ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିସନଙ୍କ କଠୋର ପଦକ୍ଷେପ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିସନ। ଆଦିତ୍ୟନାଥ ୭୨ ଘଣ୍ଟା ବା ୩ଦିନ ଓ ମାୟାବତୀ ୪୮ଘଣ୍ଟା କୌଣସି ପ୍ରକାର ନିର୍ବାଚନ ରାଲି, ଶୋଭାଯାତ୍ରାରେ ଭାଗ ନେଇ ପାରିବେ ନାହିଁ। ଏହି ନିର୍ଦ୍ଦେଶ ୧୬ ତାରିଖ ସକାଳ ୬ଟାରୁ ଲାଗୁ ହେବ। ଏମାନଙ୍କ ସୋସିଆଲ ମିଡିଆର ବ୍ୟବହାର ଉପରେ ମଧ୍ୟ କଟକଣା ଲଗା ଯାଇଛି।
ଏହି ସମୟ ମଧ୍ୟରେ ସେମାନେ କୌଣସି ସାକ୍ଷାତକାର ଦେଇ ପାରିବେ ନାହିଁ। ଉତ୍ତର ପ୍ରଦେଶର ଦେଓବନ୍ଦ ଠାରେ ନିର୍ବାଚନ ସଭାରେ ବିଏସପି ସୁପ୍ରିମୋ ମୁସଲିମ ସଂପ୍ରଦାୟଙ୍କୁ ଭୋଟ ଭିକ୍ଷା କରିବା ସହ ସେମାନଙ୍କ ଭୋଟ ଭାଗ ଭାଗ ନକରିବାକୁ ଅନୁରୋଧ କରିଥିଲେ। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ବିରୋଧୀଙ୍କୁ ଅଲ୍ଲୀ ପସନ୍ଦ ହେଲେ ଆମ ପାଖରେ ବଜରଙ୍ଗବାଲି ଅଛନ୍ତି। ଏହାକୁ ନେଇ ବିବାଦ ଉପୁଜିବା ପରେ ନିର୍ବାଚନ କମିସନ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
କେନ୍ଦ୍ରାପଡ଼ା (କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…
ପୁରୀ(କେନ୍ୟୁଜ୍): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…
କେନ୍ୟୁଜ୍: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…
ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…
ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…
ଭୁବନେଶ୍ବର(କେନ୍ୟୁଜ୍): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…