ବ୍ୟବସାୟ ଓ ଅର୍ଥନୀତି

ଲକଡାଉନରେ ଚାକିରି ହରାଇ ଘରେ ବସିଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଆମାଜନ ଦେବ ୫୦ ହଜାର ଲୋକଙ୍କୁ ଚାକିରି

କରୋନା ଲକଡାଉନ କାରଣରୁ ଅନେକ କର୍ମଚାରୀ ନିଜ ଚାକିରି ହରାଇଛନ୍ତି। କିନ୍ତୁ ଏବେ ସେହିମାନଙ୍କ ପାଇଁ ଖୁସି ଖବର। ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ କରୋନା ମହାମାରୀ କାରଣରୁ ଅନଲାଇନ ସପିଂର ଡିମାଣ୍ଡ ବଢିଯାଇଛି। ଲୋକମାନଙ୍କର ଆବଶ୍ୟକତାକୁ ପୂରଣ କରିବାକୁ ଆମାଜନ ଅସ୍ଥାୟୀ ଭାବରେ ୫୦ ହଜାର ଲୋକଙ୍କୁ ଚାକିରିରେ ରଖିବ।

କମ୍ପାନୀ ତାର ବୟାନରେ ଜଣାଇଛି ଯେ ଏହି ଚାକିରି ୱେୟାରହାଉସିଂ ଏବଂ ଡେଲିଭରି ନେଟୱାର୍କ ଆଦିରେ ଦିଆଯିବ। କରୋନା ସଂକ୍ରମଣ ଏବଂ ଲକଡାଉନ କାରଣରୁ ଲୋକେ ଅନଲାଇନ ସପିଂ କରୁଛନ୍ତି। ଏମିତିରେ ଅନେକ ପ୍ରଡକ୍ଟସର ଚାହିଦା ମଧ୍ୟ ଅଧିକ ହୋଇଗଲାଣି। ଏହି ଚାହିଦାକୁ ଲକ୍ଷ କରି କମ୍ପାନୀ ୫୦ ହଜାର ଲୋକଙ୍କୁ ଅସ୍ଥାୟୀ ଭାବରେ ଚାକିରୀରେ ନିଯୁକ୍ତି ଦେବ।

ଯଦି ଆପଣ ମଧ୍ୟ ତାଲାବନ୍ଦ ସମୟରେ ଚାକିରୀ ହରାଇ ଘରେ ବସିଛନ୍ତି ତାହେଲେ ଆପଣଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ। କମ୍ପାନୀ ଜଣାଇଛି ଯେ ଯେଉଁମାନେ ଏହି ଚାକିରି ପାଇଁ ଆଗ୍ରହୀ ଅଛନ୍ତି ସେମାନେ ୧୮୦୦-୨୦୮-୯୯୦୦ ନମ୍ବରକୁ କଲ କରିପାରିବେ। ନଚେତ ସିଜନଲ ହାଏରିଂଇଣ୍ଡିଆ@ଆମାଜନ ଡଟ କମରେ ମେଲ ପଠାଇପାରିବେ।

Pritiparna

Recent Posts

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

4 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

40 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

42 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

46 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

51 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

54 mins ago