ବ୍ୟବସାୟ ଓ ଅର୍ଥନୀତି

ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ପକ୍ଷରୁ ଯୁବପିଢୀମାନଙ୍କ ପାଇଁ ଆବେଦନ ଜାରି କରାଯାଇଛି। ଯେଉଁ ଆବେଦନକାରୀ ଡିଆରଡିଓରେ ଚାକିରୀ ପାଇବା ପାଇଁ ଚାହୁଁଛନ୍ତି ସେମାନେ ଆସନ୍ତା କାଲି ଅର୍ଥାତ ୦୬ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସୂଚନା ମୁତାବକ ଟ୍ରେଡ ଅପରେଂଟିସ ପଦବୀରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ପଦବୀ ନାମ ଏବଂ ପଦ ସଂଖ୍ୟା

ଟ୍ରେଡ ଅପରେଂଟିସ- ୪୧

ବୟସ ସୀମା

ଏହି ପଦବୀରେ ଆବେଦନ ପାଇଁ ଆବେଦନକାରୀଙ୍କ ବୟସସୀମା ଡିଆରଡିଓର ନିୟମାନୁଯାୟୀ ନିର୍ଦ୍ଦାରିତ କରାଯିବ।

ମହତ୍ତ୍ୱପୂର୍ଣ୍ଣ ତାରିଖ

ଅନଲାଇନ୍‌ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୦୬ ମାର୍ଚ୍ଚ ୨୦୨୦

ଆବେଦନ ପ୍ରକ୍ରିୟା

ଆବେଦନ କରିବା ପାଇଁ ଇଛୁକ ଆବେଦନକାରୀ ଅଧିକାରୀକ େଓ୍ଵବସାଇଟରେ ଜାରି କରାଯାଇଥିବା ନୋଟିଫିକେସନ ଉପରେ କ୍ଲିକ୍‌ କରି ସମସ୍ତ ତଥ୍ୟ ପଢନ୍ତୁ। ଏହାପରେ ଦିଆଯାଇଥିବା ସମସ୍ତ ନିର୍ଦେଶ ଅନୁଯାୟୀ ୦୬ ମାର୍ଚ୍ଚ ପୂର୍ବରୁ ଆବେଦନ ପ୍ରକ୍ରିୟା ପୁରା କରନ୍ତୁ। ଆବେଦନ କରିବା ପରେ ଏହାର ପ୍ରିଣ୍ଟଆଉଟ୍‌ ବାହାର କରି ଆଗାମୀ ଚୟନ ପ୍ରକ୍ରିୟା ପାଇଁ ସୁରକ୍ଷିତ ରଖନ୍ତୁ।

KNews Bureau

Recent Posts

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

24 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

1 hour ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

1 hour ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 hours ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago