ରାଜ୍ୟ

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୭ ଲକ୍ଷ ୯୧ହଜାର ୨୦୮ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ଏଥିରେ ୮ଲକ୍ଷ ୧୨ ହଜାର ୩୪୯ଜଣ ପୁରୁଷ ଭୋଟର ରହିଥିବା ବେଳେ ୮ଲକ୍ଷ ୬୭ହଜାର ୮୦୬ଜଣ ମହିଳା ଭୋଟର ଅଛନ୍ତି । ଏଠାରେ ବି ସୁରକ୍ଷା ଦୃଷ୍ଟିରୁ ମୁତୟନ ଅଛନ୍ତି କେନ୍ଦ୍ରୀୟ ସୁରକ୍ଷା ବଳ ।

ସେହିପରି, କେନ୍ଦ୍ରାପଡା ପାଟକୁରା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ବୁଥ ଆଗରେ ଲମ୍ବା ଲାଇନ ଲଗାଇ ମତଦାନ କରୁଛନ୍ତି ଭୋଟର। ବରିଷ୍ଠ ନେତା ବିଜୟ ମହାପାତ୍ର, ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର, କଂଗ୍ରେସ ବିଧାୟକ ପ୍ରାର୍ଥୀ ରତିକାନ୍ତ କାନୁନଗୋ ଓ ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡା ମତଦାନ କରିବା ସହିତ ନିଜର ଭାଗ୍ୟ ପରିକ୍ଷା କରିଛନ୍ତି ।

ପାଟକୁରା ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୫୧ହଜାର ୫୪୮ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ତେବେ ଜିଲ୍ଲାରେ ମୋଟ ୩୦୯ଟି ବୁଥ ହୋଇଥିବା ବେଳେ ୪୬ଟି ସମ୍ବେଦନଶୀଳ ଓ ୧୫ଟି ଅତି ସମ୍ବେଦନଶୀଳ ବୁଥ ଅଛି ।

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

32 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

40 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

55 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago