ବ୍ୟବସାୟ ଓ ଅର୍ଥନୀତି

ବଜାଜ ଲଞ୍ଚ କଲା Pulsarର ନୂଆ ଭାରିଆଣ୍ଟ, ଅନ୍ୟ ବାଇକରେ ରହିଛି ଅପଡେଟ୍‌

ବଜାଜ ନିଜର Pulsar N160ର ଏକ ନୂଆ ଭାରିଆଣ୍ଟ ଲଞ୍ଚ କରିଛି । ଏହା ହେଉଛି ବଜାଜ Pulsar N160 USD ଫର୍କ ଭାରିଆଣ୍ଟ । ଏହା ସହିତ ବଜାଜ ଅନ୍ୟ ପଲସରରେ କିଛି ଅପଡେଟ୍‌ ମଧ୍ୟ ଆଣିଛି, ଯେଉଁଥିରେ Pulsar 125, Pulsar 150 ଏବଂ Pulsar 220F ସାମିଲ ରହିଛି । ଏହି ବାଇକ୍ ଗୁଡିକରେ LCD ଡିସପ୍ଲେ ଅଛି ଯାହା ବ୍ଲୁଟୁଥ୍ ସହିତ କନେକ୍ଟ ହୋଇପାରିବ । ଏଥିରେ ନୂଆ କଲର ମଧ୍ୟ ଅଣାଯାଇଛି ।

Pulsar N160ରେ USD ଫର୍କ ବ୍ୟତୀତ କୌଣସି ବଡ଼ ପରିବର୍ତ୍ତନ କରାଯାଇ ନାହିଁ । ଏହି ବାଇକରେ ୧୬୪ccର ସିଙ୍ଗଲ୍ ସିଲିଣ୍ଡର, ଏୟାର-କୁଲ୍ଡ ଇଞ୍ଜିନ୍ ମିଳିବ । ଏହି ଇଞ୍ଜିନ୍ ୮,୭୫୦ rpmରେ ୧୬ hp ର ପାଓ୍ଵାର ମିଳିବ ଏବଂ ୬,୭୫୦ rpmରେ ୧୪.୭ Nm ଟର୍କ ଜେନେରେଟ୍‌ କରେ । ବଜାଜ ଏହାର ଦାମ୍‌ ୧.୪୦ ଲକ୍ଷ ଟଙ୍କା ରଖିଛି ।

ଯେଉଁଭଳି ବଡ଼ Pulsar N250ରେ ୩ ଟି ABS ମୋଡ୍ ମିଳିଥାଏ, ଠିକ୍‌ ସେହିପରି ବର୍ତ୍ତମାନ N160ରେ ମଧ୍ୟ ୩ଟି ABS ମୋଡ୍ ମିଳିବ, ଯାହା ରୋଡ୍‌, ରେନ୍‌ ଏବଂ ଏବଂ ଅଫ୍ ରୋଡ୍ ରହିଛି । ଏହି ସିଷ୍ଟମ୍ କେବଳ ABS ର କାର୍ଯ୍ୟ ପ୍ରଣାଳୀକୁ ବଦଳାଇଥାଏ ଏବଂ ଆପଣ ABS କୁ ପୂରା ବନ୍ଦ କରିପାରିବେ ନାହିଁ । ଆପଣ ଚାରୋଟି କଲର ଅପ୍ସନରେ N160 କିଣିପାରିବେ, ଯେପରିକି ରେଡ୍‌, ହ୍ଵାଇଟ୍‌, ବ୍ଲୁ, ଏବଂ ବ୍ଲାକ୍‌ । ଏହା ସହିତ ବଜାଜ Pulsar 125, 150 ଏବଂ 220F ରେ ବର୍ତ୍ତମାନ ଏକ ଡିଜିଟାଲ୍ ଡିସପ୍ଲେ ଏବଂ USB ଚାର୍ଜର ରହିଛି ଏବଂ କମ୍ପାନୀ ବର୍ତ୍ତମାନ ଏହି ବାଇକରେ ୩ ଟି ନୂଆ କଲର ଅପ୍ସନ ଆଣିଛି ।

ଯଦି ଆମେ ବଜାଜ ପଲସରର ରାଇଭଲ୍‌ ବାଇକ୍ ବିଷୟରେ କହିବା, ଏଥିରେ TVS Apache RTR 180 ସାମିଲ ଅଛି ଯାହାର ଏକ୍ସ ସୋ’ରୁମ୍ ଦାମ୍‌ ୧,୧୯,୮୯୦ ଟଙ୍କା । ଦ୍ୱିତୀୟ ବାଇକ୍ ବିଷୟରେ କହିବାକୁ ଗଲେ TVS ର Apache RTR 160 4V ରହିଛି, ଯାହାର ଏକ୍ସ ସୋ’ରୁମ୍ ଦାମ୍‌ ୧,୨୬,୯୨୫ ଟଙ୍କା ରହିଛି ।

Subhalaxmi Das

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

10 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

21 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

32 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago