ରାଜ୍ୟ

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ ଏହି ସ୍ୱପ୍ନର ଘର ତୋଳିବା ପୂର୍ବରୁ ଏମିତି କିଛି ତାଙ୍କ ସହ ଘଟିଯିବ ତାହା ସେ କେବେ ସ୍ୱପ୍ନରେ ଭାବିନଥିଲେ । ବ୍ୟାଙ୍କରୁ ଟଙ୍କା ଆଣି ଘରେ ଖାଇ ପିଇ ଶୋଇଥିଲେ । ଯେଉଁ ଶୋଇବା ତାଙ୍କ ପାଇଁ କାଳ ହୋଇଗଲା । ହଠାତ୍‌ ଘରେ ପଶିଥିଲେ ଡକାୟତ । ଆଉ ଘରୁ ଲୁଟିନେଇଥିଲେ ଟଙ୍କା । ଖାଲି ଟଙ୍କା ନେଇଥିଲେ ତ ଦୁଃଖ ଲାଗିନଥାନ୍ତା ହେଲେ ଏହି ଟଙ୍କା କେଇଟା ପାଇଁ ବାଳକୃଷ୍ଣଙ୍କ ଜୀବନ ନେଇଗଲେ ଦୃର୍ବୁତ୍ତ ।

ଆମେ କହୁଛୁ ବାଦିକଟା ଗ୍ରାମରେ ଡକାୟତି ଉଦ୍ୟମ କଥା l ଗତକାଲି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଦିକଟା ଗ୍ରାମର ବାଳକୃଷ୍ଣ ମହାକୁଳ ଖାଇପିଇ ଶୋଇଥିବା ବେଳେ ଏକ ଡକାୟତି ଗେଙ୍ଗ ଆସି ଲୁଟ କରିବା ପାଇଁ ଉଦ୍ୟମ କରୁଥିଲେ । ଯାହାଫଳରେ ଘର ମାଲିକଙ୍କ ନିଦ ଭାଙ୍ଗିଗଲା । ଆଉ ସେ ଦୃର୍ବୁତ୍ତ ମାନଙ୍କୁ ଲୁଟ୍‌ କରିବାରୁ ଅଟାକଇବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ବୁତ୍ତ ଛୁରା ମାଡ଼ କରି ଫେରାର ହୋଇଯାଇଥିଲେ l ସେହିଠାରେ ତଳେ ପଡ଼ି ବାଳକୃଷ୍ଣ ଜୀବନ ବଞ୍ଚାଅ ବୋଲି ଚିତ୍କାର କରିଥିଲେ । ଆଉ ପାଖ ପଡ଼ୋଶୀ ସଙ୍ଗେ ସଙ୍ଗେ ଧାଇଁ ଅସିଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ବାଉଁଶୁଣି ମେଡ଼ିକାଲରେ ଭର୍ତ୍ତି କରିଥିଲେ l ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ସୋନପୁର ଓ ପରେ ବୁର୍ଲା ଡାକ୍ତରଖାନା ନେଉଥିଲେ ।

କିନ୍ତୁ ବଡ଼ ଦୁଃଖର କଥା ଯେ ତାଙ୍କ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି l ବାଳକୃଷ୍ଣ ମହାକୁଳଙ୍କ ମୃତ୍ୟୁ ଖବର ପାଇ ପରିବାରରେ ଖେଳିଯାଇଛି ଦୁଃଖର ଛାୟା । ଏନେଇ ଘଟଣା ସ୍ଥଳରେ ବାଉଁଶୁଣି ପୋଲିସ ପହଞ୍ଚି ଛାନଭିନ ଚଳାଇଛି l ତେବେ ଗତକାଲି ବ୍ୟାଙ୍କରୁ ଲକ୍ଷଧିକ ଟଙ୍କା ଘରକାମ ପାଇଁ କାଢିଥିଲେ ବୋଲି ବାଳକୃଷ୍ଣଙ୍କ ପରିବାର ଲୋକେ ଜଣାଇଛନ୍ତି l ତେବେ ଦୁର୍ବୁତ୍ତ ମାନେ କେଉଁ ଅଞ୍ଚଳର ତାହା ଜଣା ପଡ଼ିନାହିଁ l ଅନ୍ୟପଟେ ଘର କବାଟ ଝରକା ଭାଙ୍ଗିଦେବା ସହିତ ଟଙ୍କା ସୁନା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ l

ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ରହିଥିବା ବେଳେ । ଦୃର୍ବୁତ୍ତଙ୍କୁ ଧରିବା ପାଇଁ ଦାବି କରିଛନ୍ତି । ବାରମ୍ବାର ଏଭଳି ଲୁଟ୍‌ ହେଉଥିବା ବେଳେ ଯେପରି ଆଗକୁ ଏମିତି ଲୁଟ୍‌ ର ଶିକାର କେହି ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ପାଇଁ ସ୍ଥାନୀୟ ଲୋକେ ପୋଲିସକୁ କହିଛନ୍ତି । ସେ ଯାହା ହେଉନା କାହିଁକି ବାଳକୃଷ୍ଣଙ୍କ ଜୀବନ ଯିବାନେଇ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଛି ।

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

1 hour ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

3 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

3 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

3 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

4 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

4 hours ago