ବ୍ୟବସାୟ ଓ ଅର୍ଥନୀତି

ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍‌, ଜାଣନ୍ତୁ କେତେ ଅଧିକ ଦେବାକୁ ପଡିବ

ପୁଣି ସାଧାରଣ ଲୋକଙ୍କୁ ଝଟକା । ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍‌ । ପରାଗ ଗୋଲ୍ଡ ଏବଂ ପରାଗ୍‌ ଟୋନ୍ଡ କ୍ଷୀର ୨ ଟଙ୍କା ଲେଖାଏଁ ବଢିଛି । ଏହାପରେ ପରାଗ ଗୋଲ୍ଡ ଏକ ଲିଟର କ୍ଷୀର ୬୬ ଟଙ୍କା ପରିବର୍ତ୍ତେ ୬୮ ଟଙ୍କା ଏବଂ ପରାଗ ଟୋନ୍ଡ କ୍ଷୀର ୫୪ ଟଙ୍କା ପରିବର୍ତ୍ତେ ୫୬ ଟଙ୍କା ପ୍ରତି ଲିଟର ମିଳିବ । କମ୍ପାନୀ ଦ୍ୱାରା ଦାମ୍‌ ବୃଦ୍ଧି ୧୪ ଜୁନ୍‌ ୨୦୨୪ ଅର୍ଥାତ୍‌ ଆଜିଠାରୁ ଲାଗୁ ହେବ ।

ପରାଗ ଗୋଲ୍ଡ ଏବଂ ପରାଗ ଟୋନ୍ଡ ଅଧା ଲିଟର ଦାମ୍‌ରେ ୧-୧ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଏବେ ପରାଗ ଅଧଲିଟର କ୍ଷୀର ୩୦ ଟଙ୍କା ବଦଳରେ ୩୧ ଟଙ୍କାରେ ମିଳିବ । ସେହିପରି ପରାଗ ଟୋନ୍ଡ କ୍ଷୀର ୨୭ ଟଙ୍କା ବଦଳରେ ୨୮ ଟଙ୍କାରେ ମିଳିବ ।

ପରାଗ ଡେରୀର ଜେନେରାଲ ମ୍ୟାନେଜର କହିଛନ୍ତି କି, ଜୁନ୍‌ ୨ରେ ଅମୁଲ ସମେତ ଦେଶର ଅନେକ କ୍ଷୀର କମ୍ପାନୀ କ୍ଷୀର ଦାମ୍‌ ବଢାଇଥିଲେ । ଦେଶରେ ପ୍ରବଳ ଗରମ ଯୋଗୁଁ ଦୁଗ୍ଧ ଉତ୍ପାଦନ ମଧ୍ୟ କମ ହେଉଛି । ଏମିତିରେ କ୍ଷୀର ଉତ୍ପାଦନ କରୁଥିବା କମ୍ପାନୀ ଅଧିକରୁ ଅଧିକ କ୍ଷତି ସହୁଛନ୍ତି । ତେଣୁ କମ୍ପାନୀ କ୍ଷୀର ଦାମ୍‌ ବଢାଇବାକୁ ନିଷ୍ପତ୍ତି ନେଇଛି । ପରାଗ ଡେରୀ ପ୍ରତିଦିନ ୩୩ ହଜାର ଲିଟର କ୍ଷୀର ବିକ୍ରି କରିଥାଏ ।

ସୂଚନାଯୋଗ୍ୟ, ଦେଶର ବଡ ଦୁଗ୍ଧ କମ୍ପାନୀ ଅମୁଲ ଏବଂ ମଦର ଡେରୀ ନିକଟରେ କ୍ଷୀର ଦାମ୍‌ ବଢାଇଥିଲା । ମାସ ଆରମ୍ଭରୁ ଅମୁଲ କ୍ଷୀର ଲିଟର ପ୍ରତି ୨ ଟଙ୍କା ବଢିଥିଲା । ଏକ ଲିଟର ଅମୁଲ ଗୋଲ୍ଡ ପାଇଁ ୬୬ ଟଙ୍କା ବଦଳରେ ୬୮ ଟଙ୍କା । ସେହିପରି ଅଧକିଲୋକୁ ୩୪ ଟଙ୍କା, ଅମୁଲ ତାଜା ଅଧାଲିଟର ପାଇଁ ୨୬ ବଦଳରେ ୨୭ ଟଙ୍କା । ସେହିପରି ଲିଟର ପିଛା ୫୪ ରୁ ୫୬ ଟଙ୍କା ରହିଛି । ଅମୁଲ ଗାଈ କ୍ଷୀର ଲିଟର ପ୍ରତି ୫୬ ଟଙ୍କା ଦେବାକୁ ହେବ । ସେହିପରି ଅମୁଲ ସ୍ଲିମ ୪୮ ଏବଂ ଟ୍ରିମ ୪୯ ଟଙ୍କା ଲିଟର ପିଛା ଦେବାକୁ ହେବ ।

ଅମୁଲ ପରେ ମଦର ଡେରୀ ମଧ୍ୟ କ୍ଷୀର ଦାମ ବଢାଇଛି । ମଦର ଡେରୀ ୨ ଟଙ୍କା ଲିଟର ପ୍ରତି ଦାମ୍‌ ବଢାଇଥିଲା । ମଦର ଡେରୀ ଫୁଲ କ୍ରିମ କ୍ଷୀର ୬୮ ଟଙ୍କା ପ୍ରତି ଲିଟର ହୋଇଥିବା ବେଳେ ଟୋନଡ ମିଲ୍କ ୫୬ ଟଙ୍କା ପ୍ରତି ଲିଟର ମିଳିବ । ସେହିପରି ଡବଲ ଟୋନଡ କ୍ଷୀର ଲିଟର ଦାମ୍‌ ୫୦ ଟଙ୍କା ରହିଛି ।

Swagatika

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

13 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

23 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

32 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

48 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

57 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago