ବ୍ୟବସାୟ ଓ ଅର୍ଥନୀତି

୭୫ତମ ସ୍ୱାଧୀନତା ଦିବସ ଅବସରରେ SBIର ଖାସ୍‌ ସ୍କିମ, ଯେଉଁଥିରେ ଗ୍ରାହକଙ୍କୁ ମିଳିବ ବଢ଼ିଆ ସୁଧହାର

ଦେଶର ସବୁଠୁ ବଡ଼ ସାର୍ବଜନିକ କ୍ଷେତ୍ର ର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଉତ୍ସବ ଜମା ନାମକ ଏକ ସ୍କିମ ଆରମ୍ଭ କରିଛି। ଏହି ଫିକ୍ସଡ ଡିପୋଜିଟ ଯୋଜନାରେ ସୁଧ ଦର ସାମାନ୍ୟ ରୁ ଟିକେ ଅଧିକା ରହିଛି। କିନ୍ତୁ ଏହା ସୀମିତ ସମୟ ପାଇଁ ରହିଛି। ତେଣୁ ଗ୍ରାହକ ମାନେ ଏହି ଅବଧି ମଧ୍ୟରେ ହିଁ ଫାଇଦା ଉଠାଇପାରିବେ। ଜାଣନ୍ତୁ ଏହି ଯୋଜନା ସମ୍ପର୍କରେ..

ଗତ କାଲି ସାରା ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରକୁ ଆଜାଦି କା ଅମୃତ ମହୋତ୍ସବ ରୂପେ ପାଳନ କରିଥିଲା। ଏହି ଖାସ ଅବସରରେ ଦେଶର ସବୁଠୁ ବଡ଼ ସାର୍ବଜନିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହି ଖାସ ସ୍କିମ ନିଜ ପ୍ରିୟ ଗ୍ରାହକଙ୍କ ପାଇଁ ଆଣିଛି। ଏସବିଆଇ ଉତ୍ସବ ଡିପୋଜିଟ ନାମରେ ଏକ ସ୍ପେଶାଲ ସ୍କିମ ର ଶୁ ଭାରମ୍ଭ କରିଛି। ଜାଣି ରଖନ୍ତୁ ଯେ ଏହି ଫିକ୍ସଡ ଡିପୋଜିଟ ସ୍କିମରେ ଆପଣଙ୍କୁ ବଡ଼ଧରଣର ଫାଇଦା ହେବ।

ଏସବିଆଇ ଏହା ସମ୍ପର୍କରେ ଏକ ଟ୍ଵିଟ ମଧ୍ୟ ଜାରି କରିଛି। ଟ୍ଵିଟ ରେ କହିଛି ଯେ ଆପଣଙ୍କ ଟଙ୍କାକୁ ଉତ୍ସବ ଡିପୋଜିଟ ସ୍କିମ ମାଧ୍ୟମରେ ରଖି ଏଥିରେ ଅଧିକ ଦରର ସୁଧ ପାଆନ୍ତୁ।

ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଉତ୍ସବ ଏଫଡି ଯୋଜନାରେ ଏସବିଆଇ ୧୦୦୦ ଦିନ ପାଇଁ ହେଉଥିବା ଜମାରେ ୬.୧୦% ପ୍ରତି ବର୍ଷ ସୁଧ ମିଳିବ। ଏଥିରେ ଖାସ କରି ବରିଷ୍ଠ ନାଗରିକ ନିୟମିତ ଦରରେ ୦.୫୦% ଅତିରିକ୍ତ ସୁଧ ପାଇବେ। ଏହି ଦର ୧୫ ଅଗଷ୍ଟରୁ ଆରମ୍ଭ ହୋଇଛି। ଯାହାକି ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଚାଲୁ ରହିବ।

ସୂଚନା ଅନୁଯାୟୀ ଏବେ କିଛି ଦିନ ପୂର୍ବରୁ ବ୍ୟାଙ୍କ ୨ କୋଟି ଟଙ୍କା ଅନ୍ତର୍ଗତ ଫିକ୍ସଡ ଡିପୋଜିଟ ରେ ସୁଧ ଦରକୁ ବଢ଼ାଇଥିଲା। ଏସବିଆଇ ୧୩ ଅଗଷ୍ଟ ୨୦୨୨ ରେ ନୂଆ ସୁଧ ଦର ଘୋଷଣା କରିଥିଲା। ବିଭିନ୍ନ ସମୟ ପାଇଁ ସୁଧ ଦରରେ ୧୫ ବିପିଏସ୍‌ ବୃଦ୍ଧି କରିଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ ଗତ ଅଗଷ୍ଟ ୧୫ରେ ଲୋନ ରେ ନିଜର ମାର୍ଜିନାଲ କାଷ୍ଟ ଅଫ ଫଣ୍ଡ ବେଷ୍ଟ ଲିଡିଂ ରେଟ କୁ ବଢ଼ାଇଥିଲା। ଏଥିରେ ସେହି ଋଣଦାତାଙ୍କ ଇଏମଆଇ ବଢ଼ାଇବ ଯାହାର ଲୋନ ଏମସିଏଲଆର ସହ ଲିଙ୍କ ଥିବ।

D Sonali

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

18 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

37 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

45 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago