ଦୁର୍ଗା ପ୍ରତିମା ବିସର୍ଜ୍ଜନ ବେଳେ ରାଜସ୍ଥାନ ଧୋଲପୁର ଜିଲ୍ଲାର ପାର୍ବତୀ ନଦୀରେ ବୁଡ଼ିଗଲେ ୧୦ଜଣ

ରାଜସ୍ଥାନ: ରାଜସ୍ଥାନର ଧୋଲପୁର ଜିଲ୍ଲାର ପାର୍ବତୀ ନଦୀରେ ଦୁର୍ଗା ପ୍ରତିମା ବିସର୍ଜ୍ଜନ ସମୟରେ ପାଖାପାଖି ୧୦ ଜଣ ଲୋକ ବୁଡ଼ିଯାଇଥିବା ଜଣାପଡିଛି। ଗତକାଲି ରାତିରେ ଏହି ଅଘଟଣ ଘଟିଥିବାବେଳେ ଏ ଯାଏ ପାଣିରୁ ୧୦ଟି ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅନ୍ୟ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜା ଚାଲିଛି। ଆଜି ସକାଳେ ପୁଣି ତଲାସ ଜାରି ରହିଛି।

ଏହାସହ ପଢନ୍ତୁ:

ନିଜର ୩ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ମା’, ମଧ୍ୟପ୍ରଦେଶରେ ଘଟିଛି ଏହି ଅଭାବନୀୟ ଘଟଣା

ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏକ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ। ଘଟଣାସ୍ଥରେ ଉପସ୍ଥିତ ଥିବା ଜଣେ ପୁଲିସ କର୍ମଚାରୀ କହିଛନ୍ତି କି, ବିସର୍ଜ୍ଜନ ସମୟରେ ଗାଧୋଇବାକୁ ଜଣେ ବାଳକ ନଦୀକୁ ଡେଇଁ ପଡ଼ିଲା। ତାକୁ ଉଦ୍ଧାର କରିବାକୁ ଅନ୍ୟମାନେ ବି ଡେଇଁ ପଡ଼ିଲେ, କିନ୍ତୁ ସେମାନେ ବି ଡୁବିଗଲେ। ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ବୁଡ଼ାଳି ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳଙ୍କୁ ମୁତୟନ କରିଥିଲେ।