ଆଜିଠାରୁ ହେବ ଏହି ୭ ବଡ଼ ପରିବର୍ତ୍ତନ, ଆପଣଙ୍କ ଜୀବନ ଉପରେ ପଡିବ ସିଧା ପ୍ରଭାବ

ଆରମ୍ଭ ହେଲା ନୂଆ ବର୍ଷ । ଏହା ସହ ଅନେକ ନୂଆ ନିୟମ ସହ ଆସିଛି ଏହି ନୂଆ ବର୍ଷ । ଯାହାର ସିଧା ସଳଖ ପ୍ରଭାବ ପଡିବ ଆପଣଙ୍କ ଉପରେ । ଆସନ୍ତୁ ଜାଣିବା କଣ ହୋଇଛି ପରିବର୍ତ୍ତନ ଏବଂ କିପରି ପକାଇବ ପ୍ରଭାବ ।

ଏସଏମଏସ୍ ମାଧ୍ୟମରେ ରସିଦ୍ :

ଏବେ ଆପଣଙ୍କ ଇନସ୍ୟୁରାନ୍ସର ପ୍ରିମିୟମ ଦେବା ପରେ ମୋବାଇଲରେ ଏସଏମଏସ୍ ମାଧ୍ୟମରେ ରସିଦ୍ ମିଳିବ । ଏହି ନିଷ୍ପତ୍ତି ନେଇଛି ଓଜଊଇଓ । ଏହି ନିୟମକୁ ପାଳନ କରିବା ପାଇଁ ସମସ୍ତ ଇନସ୍ୟୁରାନ୍ସ କମ୍ପାନୀ ବାଧ୍ୟ । ଆଜି ପରଠୁ କେବେ ବି କୌଣସି ଇନସ୍ୟୁରାନ୍ସ ପଲିସିର ପ୍ରିମିୟମ୍ ଦେବେ ସଙ୍ଗେ ସଙ୍ଗେ ଏହାର ସୂଚନା ଏସଏମଏସ୍ ଦ୍ବାରା ମୋବାଇଲରେ ମିଳିଯିବ ।

ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ :

ଯଦି ଆପଣଙ୍କ ନିକଟରେ ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ବାଲା କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଅଛି ତେବେ ତୁରନ୍ତ ଏହାକୁ ବଦଳାଇଦିଅନ୍ତୁ । କାରଣ ଆଜିଠୁ ଏହା ସ୍ଥାନରେ ଇଏମଭି ଚିପ୍ ବାଲା କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ କାମ କରିବ ।

NPS ଉପରେ ଟ୍ୟାକ୍ସ ରିହାତି :

ଏହି ପରିବର୍ତ୍ତନ ଆପଣଙ୍କୁ ଶାନ୍ତି ଦେଇପାରେ । ନୂଆ ନିୟମ ଅନୁଯାୟୀ ଏନପିଏସ୍ ଅର୍ଥାତ୍ ନ୍ୟାସନାଲ୍ ପେନସନ୍ ସ୍କିମରେ ଏବେ ଟ୍ୟାକ୍ସ ଦେବାକୁ ପଡିବନି । କାରଣ ଆଜିଠାରୁ ଏହାକୁ EEE ଶ୍ରେଣୀରେ ରଖାଯିବ । ଅର୍ଥାତ୍ ଆପଣ ଯଦି ଏନପିଏସ୍ ମ୍ୟାଚୋର୍ ହେବା ପରେ ଟଙ୍କା ଉଠାଇବେ ତେବେ ସେଥିପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବନି ।

ଚାଳିବନି ପୁରୁଣା ଚେକ୍ :

ଯଦି ଆପଣ ନୂଆ ଚେକବୁକ୍ ଏଯାଏଁ ନେଇନାହାଁନ୍ତି ତେବେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆରବିଆଇ ତିନି ମାସ ପୂର୍ବରୁ ବ୍ୟାଙ୍କ୍ ଗୁଡିକୁ ୧ ଜାନୁଆରୀ ୨୦୧୯ରୁ ନନ୍ ସିଟିଏସ୍ ଚେକବୁକର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି । ଆଉ ଆରବିଆଇର ଏହି ନିର୍ଦ୍ଦେଶ ଅନୁଯାୟୀ ଏବେ ସମସ୍ତ ବ୍ଯାଙ୍କ୍ ନିଜର ପୁରୁଣା ଚେକବୁକକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ନୂଆ ଚେକବୁକ୍ ଆଣିବାକୁ ଆପଣ ହାତରେ ଆଉ ଅଳ୍ପ ସମୟ ରହିଛି ।

ବଢିବ କାରର ଦାମ୍ :

ଆଜିଠାରୁ ବଢିବ କାରର ଦାମ୍ । ସମସ୍ତ କମ୍ପାନୀ ନିଜ କାରର ଦାମରେ ବୃଦ୍ଧି କରିବାକୁ ଯାଉଛି ।

ନିଜ ପସନ୍ଦର ଚ୍ୟାନେଲ୍ :

ସେହିପରି ଦେଶର ସମସ୍ତ କେବୁଲ୍ ଟିଭି ଉପଭୋକ୍ତାଙ୍କୁ ନିଜ ପସନ୍ଦର ଚ୍ୟାନେଲ୍ ବାଛିବାକୁ ୩୧ ଜାନୁଆରୀ ପର‌୍ୟ୍ୟନ୍ତ ସମୟ ଦେଇଛି ଟ୍ରାଇ । ନୂଆ ସ୍କିମ୍ ଅନୁଯାୟୀ ଉପଭୋକ୍ତା ନିଜ ପସନ୍ଦର ଚ୍ୟାନେଲ୍ ଦେଖିପାରବେ ଏବଂ କେବଳ ସେଥିପାଇଁ ଟଙ୍କା ଦେବେ ।

ଆୟକର୍ ରିଟର୍ଣ୍ଣ :

ଯଦି ଆପଣ ଗତବର୍ଷର ଆୟକର ରିଟର୍ଣ୍ଣ ଏଯାଏଁ ଦାଖଲ କରିନଥାନ୍ତି ତେବେ ଜରିମାନା ବାବଦରେ ୫ ହଜାର ଟଙ୍କା ଦେବାକୁ ପଡିବ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

2 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

4 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

5 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

5 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

6 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

7 hours ago