Below header

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଗୁଡ଼ିଆ ପୋଖରୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ମୃତ

ଭୁବନେଶ୍ୱର: ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ଗୁଡ଼ିଆ ପୋଖରୀ ଛକରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଦୁଇ ଜଣ ଏକ ମୋଟର ସାଇକେଲରେ ପିପିଲି ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପଛ ପଟୁ ଶ୍ରୀରାମ ଯାତ୍ରୀବାହୀ ବସ  ଧକ୍କା ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ଯରୁ ଜଣେ ମୃତକଙ୍କ ନାମ ଆକାଶ ବାରିକ ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ । ପିପିଲି ପୋଲିସ ମୃତ ଦେହକୁ ଜବତ କରିଥିବାବେଳେ ଏବେ ପରିସ୍ଥିତି ନିୟନ୍ତ୍ରଣ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.