କ୍ରୀଡା

ଗଙ୍ଗାରେ ବୁଡ଼ ପକାଇଲେ ବିଶ୍ୱର ସର୍ବଶ୍ରେଷ୍ଠ ଫିଲ୍ଡର ଜଣ୍ଟି ରୋଡ୍‌ସ, ଫଟୋ ଶେୟାର କରି ଏମିତି ଲେଖିଲେ କ୍ୟାସପନ

ବିଶ୍ୱର ସର୍ବଶ୍ରେଷ୍ଠ ଫିଲ୍ଡର ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍‌ସ ବୁଧବାର ଭାରତର ଋଷିକେଶଠାରେ ପହଞ୍ଚିଥିଲେ। ଏଠାରେ ସେ ଗଙ୍ଗାରେ ବୁଡ଼ ପକାଇଛନ୍ତି। ଏହି ସମୟର ଏକ ଫଟୋକୁ ସେ ଟୁଇଟରରେ ମଧ୍ୟ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ ସହିତ କ୍ୟାପସନ ଲେଖିଛନ୍ତି ଯେ ‘ପବିତ୍ର ଗଙ୍ଗାର ଥଣ୍ଡା ପାଣିରେ ବୁଡ଼ ପକାଇଲେ ଶାରୀରିକ ଏବଂ ଆଧ୍ୟାତ୍ମିକ ଫାଇଦା ମିଳିଥାଏ’। ଏହା ଉପରେ ଜଣେ ଭାରତୀୟ ୟୁଜର ଲେଖିଥିଲେ, ‘ଭାରତରେ ଆପଣଙ୍କୁ ସ୍ୱାଗତ’। ସେଠି ଭାରତୀୟ ସ୍ପିନର ହରଭଜନ ସିଂ ଲେଖିଥିଲେ ଯେ ‘ମୋ ସାଙ୍ଗ, ଆପଣ ମୋଠାରୁ ଅଧିକ ଭାରତ ଦେଖିଛନ୍ତି। ଆପଣଙ୍କୁ ଗଙ୍ଗାରେ ବୁଡ଼ ପକାଇବାର ଦେଖି ଖୁସି ଲାଗୁଛି। ଆରଥରକୁ ମୋତେ ବି ସାଙ୍ଗରେ ନେଇକି ଯିବେ’।

ଜଣ୍ଟି ନିଜ ଫଟୋ ସହିତ ୩ ହ୍ୟାସ୍‌ଟ୍ୟାଗ୍‌ ଶବ୍ଦ ବ୍ୟବହାର କରିଛନ୍ତି। ସେ ମୋକ୍ଷ, ଋଷିକେଶ ଏବଂ ଇଣ୍ଟରନ୍ୟାଶନାଲ ଯୋଗ ଫେଷ୍ଟିଭାଲ ଶବ୍ଦକୁ ଟ୍ୟାଗ କରିଛନ୍ତି। ଜଣ୍ଟି ଭାରତୀୟ ଷ୍ଟାଇଲରେ ଛାତି ପଯ୍ୟର୍ନ୍ତ ଗଙ୍ଗାରେ ବୁଡ଼ି ରହି ଛିଡ଼ାହୋଇଛନ୍ତି ଏବଂ ଦୁଇ ହାତ ଯୋଡ଼ିଛନ୍ତି। କହି ରଖୁଛୁ, ଜଣ୍ଟି ଏବେ ନିଜ ପରିବାର ସହିତ ଭାରତରେ ଛୁଟି କାଟୁଛନ୍ତି। ୨୦୨୬ରେ ଜନ୍ମ ହୋଇଥିବା ନିଜ ଝିଅର ନାଁ ସେ ‘ଇଣ୍ଡିଆ’ ମଧ୍ୟ ରଖିଛନ୍ତି।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

3 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

7 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

7 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

8 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

8 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

8 hours ago