ସାଉଦ ଆରବରେ ରହିଛି ରହସ୍ୟମୟ ଗାତ, ଯାହା ଭିତରେ କିଛି ବି ପକାଇଲେ ତାହା ଆପେ ଆପେ ବାହାରକୁ ଆସିଯାଏ, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ଦୁନିଆରେ ଏପରି କେତେ ରହସ୍ୟ ରହିଛି, ଯାହା ବିଷୟରେ ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି। ଆଉ ଅନେକ ରହସ୍ୟର ସତ୍ୟତା ଏପର୍ଯ୍ୟନ୍ତ ବୈଜ୍ଞାନିମାନେ ମଧ୍ୟ ଜାଣିପାରିନାହାନ୍ତି। ଏପରି ଏକ ରହସ୍ୟ ସାଉଦ ଆରବର ଉତ୍ତରପ୍ରାନ୍ତରେ ଥିବା ଅଲ ଜାଫ୍‌ ମରୁଭୂମିରେ ରହିଛି। ଏଠାରେ ଏକ ରହସ୍ୟମୟ ଗାତ ରହିଛି, ଯାହାକୁ ଆଜିପର୍ଯ୍ୟନ୍ତ କେହି ବି ଭରିପାରିନାହାନ୍ତି। ଏହା ପଛରେ ମଧ୍ୟ ଅଦ୍ଭୁତ କାରଣ ରହିଛି।

0

କିଛି ବର୍ଷ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଏକ ବୁଲଡୋଜର ସାହାଯ୍ୟରେ ସେହି ଗାତକୁ ଭରିବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏଥିରେ ବାଲି ପକାଇବା ଦ୍ୱାରା ସେ ଆପେ ଆପେ ବାହାରକୁ ବାହାରି ଆସୁଥିବାର ଦେଖିବାକୁ ମିଳିଥିଲା । ଏହାଛଡା ତା ଆପେ ଆପେ ୧୦୦ ଫୁଟ ଉଚ୍ଚ ଉପରକୁ ଉଠି ପଡୁଥିଲା। ଏହି ଭିଡିଓକୁ ଦେଖି ଲୋକେ ପ୍ରକୃତିର ଅଦ୍ଭୁତ କାରନାମା ବୋଲି କହୁଥିଲେ। ଏହି ମରୁଭୂମି ପାଖାପାଖି ୨୧୨ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ଏଠାରେ କମ୍‌ ବର୍ଷା ହେଉଥିବା ଯୋଗୁଁ କମ୍‌ ବର୍ଷା ହୋଇଥାଏ।

ଏହାସହ ପଢ଼ନ୍ତୁ ; ବିରଳ ଘଟଣା : ପ୍ରଥମ ଥର ପାଇଁ ହୀରା ଭିତରେ ମିଳିଲା ହୀରା, ଯାହା ୮୦ କୋଟି ବର୍ଷ ପୁରୁଣା

କୁହାଯାଏ, ଏହି ରହସ୍ୟମୟ ଗାତରେ ଆପଣ ଯାହା ବି ପକାଇବେ ତାହା ବାହାର ଆସିବାର କାରଣ ହେଉଛି ବ୍ଲୋହୋଲ୍ସ’। ମରୁଭୂମିରେ ପ୍ରାୟତଃ ଛୋଟ ଛୋଟ ଗାତରେ ବ୍ଲୋହୋଲ୍ସ ହୋଇଯାଏ, ଯାହାକୁ ଭରିବା ଅସମ୍ଭବ ହୋଇଥାଏ। ଏହି ବ୍ଲୋହୋଲ୍ସକୁ ପ୍ରାକୃତିକ ଭ୍ୟାକୁମ୍‌ ମଧ୍ୟ କୁହାଯାଏ।

blow hole

ଏହି ବ୍ଲୋହୋଲ୍ସ ପାଣିପାଗ, ପବନ, ତାପମାତ୍ରା ଏବଂ ଚାପ ଉପରେ ନିର୍ଭର କରିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଗାତ ଉପରେ ବୋହୁଥିବା ପବନର ଘନତ୍ୱ ଗାତରେ ଥିବା ପବନର ଘନତ୍ୱ ସହିତ ସମାନ ହୋଇଥାଏ। ଏହି କାରଣରୁ ବ୍ଲୋହୋଲ୍ସରେ ପବନର ପ୍ରବାହ ବନ୍ଦ ହୋଇଯାଏ। ଯେବେ ବାହାରର ପବନ ଗରମ ହେବାକୁ ଲାଗିଥାଏ ତେବେ ଏହି ଗାତରେ ଥିବା ପବନ ଖୁବ୍‌ ଜୋରରେ ବାହାରକୁ ବାହାରିଥାଏ। ଏହି କାରଣରୁ ଏହି ଗାତରେ କିଛି ବି ପକାଇ ପରେ ତାହା ଆପେ ଆପେ ବାହାରକୁ ଆସିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.