Categories: ମନୋରଂଜନ

ସୁପରଷ୍ଟାର ମୋହନ ବାବୁଙ୍କୁ ୧ ବର୍ଷ ଜେଲ, ଜାଣନ୍ତୁ କେଉଁ ମାମଲାରେ ମିଳିଲା ଦଣ୍ଡ

ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ମୋହନ ବାବୁଙ୍କୁ ହାଇଦ୍ରାବାଦର ଏକ ସ୍ଥାନୀୟ ଅଦାଲତ ୨୦୧୦ ମସିହାର ଚେକ୍ ବାଉଁସ୍ ମାମଲାରେ ଏକ ବର୍ଷର ଦଣ୍ଡ ଘୋଷଣା କରିଛନ୍ତି। ତେଲୁଗୁ ନିର୍ଦ୍ଦେଶକ ୱାଇ ପି ଏସ୍ ଚୌଧୁରୀଙ୍କ ପକ୍ଷରୁ ଅଭିଯୋଗ କରାଯିବା ପରେ ମାମଲାରେ କୋର୍ଟ ଅଭିନେତା ମୋହନ ବାବୁଙ୍କ ଉପରେ ୪୦.୭୫ ଲକ୍ଷ ଟଙ୍କା ଜରିମାନ ଲଗାଇଛନ୍ତି।

ଚୌଧୁରୀଙ୍କ ଓକିଲ ସତ୍ୟ ସାଇବାବାଙ୍କ ମତ ଅନୁଯାୟୀ ଅଭିନେତା ମୋହନ ବାବୁଙ୍କ ଫିଲ୍ମ ପ୍ରଡ଼କ୍ସନ କମ୍ପାନୀ ଶ୍ରୀ ଲକ୍ଷ୍ମୀ ପ୍ରସନ୍ନା ଫିଲ୍ମର କର୍ମକତାମାନଙ୍କୁ ୧୦ ହଜାର ଟଙ୍କା ଜୋରିମାନ ଦେବା କଥା କହିଛନ୍ତି। ଏହି ଘଟଣାରେ କମ୍ପାନୀ ମଧ୍ୟ ସାମିଲ ରହିଛି।

ଓକିଲଙ୍କ ମତ ଅନୁଯାୟୀ ମୋହନ ବାବୁ ଏବଂ ଚୌଧୁରୀଙ୍କ ମଧ୍ୟରେ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଏକ ଆଲୋଚନା ହୋଇଥିଲା। ଏହି ଫିଲ୍ମ ନିର୍ଦ୍ଦେଶନା କରିବା ପାଇଁ ମୋହନ ବାବୁଙ୍କୁ ୧ କୋଟି ୫୫ ଲକ୍ଷ ଟଙ୍କା ଦେଇଥିଲେ। ସେ ୧ କୋଟି ୧୦ ଲକ୍ଷ ଟଙ୍କା କିସ୍ତିରେ ଦେବା ପରେ ଶେଷରେ ୪୦.୭୫ ଲକ୍ଷ ଟଙ୍କା ଚେକ୍ ଦେଇଥିଲେ।

ମୋହନ ବାବୁ କୋର୍ଟରେ ମତ ରଖିଛନ୍ତି, ‘‘ସଲୀମ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନଥିଲା। ଏହା ପରେ ମୁଁ ୱାଇ ଏସ ଚୌଧୁରୀଙ୍କୁ ଦ୍ବିତୀୟ ଫିଲ୍ମ ପ୍ରସ୍ତୁତ ନ କରିବା ପାଇଁ କହିଥିଲି। ସେହି ଚେକକୁ ମୁଁ ତାଙ୍କୁ ବ୍ୟାଙ୍କରେ ଜମା କରିବା ପାଇଁ ମନା କରିଥିଲି, କିନ୍ତୁ ସେ ରାଜି ହୋଇନଥିଲେ ଏବଂ ପରେ ଚେକ୍ ବାଉଁସ୍ ହୋଇଯାଇଥିଲା।’’ ସଲିମ ଫିଲ୍ମର ନିର୍ମାତା ମୋହନ ବାବୁ ନିଜେ ଥିଲେ। ଏହି ଫିଲ୍ମରେ ତାଙ୍କ ପୁଅ ବିଷ୍ଣୁ ଏବଂ ଇଲିଆନା ଡିକ୍ରୁଜା ଲିଡ ରୋଲରେ ଅଭିନୟ କରିଥିଲେ।

ମୋହନ ବାବୁ ସାଉଥ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ବ୍ଯକ୍ତି । ଏହା ବ୍ୟତୀତ ସେ ଫିଲ୍ମରେ ନିର୍ଦ୍ଦେଶନା ଏବଂ ପ୍ରଯୋଜନା ମଧ୍ୟ କରିଥାନ୍ତି। ମୋହନ ବାବୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୭୫୭ ଟି ଫିଲ୍ମରେ ମୁଖ୍ୟ ଭୂମିକା ବା ସପୋଟିଭ୍ ରୋଲରେ ଅଭିନୟ କରିସାରିଛନ୍ତି।

ଏହା ଛଡ଼ା ସେ ନିଜର ପ୍ରଡକ୍ସନ ହାଉସ ଶ୍ରୀ ଲକ୍ଷ୍ମୀ ପ୍ରସନ୍ନ ଫିଲ୍ମର ବ୍ୟାନରେ  ପାଖାପାଖି ୮୦ ରୁ ଅଧିକ ଫିଲ୍ମ ନିର୍ମାଣ କରିସାରିଛନ୍ତି। ଚେକ୍ ବାଉଁସ୍ କେସ୍ ରେ ମୋହନ ବାବୁଙ୍କ ପୂର୍ବରୁ ବଲିଉଡ ଅଭିନେତା ରାଜପାଳ ଯାଦବଙ୍କୁ ମଧ୍ୟ ଏହି ସଜା ମିଳିସାରିଛି। କଡ଼କଡ଼ଡୁମା କୋର୍ଟ ଏହି କେସରେ ରାଜପାଳ ଯାଦବଙ୍କ ଉପରେ ୧.୬୦ କୋଟି ଟଙ୍କା ଜୋରିମାନ ଲଗାଇବା ସହ ୬ମାସ ପର୍ଯ୍ୟନ୍ତ ସଜା ଘୋଷଣା କରିଥିଲେ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

1 min ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

10 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

45 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

52 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago