ପୁଣି ହେବ ଆମାଜନ ସେଲ୍‌! ଏହି ତାରିଖରୁ ଆରମ୍ଭ ହେଉଛି Amazon Diwali Sale, ଜାଣନ୍ତୁ କେଉଁ ଜିନିଷ ଉପରେ ରହିଛି ଅଫର୍‌

ଆମାଜନର ଦଶହରା ସେଲ ନିକଟରେ ଶେଷ ହୋଇଛି। ସେହିପରି କମ୍ପାନୀ ଦୀପାବଳି ପୂର୍ବରୁ ଆଉ ଗୋଟିଏ ସେଲର ଘୋଷଣା କରିଛି। ଏହି ସେଲ ୧୩ ଅକ୍ଟୋବରରୁ ୧୭ ଆକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଆମାଜନ ପ୍ରାଇମ୍ ସଦସ୍ୟଙ୍କ ପାଇଁ ଏହି ସେଲ ଅକ୍ଟୋବର ୧୨ ତାରିଖରେ ଦ୍ୱିପହର ୧୨ଟାରୁ ଆରମ୍ଭ ହୋଇଯିବ।

ସେଲରେ ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡରେ ସପିଂ କରୁଛନ୍ତି ତେବେ ଆପଣଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ।

ଆମାଜନର ଏହି ସେଲରେ ସ୍ମାର୍ଟଫୋନ ଉପରେ ଆପଣଙ୍କୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ। ଏହାଛଡା କଷ୍ଟ ଇଏମଆଇ, ଏକସଚେଞ୍ଜ ଅଫର ଏବଂ ଫ୍ରୀରେ ସ୍କ୍ରୀନ ରିପ୍ଲେସମେଣ୍ଟ ମଧ୍ୟ ମିଳିବ। ସେହିପରି ଇଲେକଟ୍ରୋନିକ୍ସ ଉପରେ ୬ହଜାରରୁ ଅଧିକ ଡିଲ ମିଳିବ। ଏହି ଅଫର ୨୦୦ରୁ ଅଧିକ ବ୍ରାଣ୍ଡରେ ଉପଲବ୍ଧ ହେବ।

ଏହାସହ ପଢନ୍ତୁ : HDFC ଦେଉଛି ଆମାଜନ ଏବଂ ଫ୍ଲିପକାର୍ଟକୁ ଟକ୍କର, ତିନି ମାସ ଧରି ଚାଲିବ ଅଫର

ଏତତବ୍ୟତୀତ ଏଚପି କୋର ଆଇ ଟଚସ୍କ୍ରୀନ ଲାପଟପ୍‌, କ୍ୟାନ ଇଓଏସ୍ ୧୫୦୦ ଡି କ୍ୟାମେରା, ଏମଆଇ ବ୍ୟାଣ୍ଡ ୩, ବୋଟ ଏୟାରପୋଡସ୍ ପ୍ରଡକ୍ଟ ଉପରେ ଭାରି ଡିସକାଉଣ୍ଟ ମିଳିବ।

ଟିଭି ଏବଂ ଅନ୍ୟାନ୍ୟ ଉପକରଣରେ ୬୦ ପ୍ରତିଶତ ରୁ ଅଧିକ ରିହାତି ଦିଆଯିବ। ଓ୍ଵାନ ପ୍ଲସର ୫୫ ଇଞ୍ଚର ୪କେ ଟିଭି ୬୯୮୯୯ ଟଙ୍କାରେ ମିଳିବ। ସେହିପରି ସାମସଙ୍ଗ ଓ୍ଵାସିଙ୍ଗ୍ ମେସିନ୍ ଏବଂ ବିୟୁ ଟିଭି ଉପରେ ଭାରି ଡିସକାଉଣ୍ଟ ମିଳିବ। ଇକୋ ଡଟ୍ ସ୍ପିକର ୩ ହଜାର ଟଙ୍କାରୁ କମରେ ମିଳିବ।

ସେହିପରି ଫାୟାର ଷ୍ଟିକ ଟିଭି ମଧ୍ୟ ୩ ହଜାର ଟଙ୍କାରୁ କମ୍ ମୂଲ୍ୟରେ ମିଳିବ। ତେବେ ଆପଣ ଯଦି ଘରକୁ କିଛି ନୂଆ ଜିନିଷ ଆଣିବାକୁ ଚାହୁଁଛନ୍ତି ତେବେ ଆଜି ଠାରୁ ଟଙ୍କା ସଞ୍ଚୟ କରି ରଖିନ୍ତୁ ଏବଂ ସେଲ ଆରମ୍ଭ ହେଲେ ନିଜର ମନ ପସନ୍ଦର ଜିନିଷ ଘରକୁ ନେଇଆସନ୍ତୁ।

Pritiparna

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

1 hour ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago