Below header

ମଇ ମାସରେ ୧୪ ଦିନ ବ୍ୟାଙ୍କ ଛୁଟି, ଜାଣନ୍ତୁ ତାଲିକା

ମଇ ମାସରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ, ତାହା ଜାଣିବା ଜରୁରୀ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଛୁଟି ତାଲିକା ଘୋଷଣା ହୋଇଛି । ମଇ ମାସରେ ଲୋକସଭା ନିର୍ବାଚନ, ଅକ୍ଷୟ ତୃତୀୟା, ବୁଦ୍ଧ ପୂର୍ଣ୍ଣିମା, ଶନିବାର ଓ ରବିବାରକୁ ମିଶାଇ ୧୪ ଦିନ ଛୁଟି ରହିଛି ।

ଏପ୍ରିଲ ମାସ ଆଉ ୨ ଦିନ ପରେ ସରିଯିବ । ଯଦି ଆପଣଙ୍କ ବ୍ୟାଙ୍କଜନିତ କାମ ରହିଛି, ତେବେ ମଇ ମାସରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ, ତାହା ଜାଣିବା ଜରୁରୀ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଛୁଟି ତାଲିକା ଘୋଷଣା ହୋଇଛି । ଫଳରେ ଗ୍ରାହକଙ୍କୁ କୌଣସି ସମସ୍ୟା ସାମ୍ନା କରିବାକୁ ପଡିବନି । ମଇ ମାସରେ ଲୋକସଭା ନିର୍ବାଚନ, ଅକ୍ଷୟ ତୃତୀୟା, ବୁଦ୍ଧ ପୂର୍ଣ୍ଣିମା, ଶନିବାର ଓ ରବିବାରକୁ ମିଶାଇ ୧୪ ଦିନ ଛୁଟି ରହିଛି ।

ଯଦି ଆପଣଙ୍କର କାମ ରହିଛି, ପୂର୍ବରୁ ସାରିଦିଅନ୍ତୁ । ତେବେ ଆଜିକାଲି ବ୍ୟାଙ୍କ କାମ ଅନଲାଇନ ମାଧ୍ୟମରେ ହୋଇଯାଉଛି । ତେଣୁ ଆପଣ ୟୁପିଆଇ, ନେଟ ବ୍ୟାଙ୍କିଂ କିମ୍ବା ମୋବାଇଲ ବ୍ୟାଙ୍କିଂ ସାହାଯ୍ୟରେ ବ୍ୟାଙ୍କ କାମ କରିପାରିବେ । ଆଉ ଜାଣିରଖନ୍ତୁ କେଉଁଦିନ ବ୍ୟାଙ୍କ ବନ୍ଦ ରହିବ ।

୧ ମଇ : ମହାରାଷ୍ଟ୍ର ଦିବସ ଉପଲକ୍ଷେ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଗୌହ୍ଵାଟୀ, ହାଇଦ୍ରାବାଦ, କୋଚି, କୋଲକତା, ମୁମ୍ବାଇ ଏବଂ ନାଗପୁରରେ ବ୍ୟାଙ୍କ ବନ୍ଦ ରହିବ ।
୫ ମଇ : ରବିବାର
୭ ମଇ : ନିର୍ବାଚନ ଯୋଗୁଁ ଅହମଦାବାଦ, ଭୋପାଳ, ପାଣାଜୀ, ରାୟପୁରରେ ବ୍ୟାଙ୍କ ବନ୍ଦ ।
୮ ମଇ: ରବିନ୍ଦ୍ରନାଥ ଟାଗୋର ଜୟନ୍ତୀ
୧୦ ମଇ : ଅକ୍ଷୟ ତୃତୀୟା
୧୧ ମଇ : ଦ୍ୱିତୀୟ ଶନିବାର
୧୨ ମଇ: ରବିବାର
୧୩ ମଇ : ଲୋକସଭା ନିର୍ବାଚନ
୧୬ ମଇ: ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ଗାଙ୍ଗଟକରେ ବ୍ୟାଙ୍କ ବନ୍ଦ ।
୧୯ ମଇ :ରବିବାର
୨୦ ମଇ: ଲୋକସଭା ନିର୍ବାଚନ
୨୩ ମଇ: ବୁଦ୍ଧ ପୂର୍ଣ୍ଣିମା
୨୫ ମଇ : ଶନିବାର
୨୬ ମଇ: ରବିବାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.