Below header

ପୁଣି ହେବ ଆମାଜନ ସେଲ୍‌! ଏହି ତାରିଖରୁ ଆରମ୍ଭ ହେଉଛି Amazon Diwali Sale, ଜାଣନ୍ତୁ କେଉଁ ଜିନିଷ ଉପରେ ରହିଛି ଅଫର୍‌

ଆମାଜନର ଦଶହରା ସେଲ ନିକଟରେ ଶେଷ ହୋଇଛି। ସେହିପରି କମ୍ପାନୀ ଦୀପାବଳି ପୂର୍ବରୁ ଆଉ ଗୋଟିଏ ସେଲର ଘୋଷଣା କରିଛି। ଏହି ସେଲ ୧୩ ଅକ୍ଟୋବରରୁ ୧୭ ଆକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଆମାଜନ ପ୍ରାଇମ୍ ସଦସ୍ୟଙ୍କ ପାଇଁ ଏହି ସେଲ ଅକ୍ଟୋବର ୧୨ ତାରିଖରେ ଦ୍ୱିପହର ୧୨ଟାରୁ ଆରମ୍ଭ ହୋଇଯିବ।

ସେଲରେ ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡରେ ସପିଂ କରୁଛନ୍ତି ତେବେ ଆପଣଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ।

smartphone saleଆମାଜନର ଏହି ସେଲରେ ସ୍ମାର୍ଟଫୋନ ଉପରେ ଆପଣଙ୍କୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ। ଏହାଛଡା କଷ୍ଟ ଇଏମଆଇ, ଏକସଚେଞ୍ଜ ଅଫର ଏବଂ ଫ୍ରୀରେ ସ୍କ୍ରୀନ ରିପ୍ଲେସମେଣ୍ଟ ମଧ୍ୟ ମିଳିବ। ସେହିପରି ଇଲେକଟ୍ରୋନିକ୍ସ ଉପରେ ୬ହଜାରରୁ ଅଧିକ ଡିଲ ମିଳିବ। ଏହି ଅଫର ୨୦୦ରୁ ଅଧିକ ବ୍ରାଣ୍ଡରେ ଉପଲବ୍ଧ ହେବ।

ଏହାସହ ପଢନ୍ତୁ : HDFC ଦେଉଛି ଆମାଜନ ଏବଂ ଫ୍ଲିପକାର୍ଟକୁ ଟକ୍କର, ତିନି ମାସ ଧରି ଚାଲିବ ଅଫର

ଏତତବ୍ୟତୀତ ଏଚପି କୋର ଆଇ ଟଚସ୍କ୍ରୀନ ଲାପଟପ୍‌, କ୍ୟାନ ଇଓଏସ୍ ୧୫୦୦ ଡି କ୍ୟାମେରା, ଏମଆଇ ବ୍ୟାଣ୍ଡ ୩, ବୋଟ ଏୟାରପୋଡସ୍ ପ୍ରଡକ୍ଟ ଉପରେ ଭାରି ଡିସକାଉଣ୍ଟ ମିଳିବ।

amajnଟିଭି ଏବଂ ଅନ୍ୟାନ୍ୟ ଉପକରଣରେ ୬୦ ପ୍ରତିଶତ ରୁ ଅଧିକ ରିହାତି ଦିଆଯିବ। ଓ୍ଵାନ ପ୍ଲସର ୫୫ ଇଞ୍ଚର ୪କେ ଟିଭି ୬୯୮୯୯ ଟଙ୍କାରେ ମିଳିବ। ସେହିପରି ସାମସଙ୍ଗ ଓ୍ଵାସିଙ୍ଗ୍ ମେସିନ୍ ଏବଂ ବିୟୁ ଟିଭି ଉପରେ ଭାରି ଡିସକାଉଣ୍ଟ ମିଳିବ। ଇକୋ ଡଟ୍ ସ୍ପିକର ୩ ହଜାର ଟଙ୍କାରୁ କମରେ ମିଳିବ।

ସେହିପରି ଫାୟାର ଷ୍ଟିକ ଟିଭି ମଧ୍ୟ ୩ ହଜାର ଟଙ୍କାରୁ କମ୍ ମୂଲ୍ୟରେ ମିଳିବ। ତେବେ ଆପଣ ଯଦି ଘରକୁ କିଛି ନୂଆ ଜିନିଷ ଆଣିବାକୁ ଚାହୁଁଛନ୍ତି ତେବେ ଆଜି ଠାରୁ ଟଙ୍କା ସଞ୍ଚୟ କରି ରଖିନ୍ତୁ ଏବଂ ସେଲ ଆରମ୍ଭ ହେଲେ ନିଜର ମନ ପସନ୍ଦର ଜିନିଷ ଘରକୁ ନେଇଆସନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.