ଦେଶରେ ତୃତୀୟ ପର୍ଯ୍ୟାୟରେ ୧୧୬ ଲୋକସଭା ଆସନରେ ହେବ ମତଦାନ : ହେଭିୱେଟଙ୍କ ମଧ୍ୟରେ ଅମିତ ଶାହ, ରାହୁଲ, ମୁଲାୟମ ଏବଂ ଆଜମ ଖାନ

ତୃତୀୟ ପର୍ଯ୍ୟାୟରେ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୧୧୬ ଲୋକସଭା ଆସନ ପାଇଁ ହେବ ଭୋଟିଂ। ଏଥର ଦୁଇ ରାଷ୍ଟ୍ରୀୟ ଦଳର ଅଧ୍ୟକ୍ଷଙ୍କ ଭାଗ୍ୟ ପରୀକ୍ଷା ହେବ। ଗୁଜରାଟ ଗାନ୍ଧିନଗରରୁ ବିଜେପି ପ୍ରାର୍ଥୀ ଅଛନ୍ତି ଦଳର ଅଧ୍ୟକ୍ଷ ଅମିତ ଶାହା । ସେହିପରି ୱାୟନାଡରୁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି।

ଉତ୍ତରପ୍ରଦେଶର ୧୦ଟି ଆସନ ପାଇଁ ଭୋଟିଂ ହେବ। ୨୦୧୪ରେ ଏଥିରୁ ୭ଟି ଆସନ ଜିତିଥିଲା ବିଜେପି। ମୈନପୁରୀରୁ ପ୍ରାର୍ଥୀ ଅଛନ୍ତି ସମଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବ। ବିବାଦ ଯୋଗୁଁ ତୃତୀୟ ପର୍ଯ୍ୟାୟରେ ଚର୍ଚ୍ଚିତ ଆସନ ରହିଛି ରାମପୁର। ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ଅଛନ୍ତି ଆଜମ ଖାନ ଓ ବିଜେପି ପ୍ରାର୍ଥୀ ଅଛନ୍ତି ଜୟାପ୍ରଦା । ଉତ୍ତରପ୍ରଦେଶର ଅନ୍ୟ ହେଭିୱେଟ୍‌ ନେତାଙ୍କ ମଧ୍ୟରେ, ବରେଲିରୁ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ପିଲଭିଟ୍‌ରୁ ବରୁଣ ଗାନ୍ଧି।

କେରଳର ସମସ୍ତ ୨୦ ଆସନରେ ଭୋଟିଂ ହେବ। ଥିରୁଅନନ୍ତପୁରମ ଆସନରୁ ତୃତୀୟ ଥର ପାଇଁ ଲଢୁଛନ୍ତି କଂଗ୍ରେସର ଶଶି ଥରୁର। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ମିଜୋରାମର ପୂର୍ବତନ ରାଜ୍ୟପାଳ କେ.ରାଜଶେଖରନ। ୨୦୧୪ରେ ଏହି ଆସନରୁ ଥରୁର ମାତ୍ର ୧୫ ହଜାର ଭୋଟ୍‌ରେ ଜିତିଥିଲେ।

କର୍ଣ୍ଣାଟକର ଗୁଲବର୍ଗାରୁ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ମଲ୍ଲିକାର୍ଜୁନ ଖର୍‌ଗେ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ଉମେଶ ଯାଧବ।
ସିମୋଗାରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ପୁଅ ବି.ୱାଇ.ରାଘବେନ୍ଦ୍ର ପ୍ରାର୍ଥୀ ଅଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ ବାଙ୍ଗରପ୍ପାଙ୍କ ପୁଅ ମଧୁ ବାଙ୍ଗରପ୍ପା। ମହାରାଷ୍ଟ୍ରର ବାରାମତିରୁ ଏନ୍‌ସିପି ପ୍ରାର୍ଥୀ ଅଛନ୍ତି ଶରଦ ପାୱରଙ୍କ ଝିଅ ସୁପ୍ରିୟା ସୁଲେ। ଏଠାରେ ବିଜେପିର କାଞ୍ଚନ କୌଲଙ୍କ ସହ ତାଙ୍କର ମୁକାବିଲା ହେଉଛି।

ତୃତୀୟ ପର୍ଯ୍ୟାୟରେ ଗୁଜରାଟର ୨୬, କେରଳର ୨୦, କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୪,ଉତ୍ତରପ୍ରଦେଶର ୧୦, ଛତିଶଗଡ଼ର ୭, ଓଡ଼ିଶାର ୬, ପଶ୍ଚିମବଙ୍ଗର ୫, ବିହାରର ୫, ଆସାମର ୪, ଗୋଆର ୨, ଜାମ୍ମୁ ଓ କାଶ୍ମୀରର, ଦାଦର ଓ ନଗରହାଭେଲି , ଡାମନ ଡିଉର ଗୋଟିଏ ଆସନ ପାଇଁ ଭୋଟିଂ ହେବ।

KNews Bureau

Share
Published by
KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago