ବ୍ୟବସାୟ ଓ ଅର୍ଥନୀତି

ନିଯୁକ୍ତି କ୍ଷେତ୍ରରେ କରୋନା ମାଡ, ଆଶଙ୍କାରେ ରପ୍ତାନି କ୍ଷେତ୍ରରେ କାମ କରୁଥିବା ୧.୫ କୋଟି ଚାକିରି

ଫେଡେରେଶନ ଅଫ୍ ଇଣ୍ଡିଆନ ଏକ୍ସପୋଟର୍ସ ଅର୍ଗାନାଇଜେଶନ (ଏଫ୍ଆଇଇଓ) ମୁତାବକ ଦେଶର ରପ୍ତାନି କ୍ଷେତ୍ର ଉପରେ କରୋନାର ପ୍ରଭାବ ଏବେ କାରବାରକୁ କ୍ଷତିଗ୍ରସ୍ତ କରିଛି। ଏହି କ୍ଷେତ୍ରରେ ଅନାଦାୟ ଋଣ ବା ଏନ୍ପିଏ ବଢ଼ିବା ଆଶଙ୍କା କରାଯାଇଛି। କରୋନା ଯୋଗୁ ନିଯୁକ୍ତି କ୍ଷେତ୍ର ଉପରେ ଏବେ ନକାରାତ୍ମକ ପ୍ରଭାବ ରହିଛି।

ବର୍ତ୍ତମାନ ଲକଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇ ରହିଥିବାରୁ ରପ୍ତାନି କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୧.୫ କୋଟି ନିଯୁକ୍ତି ଉପରେ ଏବେ କଳାବାଦଲ ଛାଇ ହୋଇ ରହିଛି। ଏବେ ଅଧାରୁ ଅଧିକ ଅର୍ଡର ରଦ୍ଦ ହେଉଥିବା ସଂଘର ଅଧ୍ୟକ୍ଷ ଶରଦ କୁମାର ସରାଫ ସୂଚନା ଦେଇଛନ୍ତି। ଭାରତ ସମେତ ବିଶ୍ୱ ବଜାରର ସ୍ଥିତି ଏବେ ବିଗିଡିଥିବାରୁ ଅନେକ ଲୋକଙ୍କ ଚାକିରି ଉପରେ ଏହା ନକାରାତ୍ମକ ପ୍ରଭାବ ରହିଛି।

ସରକାର ଏହି କ୍ଷେତ୍ର ଲାଗି ଆଶ୍ୱସ୍ତି ପ୍ୟାକେଜ ପ୍ରଦାନ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ସରକାର ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କଲେ ଏହା କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବା ଦିଗରେ ସହାୟକ ହୋଇପାରିବ ବୋଲି ସରାଫ ମତବ୍ୟକ୍ତ କରିଛନ୍ତି। ଏବେ ୫୦% ଅର୍ଡର ବାତିଲ ହୋଇଛି। ଏଭଳି ସ୍ଥିତିରେ କପଡା ଏବଂ ଚମଡା ଉଦ୍ୟୋଗ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ସେ ମତବ୍ୟକ୍ତ କରିଛନ୍ତି। ଲକଡାଉନ ଯୋଗୁଁ କପଡା, ଗହଣା, ଚମଡା, ପୋଷାକ ଉଦ୍ୟୋଗୀ ଖରାପ ଭାବେ ପ୍ରଭାବିତ ହୋଇଛନ୍ତି।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago