଣ୍ଡ, କେରଳ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶରେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏହି ସମସ୍ତ ରାଜ୍ୟକୁ ହିଟ ୱେଭ୍ ଆଲର୍ଟ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.