ବ୍ୟବସାୟ ଓ ଅର୍ଥନୀତି

ସମସ୍ତଙ୍କ ଆକାଉଣ୍ଟରୁ ୧୪୭.୫୦ ଟଙ୍କା କାଟିବ SBI, ଟ୍ଵିଟ୍‌ କରି କାରଣ କହିଲା ବ୍ୟାଙ୍କ

ଯଦି ଆପଣଙ୍କର ବି ଆକାଉଣ୍ଟ ଏସ୍‌ବିଆଇରେ ଅଛି ତେବେ ଏହି ଖବରଟି କେବଳ ଆପଣଙ୍କ ପାଇଁ। ଏବେ କିଛି ଏସ୍‌ବିଆଇ ଗ୍ରାହକଙ୍କ ପାଖକୁ ଆକାଉଣ୍ଟରୁ ୧୪୭.୫୦ ଟଙ୍କା କଟିଥିବା ନେଇ ମେସେଜ୍‌ ଆସୁଛି। ଏହି ମେସେଜ୍‌ ଆସିବା ପରେ ଲୋକମାନେ ବି ବୁଝିପାରୁନାହାନ୍ତି ଯେ କାହିଁକି ତାଙ୍କ ଆକାଉଣ୍ଟରୁ ଶତାଧିକ ଟଙ୍କା କଟିଛି। ଏ ନେଇ ଜାଣିବା ପାଇଁ ସେମାନେ ବ୍ୟାଙ୍କର ବ୍ରାଞ୍ଚ୍‌ ଅଫିସକୁ ଯାଉଛନ୍ତି। ଯଦି ଆପଣଙ୍କ ସହ ବି ସେମତି ହୋଇଛି, ତେବେ ଆଦୌ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ।

ଏହି ଟଙ୍କା କଟିବାର କାରଣ ସମ୍ପର୍କରେ ନିକଟରେ ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଙ୍କର ସୂଚନା ମୁତାବକ, ଏସ୍‌ବିଆଇ ପକ୍ଷରୁ ହିଁ ଏହି ଟଙ୍କା କଟାଯାଇଛି। ଏହି ଟଙ୍କା ଏଟିଏମ୍‌ ଚାର୍ଜ ବାବଦକୁ କଟିଛି। ପ୍ରତିବର୍ଷ ୟୁଜର୍ସଙ୍କୁ ଏଟିଏମ୍‌ କାର୍ଡ ବ୍ୟବହାର କରୁଥିବାରୁ କିଛି ଟଙ୍କା ପୈଠ କରିବାକୁ ପଡ଼ିଥାଏ। ଏ ବାବଦକୁ ଆକାଉଣ୍ଟରୁ ୧୪୭. ୫୦ ଟଙ୍କା କାଟିଛି ବ୍ୟାଙ୍କ। ଏ ନେଇ ଏସ୍‌ବିଆଇ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି।

ନିକଟରେ ଜଣେ ବ୍ୟାଙ୍କ ଆକାଉଣ୍ଟଧାରୀ ତାଙ୍କ ଖାତାରୁ ପଇସା କଟିଥିବା ନେଇ ଟ୍ଵିଟ୍‌ କରି କହିଥିଲେ। ତାଙ୍କ ଟ୍ଵିଟ୍‌ର ଉତ୍ତର ଦେବା ଅବସରରେ ଏସ୍‌ବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପ୍ରତିବର୍ଷ ଏସ୍‌ବିଆଇ ପକ୍ଷରୁ ଏଟିଏମ୍‌ ବା ଡେବିଟ୍‌ କାର୍ଡର ମେଣ୍ଟେନାନ୍ସ ପାଇଁ ସବୁ କଷ୍ଟମରଙ୍କ ଆକାଉଣ୍ଟରୁ ୧୪୭.୫୦ ଟଙ୍କା କଟେ। ଏବେ ବି ସେଥିପାଇଁ ହିଁ ଏହି ଟଙ୍କା କାଟ୍‌ ହୋଇଛି।

ସୂଚନାଯୋଗ୍ୟ, ଏସ୍‌ବିଆଇ ହେଉଛି ଦେଶର ସବୁଠୁ ବଡ଼ ବ୍ୟାଙ୍କ। ଏହାର ଗ୍ରାହକଙ୍କ ସଂଖ୍ୟା ବି ଅନ୍ୟ ସବୁ ବ୍ୟାଙ୍କ ଠାରୁ ଅଧିକ। ଏଣୁ ବ୍ୟାଙ୍କ ବିଷୟରେ ସମସ୍ତ ତଥ୍ୟ ଗ୍ରାହକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ତେବେ ଏସ୍‌ବିଆଇ ପକ୍ଷରୁ କେତେକ ନିୟମରେ ପରିବର୍ତ୍ତନ କରାଯାଇଛି। ଯଦି ବର୍ତ୍ତମାନ ଆପଣଙ୍କ ଆକାଉଣ୍ଟରେ କମ୍‌ ବାଲାନ୍ସ ଥିବାରୁ ଏଟିଏମ୍‌ ଟ୍ରାନ୍‌ଜାକ୍‌ସନ୍‌ ଫେଲ୍‌ ହେଉଛି, ତେବେ ଗ୍ରାହକଙ୍କୁ ଏଥିପାଇଁ ଫାଇନ୍‌ ଦେବାକୁ ପଡ଼ିବ। ବ୍ୟାଙ୍କର ସୂଚନା ମୁତାବକ, ଯଦି ଆପଣଙ୍କ ଆକାଉଣ୍ଟରେ ବାଲାନ୍ସ ନାହିଁ ଆଉ ସେଥିପାଇଁ ଟ୍ରାନ୍‌ଜାକସନ୍‌ ଫେଲ୍‌ ହୋଇଛି, ତେବେ ଏଥିପାଇଁ ଗ୍ରାହକଙ୍କୁ ୨୦ ଟଙ୍କା ଫାଇନ୍‌ ଗଣିବାକୁ ପଡ଼ିବ। ଏଥିସହ ଜିଏସ୍‌ଟି ପାଇଁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ। ଏଣୁ ଏଟିଏମ୍‌ରୁ ଟଙ୍କା ଉଠାଣ ପୂର୍ବରୁ ଏସ୍‌ବିଆଇ ପକ୍ଷରୁ ଗ୍ରାହକଙ୍କୁ ମେସେଜ୍‌ ଓ ମିସ୍‌ଡ କଲ୍‌ ମାଧ୍ୟମରେ ବାଲାନ୍ସ ଚେକ୍‌ କରିବାକୁ ସୁଯୋଗ ଦିଆଯାଇଛି। ଏହା ମାଧ୍ୟମରେ ଗ୍ରାହକ ପ୍ରଥମେ ନିଜ ବାଲାନ୍ସ ଚେକ୍‌ କରି ତା ପରେ ଟଙ୍କା ଉଠାଇବାକୁ ଏସ୍‌ବିଆଇ ପରାମର୍ଶ ଦେଇଛି।

Also Read: ନେପାଳ ପବ୍‌ରେ ପାର୍ଟି କରୁଛନ୍ତି ରାହୁଲ ଗାନ୍ଧୀ, ଭିଡିଓ ଭାଇରାଲ ହେବା ପରେ ବିଜେପି କଲା ଟାର୍ଗେଟ୍‌

WCW 11

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

17 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

36 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

44 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago