ବ୍ୟବସାୟ ଓ ଅର୍ଥନୀତି

ମୁଖ୍ୟମନ୍ତ୍ରୀ ରାଜଶ୍ରୀ ଯୋଜନା: ଝିଅ ମାନଙ୍କୁ ମିଳିବ ୫୦୦୦୦ ଟଙ୍କା

ଝିଅ ମାନଙ୍କ ଉନ୍ନତି ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଯେଉଁଥି ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନାର ଶୁଭାରମ୍ଭ କରୁଛନ୍ତି । ରାଜସ୍ଥାନ ସରକାର ଏହି ମୁଖ୍ୟମନ୍ତ୍ରୀ ରାଜଶ୍ରୀ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସମାଜର ଝିଅମାନଙ୍କ ପ୍ରତି ସକରାତ୍ମକ ଚିନ୍ତାଧାରାର ବିକାଶ ପାଇଁ ପ୍ରୟାସ କରାଯିବ । ଯାହାଦ୍ୱାରା ଝିଅମାନଙ୍କର ସାମଗ୍ରିକ ବିକାଶ ନିଶ୍ଚିତ ହୋଇପାରିବ ।

ଏହା ବ୍ୟତୀତ ଏହି ଯୋଜନା ମାଧ୍ୟମରେ ଝିଅମାନଙ୍କ ପ୍ରତିପୋଷଣ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭେଦଭାବ ମଧ୍ୟ ବନ୍ଦ ହୋଇପାରିବ । ଏହା ଝିଅମାନଙ୍କୁ ସମାନତା ପ୍ରଦାନ କରିବ ଏବଂ ଏହା ଦ୍ୱାରା ବାଳିକା ଶିଶୁ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇବ । ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ରାଜଶ୍ରୀ ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବୁ । ଝିଅ ମାନଙ୍କ ପ୍ରତି ସମାଜରେ ସକାରାତ୍ମକ ଚିନ୍ତାଧାରାର ବିକାଶ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାଗତ ସ୍ତରରେ ଉନ୍ନତି ଆଣିବା ପାଇଁ ଏହି ଯୋଜନା ୧ ଜୁନ ୨୦୧୬ରେ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ରାଜଶ୍ରୀ ଯୋଜନା ଅଧୀନରେ ଜନ୍ମ ହୋଇଥିବା ଝିଅମାନଙ୍କୁ ୫୦୦୦୦ ଟଙ୍କା ଦିଆଯାଏ ।

ପ୍ରଥମେ ଝିଅ ଜନ୍ମ ହେବା ସମୟରେ ଅଭିଭାବକମାନଙ୍କୁ ୨୫୦୦ ଟଙ୍କା, ଦ୍ଵିତୀୟ କିସ୍ତି ୧ ବର୍ଷର ଟୀକାକାରଣ ପରେ ୨୫୦୦ ଟଙ୍କା, ଏହାପରେ ଝିଅ ସ୍କୁଲ ଆଡ଼ମିସନ କରି ପ୍ରଥମ ଶ୍ରେଣୀରେ ପଢିବା ସମୟରେ ତୃତୀୟ କିସ୍ତିରେ ୪୦୦୦ ଟଙ୍କା, ଏହାପରେ ଚତୁର୍ଥ କିସ୍ତିରେ ୫୦୦୦ ଟଙ୍କା ଝିଅ ଷଷ୍ଠ ଶ୍ରେଣୀରେ ପଢିବା ସମୟରେ, ପଞ୍ଚମ କିସ୍ତିରେ ୧୧୦୦୦ ଟଙ୍କା ଯେତେବେଳେ ଝିଅ ଦଶମ ଶ୍ରେଣୀରେ ପ୍ରବେଶ କରିବା ପରେ, ଷଷ୍ଠ ତଥାପି ଶେଷ କିସ୍ତି ହେଉଛି ୨୫୦୦୦ ଟଙ୍କା ଯାହା ୧୨ ଶ୍ରେଣୀ ପାସ କରିବା ପରେ ମିଳିଥାଏ । ଏହିଭଳି ଭାବରେ ୬ଟି କିସ୍ତିରେ ୫୦୦୦୦ ଟଙ୍କାର ସହାୟତା ରାଶି ସରକାରଙ୍କ ତରଫରୁ ଝିଅମାନଙ୍କୁ ଯୋଗେଇ ଦିଆଯାଏ ।

ଏହି ସ୍କିମ ଅପ୍ଲାଏ କରିବା ପାଇଁ ଆପଣଙ୍କୁ ଝିଅର ବାର୍ଥ ସାର୍ଟିଫିକେଟ, ଅଭିଭାବକଙ୍କ ଆଧାର କାର୍ଡ ଏବଂ ଯେଉଁଥିରେ ଆପଣଙ୍କ ପାଖକୁ ପଇସା ଟ୍ରାନ୍ସଫର କରାଯିବ ସେଥିପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆବଶ୍ୟକ । ଏହି ସ୍କିମକୁ ନେବା ପାଇଁ ଆପଣଙ୍କ ନିକଟରେ ଥିବା ପୋଷ୍ଟ ଅଫିସ କିମ୍ବା ଅଙ୍ଗନବାଡି କେନ୍ଦ୍ର ଯାଇପାରିବେ । ଏହି ଯୋଜନାରେ ସରକାର ଝିଅ ମାନଙ୍କର ସମସ୍ତ ଖର୍ଚ୍ଚ ବହନ କରିବ ଯେପରିକି ଭ୍ୟାକ୍ସିନେସନ, ସ୍କୁଲ ଫିସ, ସ୍କୁଲ ବହି ଖାତା ଇତ୍ୟାଦି । ଯଦି ଆପଣଙ୍କ ଘରେ ବି ଝିଅ ଅଛନ୍ତି ତେବେ ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

13 mins ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

2 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

3 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

5 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

5 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

5 hours ago