ଦୁଇ ମାସରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି ବିମାନ ଟିକେଟ ଦାମ, ଖରାଛୁଟି କାଟିବା ଉପରେ ପଡିବ ପ୍ରଭାବ

ଗତଦୁଇ ମାସ ଭିତରେ ବିମାନ ଟିକେଟ ୪୦ ପ୍ରତିଶତ ବଢ଼ିଯାଇଛି । ଏମିତ ପରିସ୍ଥିତିିରେ ଲୋକଙ୍କ ପାଇଁ ଗରମରେ ଛୁଟି କାଟିବାକୁ ଯିବାକୁ ହେଲେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜେଟ ବିମାନ ନଚାଲିବା ଏବଂ ଇଣ୍ଡିଗୋ ପାଇଲଟଙ୍କ ଦ୍ୱାରା ହଡତାଳ ଯୋଗୁଁ ଯାତ୍ରୀଙ୍କ ଉପରେ ଏହି ପ୍ରଭାବ ପଡିବ । ସ୍ପାଇସଜେଟର ୧୨ ବୋଇଂ ୭୩୭ ମିକ୍ସ ବିମାନ ମଧ୍ୟ ଛିଡା ହୋଇଛି।

ମେଟ୍ରୋ-ନାନ ମେଟ୍ରୋ ରୁଟ୍ସରେ ଏତିକି ବଢ଼ିଛି ଟିକେଟ ମୂଲ୍ୟ

ଫେବ୍ରୁୟାରୀକୁ ନେଇ ମାର୍ଚ୍ଚ ପର୍ଯ୍ୟନ୍ତ ବିମାନ ଟିକେଟ ମୂଲ୍ୟରେ ବୃଦ୍ଧି ଦେଖା ଦେଖିବାକୁ ମିଳିଥିଲା।  ଏହି ଦୁଇ ମାସରେ ମେଟ୍ରୋ ରୁଟରେ ୩୯ ପ୍ରତିଶତ ଏବଂ ନାନ ମେଟ୍ରୋ ରୁଟରେ ୨୪ ପ୍ରତିଶତ ବୃଦ୍ଧି ହୋଇଥିଲା।

ମେଟ୍ରୋ ରୁଟ କଥା କହିଲେ ତେବେ ସବୁଠାରୁ ଅଧିକ ମୁମ୍ବାଇ-ଚେନ୍ନାଇ ରୁଟ ମୂଲ୍ୟରେ ବୃଦ୍ଧି ହୋଇଥିଲା ।  ସେଠି ୩୯ ପ୍ରତିଶତ ବୃଦ୍ଧି ପାଇଥିଲା । ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ-ମୁମ୍ବାଇ ରୁଟ ଅଟେ ଯେଉଁଠି ୩୮ ପ୍ରତିଶତ ବୃଦ୍ଧି କରାଯାଇଥିଲା।  ତ୍ରୁତୀୟ ନମ୍ବରରେ କୋଲକାତା-ମୁମ୍ବାଇ ରହିଛି ଯାହାର ମୂଲ୍ୟ ୨୭ ପ୍ରତିଶତ ରହିଥିବାବେଳେ ବଙ୍ଗାଲୁରୁ-ଦିଲ୍ଲୀ ୧୨ ପ୍ରତିଶତର ଇଜାଫା ଦେଖିବାକୁ ମିଳିଲା।

ନାନ ମେଟ୍ରୋ ରୁଟରେ ଚେନ୍ନାଇ-ମଦୁରେ ରୁଟ ଯେଉଁଠି ୨୪ ପ୍ରତିଶତ ବୃଦ୍ଧି ହୋଇଥିଲା । ମୁମ୍ବାଇ-ବଡୋଦରାରେ ୧୮ ପ୍ରତିଶତ,ମୁମ୍ବାଇ -ଡେରାଡୁନରେ ୧୬ ପ୍ରତିଶତ,ଦିଲ୍ଲୀ-ଜବଲପୁର ରୁଟରେ ୧୧ ପ୍ରତିଶତ,ଦିଲ୍ଲୀ-ଗୋଆ ଏବଂ ମୁମ୍ବାଇ-ଗୋଆ ରୁଟରେ ୯ ପ୍ରତିଶତ ଏବଂ ଦିଲ୍ଲୀ-ପାଟନା ରୁଟରେ ୮ ପ୍ରତିଶତର ଇଜାଫା ଦେଖିବାକୁ ମିଳିଥିଲା।

ବର୍ତ୍ତମାନ ମୂଲ୍ୟ ହ୍ରାସ ହେବାର ସଂକେତ ଆସୁଛି

ଜେଟ ଏୟାରେଓ୍ଵଜର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଲାଣି।  ଯଦି ଏହି ମାସ ଶେଷ ସୁଦ୍ଧା ମୂଲ୍ୟ ହ୍ରାସ ନ ହେଲା ତେବେ ବିମାନ ଟିକେଟର ମୁଲ୍ୟ ଅଧିକ ହୋଇପାର ।  ସେହିଭଳି ବୋଇଂ ୭୩୭ ମ୍ୟାକ୍ସ ଉପରେ ରୋକ ଲଗାଇଲେ ବିଦେଶୀ ଉଡାନ ଉପରେ ଏହାର ପ୍ରଭାବ ପଡିବ।

Pritiparna

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

21 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

31 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago