ରାଜ୍ୟ

ଶେଷ ରାତିରେ ଜମିଲା ଖଣ୍ଡଗିରି ଯାତ୍ରା : ଗତକାଲି ଡବଲ ଶୋ’ କରି ଦର୍ଶକଙ୍କୁ ବାନ୍ଧି ରଖିଲା ତୁଳସୀ ଗଣନାଟ୍ୟ

ଭୁବନେଶ୍ୱର (କେନ୍ୟୁଜ): ସରିଲା ଖଣ୍ଡଗିରି ମେଳା । ପୁଣି ଆରବର୍ଷକୁ ଅପେକ୍ଷା । ଆଜିଠୁ ମଞ୍ଚ ଅନ୍ଧାର । ଶୂନଶାନ ଖଣ୍ଡଗିରି । ଆଉ ଝଲସିବନି ଚିକିମିକି ଲାଇଟ୍‌। ରଙ୍ଗୀନ୍‌ ହେବନି ମଞ୍ଚ କି ମତୁଆଲା ହେବେନି ଦର୍ଶକ। ଦୀର୍ଘ ୧୦ଦିନ ଧରି ଚାଲିଥିଲା ଖଣ୍ଡଗିରି ଯାତ୍ରା । ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ତୁଳସୀ ଗଣନାଟ୍ୟ। ୪ ଦିନ ରେ ୬୪ ଲକ୍ଷ ବ୍ୟବସାୟ କରିଛି ତୁଳସୀ ଅପେରା । ଦୁଇ ଦିନ ଡବଲ ଶୋ କରି ଦର୍ଶକଙ୍କୁ ବାନ୍ଧି ରଖିଲା ତୁଳସୀ । କାଲି ଶେଷ ରଜନୀ ରେ ପରିବେଷଣ ହୋଇଥିଲା ‘ଅଧା ରାତିର ସାଥୀ’। ପାରିବାରିକ କାହାଣୀ ଉପରେ ଆଧାରତ ଏହି ଅପେରା ଦର୍ଶକ ମାନଙ୍କୁ କନ୍ଦାଇ ଖିଥିଲା । ତୁଳସୀର ସମସ୍ତ କଳାକାର ଜୀବନ୍ତ ଅଭିନୟ କରିଥିଲେ । ବହିର ହିରୋ ଓ ଅଲରାଉଣ୍ଡର ପୀୟୂଷ ଙ୍କ ଅଭିନୟ ଖୁବ୍ ଚମତ୍କାର ଥିଲା।

ସେପଟେ ୫୪ ଲକ୍ଷ ଟଙ୍କାର ବ୍ୟବସାୟ ଦେଲା ଆପଣଙ୍କ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଜୀବନ ଉପରେ ଆଧାରତ ବହି “ଘୋଡା ହାତୀ ଗଣ୍ଡା ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା”। ସରିଛି ଖଣ୍ଡଗିରୀ ଯାତ୍ରା ୭ ଦିନ ଧରି ଗୋଟିଏ ବହି କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ରାଣୀ।

ପ୍ରତିଦିନ ଯାତ୍ରା ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହେଉଥିଲା । ଏଥର ସମସ୍ତ ପାର୍ଟିକୁ ଅନେକ ଭଲ ପାଇବା ଦେଇଛନ୍ତି ଦର୍ଶକ । ସବୁ ଅପେରା ୫୦ଲକ୍ଷରୁ ଅଧିକ ଲେଖାଏ ବ୍ୟବସାୟ କରିଛନ୍ତି । ଦୀର୍ଘ ୧୦ଦିନ ଧରି ଦର୍ଶକଙ୍କ ବାନ୍ଧି ରଖିଥିଲେ କଳାକାର । ଦୀର୍ଘ ଦୁଇବର୍ଷ ପରେ ଯାତ୍ରା ଦେଖି ମତୁଆଲା ହୋଇଛନ୍ତି ରାଜଧାନୀବାସୀ । ଗତକାଲି ଯାତ୍ରାର ଶେଷ ରାତି ଥିବାରୁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା।

 

 

Barsha

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

6 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

17 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

46 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago