ରାଜ୍ୟ

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫ ଲକ୍ଷ ୪୫ହଜାର ୬୬୪ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ଏଥିରେ ୭ଲକ୍ଷ ୯୪ ହଜାର ୮୬୯ଜଣ ପୁରୁଷ ଭୋଟର ରହିଥିବା ବେଳେ ୭ଲକ୍ଷ ୫୦ହଜାର ୭୨୭ଜଣ ମହିଳା ଭୋଟର ଅଛନ୍ତି । ମୋଟ ୧୬୩୫ଟି ବୁଥରେ ମତଦାନ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମୁତୟନ ଅଛନ୍ତି ୨୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ।

ବାଲେଶ୍ୱରରେ ଆଜି ଶେଷ ପର୍ଯ୍ୟାୟ ଲଢେଇ:

ବାଲେଶ୍ୱରରେ ଆଜି ଶେଷ ପର୍ଯ୍ୟାୟ ଲଢେଇ । ଜିଲ୍ଲାରେ ମୋଟ ୧୮ଲକ୍ଷ୯୨ ହଜାର ୮୦୫ ମତଦାତା ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୯ଲକ୍ଷ ,୬୩ ହଜାର ୨୧୨ ଜଣ ପୁରୁଷ ଭୋଟର ଥିବା ବେଳେ ୯ ଲକ୍ଷ୨୯ ହଜାର ୪୪୯ ମହିଳା ଭୋଟର ଅଛନ୍ତି । ଅନ୍ୟାନ୍ୟ ଲିଙ୍ଗଗତ ବର୍ଗର ଭୋଟର ସଂଖ୍ୟା ରହିଛି ୧୪୪ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଜିଲ୍ଲାରେ ୨୫୯ଟି ଆଦର୍ଶ ମତଦାନ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି । ସେଥିମଧ୍ୟରୁ ୧୮୯ ସଖୀ ମତଦାନ କେନ୍ଦ୍ର, ୧୬ଟି ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର, ୨୨ଟି ପରିବେଶ ଅନୁକୂଳ ମତଦାନ କେନ୍ଦ୍ର, ୧୫ଟି ଜାତିଗତ ମତଦାନ କେନ୍ଦ୍ର, ୧୫ଟି ଅନ୍ୟାନ୍ୟ ଥିମ୍ ଆଧାରିତ ମତଦାନ କେନ୍ଦ୍ର ସହିତ ଜିଲ୍ଲାରେ ସର୍ବମୋଟ ୮୮୯ଟି ମିଶ୍ରିତ ବୁଥ ରହିଛି । ସୁରକ୍ଷା ଦୃଷ୍ଟିରୁ ୨୪୨ଟି ଅତି ସମ୍ବେଦନଶୀଳ ବୁଥ ସମେତ ସମସ୍ତ ମତଦାନ କେନ୍ଦ୍ରରେ ୨୨ ଗୋଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ କମ୍ପାନୀ ମୁତୟନ କରାଯାଇଛି । ୧୧ଶହ ୫୬ଟି ବୁଥରେ ୱେବକାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି ।

ଭୋଟ ଦେଉଛି ଜଗତସିଂପୁର:

ଭୋଟ ଦେଉଛି ଜଗତସିଂପୁର । ଜଗତସିଂହପୁର ଲୋକସଭା ଅଧୀନ, ୭ଟି ବିଧାନଭା କ୍ଷେତ୍ରରୁ ୪ଟି ଜଗତସିଂହପୁର ଜିଲ୍ଲାର। ପାରଦୀପ, ବାଲିକୁଦା-ଏରସମା, ତିର୍ତ୍ତୋଲ ଓ ଜଗତସିଂହପୁର ବିଧାନସଭା କ୍ଷେତ୍ର ଜଗତସିଂହପୁର ଜିଲ୍ଲାରେ ରହିଛି । ଏହି ୪ ନିର୍ବାଚନମଣ୍ଡଳୀରେ ଅଛନ୍ତି, ୯ ଲକ୍ଷ ୬୦ ହଜାର ୭୩୯ ଜଣ ମତଦାତା । ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୮୫୪ଟି ସ୍ଥାନରେ ୧୦୫୧ଟି ବୁଥ କରାଯାଇଛି । ସେଥିରୁ ୧୪୪ଟି ଆଦର୍ଶ ମତଦାନ କେନ୍ଦ୍ର। ସୁରକ୍ଷା ଦୃଷ୍ଟିରୁ ୧୬ ଟି କ୍ରିଟିକାଲ ଓ ୩୩ ଟି ଭଲନରେବଲ ବୁଥ ଚିହ୍ନଟ କରାଯାଇଛି।ସମସ୍ତ ମତଦାନ କେନ୍ଦ୍ରରେ ୧୨ କମ୍ପାନୀ ସି ଏ ପି ଏଫ୍ ଏବଂ ୧୯୫୪ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ ହୋଇଛନ୍ତି । ୬୨୮ଟି ବୁଥରେ ୱେବ କାଷ୍ଟିଙ୍ଗ ଓ ୫୨ ଟି ବୁଥ୍ ରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ଜଗତସିଂହପୁର ଲୋକସଭା କ୍ଷେତ୍ର ଅଧୀନରେ ଥିବା ପୁରୀ ଜିଲ୍ଲାର କାକଟପୁର ଓ ନିମାପଡ଼ା ସହ କଟକ ଜିଲ୍ଲାର ନିଆଳିରେ ଭୋଟିଂ ହେଉଛି ।

ଭଦ୍ରକ ଜିଲ୍ଲାରେ ବି ଭୋଟ ଗ୍ରହଣ ଚାଲିଛି:

ସେହିପରି  ଭଦ୍ରକ ଜିଲ୍ଲାରେ ବି ଭୋଟ ଗ୍ରହଣ ଚାଲିଛି । ମତଦାନକୁ ଶାନ୍ତି ଶୃଙ୍ଖଲାର ସହିତ ସମାପିତ କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଯାଇଛି । ଏଥି ପାଇଁ ୧୩୧ଟି ବୁଥ କରାଯାଇଛି । ତେଣୁ ଭୋଟର ମାନେ ଆଜି ସକାଳୁ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବା ଆରମ୍ଭ କରିଛନ୍ତି । ପ୍ରଥମେ ବିଭିନ୍ନ ଦଳର ପୁଲିଙ୍ଗ ଏଜେଣ୍ଟଙ୍କ ଉପସ୍ଥିତିରେ ପ୍ରଥମେ ମକ ପୋଲ କରାଯାଇଥିଲା । ପରେ ଆଜି ସକାଳ ୭ଟା ଠାରୁ ମତଦାନ ଆରମ୍ଭ ହୋଇଛି।

ତେବେ ଚଳିତ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ୫ ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୧୨ଲକ୍ଷ ୮୬ହଜାର ୩ଶହ ୭୭ଜଣ ଭୋଟର ମତଦାନ କରିବେ । ସେମାନ ଙ୍କ ମଧ୍ୟରୁ ୬ ଲକ୍ଷ ୬୨ ହଜାର ୮୦୫ ଜଣ ପୁରୁଷ ଭୋଟର ଓ ୬ଲକ୍ଷ ୨୩ହଜାର ୪୦୩ ଜଣ ମହିଳା ଭୋଟର ଅଛନ୍ତି । ସେହିପରି ଭାବେ ଏଥର ଜିଲ୍ଲାରେ ୧୩୦ ଗୋଟି ସଖି ବୁଥ କରାଯାଇଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନ ଶୀଳ ବୁଥ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ ୬୦ଭାଗ ବୁଥରେ ୱେବ କାଷ୍ଟିଙ୍ଗ କରାଯାଉଛି । ସେହିପରି ଏହି ନିର୍ବାଚନ ରେ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ୮ ଜଣ ପାର୍ଥି ନିର୍ବାଚନ ମୈଦାନରେ ଥିବା ବେଳେ ୫ ବିଧାନସଭା ଆସନ ପାଇଁ ୪୬ ଜଣ ପାର୍ଥୀ ନିର୍ବାଚନ ରଣାଙ୍ଗନ ଅଛନ୍ତି ।

Sonalisa

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

6 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

41 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

48 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago