ବ୍ୟବସାୟ ଓ ଅର୍ଥନୀତି

ହୋଲି ପୂର୍ବରୁ ୬.୫ କୋଟି ଲୋକଙ୍କୁ ମିଳିବ ବଡ଼ ଉପହାର, ସରକାର ଖାତାକୁ ଟ୍ରାନ୍ସଫର କରିବେ PF ସୁଧ

ହୋଲି ପୂର୍ବରୁ ମିଳିବାକୁ ଯାଉଛି ଆଉ ଏକ ଖୁସି ଖବର। ଏଥର ହୋଲି ପୂର୍ବରୁ ୬.୫ କୋଟି ଲୋକଙ୍କୁ ମିଳିବ ଖୁସି ଖବର। ଆମେ ଆପଣଙ୍କୁ ମହଙ୍ଗା ଭତ୍ତାକୁ ନେଇ ବଡ଼ ଅପଡେଟ ଦେଇଛୁ । ତେବେ ଏହାରି ମଧ୍ୟରେ ପିଏଫ ଆକାଉଣ୍ଟ ଧାରୀଙ୍କ ପାଇଁ ମଧ୍ୟ ଖୁସି ଖବର ଆସିଛି। ଏଭଳି ଖବର ସାମ୍ନାକୁ ଆସୁଛି ଯେ ଖୁବ ଶୀଘ୍ର ହୋଲି ପୂର୍ବରୁ ସରକାର ଆକାଉଣ୍ଟରେ ସୁଧ ଟଙ୍କା ଟ୍ରାନ୍ସଫର କରିବାକୁ ଯାଉଛନ୍ତି।

ହୋଲି ପୂର୍ବରୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ଖାତାଧାରୀଙ୍କ ଆକାଉଣ୍ଟକୁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ସୁଧ ଆସିବାର ସମ୍ଭାବନା ରହିଛି । ୨୦୨୩ ବଜେଟ ଆଗତ ହେବା ପୂର୍ବରୁ ଏହି ଅର୍ଥ ଆକାଉଣ୍ଟକୁ ପଠାଯିବାର ଥିଲା, ମାତ୍ର ତାହା କୌଣସି କାରଣରୁ କରାଯାଇନଥିଲା । ପିଏଫ୍ ନିୟମରେ ପରିବର୍ତ୍ତନ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଘୋଷଣା କରିଥିଲେ । ଏହି ଘୋଷଣା ପରେ ଖାତାଧାରୀଙ୍କ ଆକାଉଣ୍ଟକୁ ଖୁବଶୀଘ୍ର ଅର୍ଥରାଶି ପଠାଯିବା ନେଇ ସମ୍ଭାବନା ବଢ଼ିଯାଇଛି । ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପିଏଫରେ ଜମା ହୋଇଥିବା ଅର୍ଥ କେବେ ମିଳିବ ସେନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ତେବେ ମିଡ଼ିଆ ରିପୋର୍ଟ ମୁତାବକ, ହାଲି ପୂର୍ବରୁ କେନ୍ଦ୍ର ସରକାର ଇପିଏଫଓର ସଦସ୍ୟଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି ।

ପିଏଫର ସୁଧ ସମ୍ପର୍କରେ କେନ୍ଦ୍ର ସକକାରଙ୍କ ପକ୍ଷରୁ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇନାହିଁ । ଇପିଏଫଓ ଖାତାଧାରୀଙ୍କ ଅପେକ୍ଷାର ସମୟ ବଢ଼ିବାରେ ଲାଗିଛି । ଗତ କିଛିବର୍ଷ ଧରି ଗ୍ରାହକଙ୍କୁ ସେମାନଙ୍କର ଅର୍ଥରାଶି ଠିକ୍ ସମୟରେ ମିଳୁନାହିଁ । ୨୦୨୦-୨୧ ଆର୍ଥିକ ବର୍ଷ ମାର୍ଚ୍ଚରେ ପିଏଫ ସୁଧ ହାର ୮.୫ ପ୍ରତିଶତ କରାଯିବା ପରେ ସେହି ବର୍ଷ ଡିସେମ୍ବରରେ ଅର୍ଥ ଆକାଉଣ୍ଟକୁ ଆସିଥିଲା । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ମାର୍ଚ୍ଚରେ ସୁଧ ହାର ୮.୧୦ ପ୍ରତିଶତ କରାଯାଇଥିଲା । ମାତ୍ର ନୂଆ ୨୦୨୩ ନୂଆ ବର୍ଷ ଆରମ୍ଭ ହେବା ପରେ ବି ବର୍ତ୍ତମାନ ସୁଧା ଅର୍ଥ ଟ୍ରାନ୍ସଫର କରାଯାଇନାହିଁ । ନୂଆ ନିୟମ ଅନୁଯାୟୀ, ପିଏଫରେ ଜମା ଅର୍ଥ ଉଠାଣ ଉପରେ ଟିଡିଏସ କଟ୍ ୩୦ରୁ ୨୦ ପ୍ରତିଶତକୁ ହ୍ରାସ କରାଯାଇଛି । ଯେଉଁମାନଙ୍କର ପିନ କାର୍ଡ ପିଏଫ୍ ଆକାଉଣ୍ଟ ସହିତ ଅପଡେଟ୍ ହୋଇନଥିବ ସେମାନେ ସରକାରଙ୍କ ଏହି ନିଷ୍ପତ୍ତିର ଫାଇଦା ଉଠାଇ ପାରିବେ ।

ପ୍ରାଇଭେଟ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ପେନସନ ପାଇବାର ସବୁଠୁ ଭଲ ମାଧ୍ୟମ ହୋଇଥାଏ ପ୍ରୋଭିଡେଣ୍ଟ ଫଣ୍ଡ। କାହିଁକି ନା ଏହି ଯୋଜନାରେ ଆପଣଙ୍କୁ ପେନସନ ପାଇଁ ଏକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ଯେଉଁ ସଂସ୍ଥାରେ କାମ କରୁଥିବେ ତାଙ୍କ ଦ୍ୱାରା ଆପଣଙ୍କ ପେନସନ ପାଇଁ ଟଙ୍କା ଦିଆଯାଏ। କାରଣ ଆପଣ ଯେଉଁ ୧୨% ପିଏଫ ଡିଡକ୍ଟ କରିଥାନ୍ତି ତାହା ପିଏଫ ଖାତାରେ ଜମା ହୋଇଥାଏ। ସେମିତି ଯେଉଁ କମ୍ପାନୀ ୧୨% ଆମାଉଣ୍ଟ ଜାମ କରିଥାଏ ସେଥିରେ ଅଧିକତମ ଭାଗ ପେନସନ ଖାତାରେ ଜମା ହୋଇଥାଏ। କିନ୍ତୁ ଏହା ସମସ୍ତଙ୍କ ଖାତାଧାରକଙ୍କୁ ମିଳିନଥାଏ। ଏଥିପାଇଁ କିଛି ମାନଦଣ୍ଡ ରହିଛି। ଯାହାକୁ ପୁରା କରିବାକୁ ପଡ଼ିଥାଏ।

D Sonali

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

3 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

31 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

50 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

58 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago