ଆଖି ବୁଜିଲା ଦନ୍ତାହାତୀ, କିଛିଦିନ ହେଲା ଥିଲା ଅସୁସ୍ଥ

ସୁନ୍ଦରଗଡ ଜିଲ୍ଲା ବାଙ୍କୀ ରେଞ୍ଜର ଖେସରା ଫରେଷ୍ଟର ରଙ୍ଗେଇଗୁଡା ଗ୍ରାମ ନିକଟରେ ଦନ୍ତା ହାତୀର ମୃତ୍ୟୁ ଘଟିଛି ।

ବଣାଇ : ଚିକିତ୍ସା ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ । କିଛିଦିନ ହେଲା ଥିଲା ଅସୁସ୍ଥ । ସୁନ୍ଦରଗଡ ଜିଲ୍ଲା ବାଙ୍କୀ ରେଞ୍ଜର ଖେସରା ଫରେଷ୍ଟର ରଙ୍ଗେଇଗୁଡା ଗ୍ରାମ ନିକଟରେ ଦନ୍ତା ହାତୀର ମୃତ୍ୟୁ ଘଟିଛି । କିଛିଦିନ ହେଲା ଏହି ଦନ୍ତା ହାତୀଟି କୋଇଡା ରେଞ୍ଜରେ ଘୁରି ବୁଲୁଥିଲା । ପରେ ବାଙ୍କୀ ରେଞ୍ଜକୁ ଚାଲି ଆସିଥିଲା ଦନ୍ତାହାତୀ । ଅଧିକ ଅସୁସ୍ଥ ହେବାରୁ ବନ୍ୟ ବିଭାଗ ଏବଂ ବନ୍ୟପ୍ରାଣୀ ବିଭାଗ ମିଳିତ ପ୍ରୟାସରେ ଚିକିତ୍ସା କରୁଥିଲେ । ଆଜି ସକାଳୁ ଦନ୍ତା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.