ଗ୍ରାଉଣ୍ଡ ଜିରୋରେ 5-T ସଚିବ, ମାଲକାନଗିରିରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଭି.କାର୍ତ୍ତିକେୟନ ପାଣ୍ଡିଆନ୍

ମାଲକାନଗିରି: ଗ୍ରାଉଣ୍ଡ ଜିରୋରେ 5-T ସଚିବ। ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ମାଲକାନଗିରିରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହାସହ ମେଡିକାଲର ଭିତ୍ତିଭୂମି ଓ ରୋଗୀସେବା ନେଇ ସମୀକ୍ଷା କରିଛନ୍ତି। ସଚିବଙ୍କ ସହ ଜିଲ୍ଲାପାଳ,SP ଓ NHM ନିର୍ଦ୍ଦେଶିକା ଓ ପ୍ରମୁଖ ସଚିବ ଅଶୋକ ମୀନା ମଧ୍ୟ ଉପସ୍ଥିତ ଥିଲେ। ରୋଗୀଙ୍କୁ ସ୍ୱତନ୍ତ୍ର ସେବା ଯୋଗାଇ ଦେବାପାଇଁ ବିଶାଖାପାଟଣାରୁ ଡାକ୍ତରୀ ଦଳ ଆସିବେ ବୋଲି ସମୀକ୍ଷା ପରେ କହିଛନ୍ତି ସଚିବ। ମେଡିକାଲର ଭିତ୍ତିଭୂମି ଓ ରୋଗୀସେବା ନେି ନିୟମିତ ସମୀକ୍ଷା ଜାରି ରହିବ। ନୂଆ କରି ନିର୍ମାଣ କରାଯାଇଥିବା କୋଠାର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ତେବେ ମେଡିକାଲର ପରିଚାଳନା ସୁବିଧା ସୁଯୋଗ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ସଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.