ବ୍ୟବସାୟ ଓ ଅର୍ଥନୀତି

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସରକାରୀ ପଦବୀ ଖାଲି, ଆଜି ହିଁ କରନ୍ତୁ ଆବେଦନ

ସରକାରୀ ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଯୁବବର୍ଗଙ୍କ ପାଇଁ ଖୁସିଖବର। ବନବିଭାଗ, ଡାକ ବିଭାଗ, ପୋଲିସ ବିଭାଗ ଏବଂ ବିଦ୍ୟୁତ ବିଭାଗରେ ବିଭିନ୍ନ ପଦରେ ଭର୍ତ୍ତି ପାଇଁ ଆବେଦନ ଜାରୀ କରାଯାଇଛି। ଯେଉଁଥିରେ ଦଶମ ପାସ ଠାରୁ ନେଇ ଗ୍ରାଜୁଏସନ ପର୍ଯ୍ୟନ୍ତ ସବୁ ଆଶାୟୀଙ୍କ ପାଇଁ ଚାକିରି ପାଇବାର ସୁଯୋଗ ରହିଛି। ଆମେ ଆଜି ଆପଣଙ୍କୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଅନେକ ବିଭାଗରେ ସରକାରୀ ଚାକିରି ସହିତ ଜଡିତ ସୂଚନା ଦେବୁ। ଆପଣ ନିଜ ପସନ୍ଦ ଏବଂ ଯୋଗ୍ୟତା ଅନୁଯାୟୀ ଉକ୍ତ ଅଫିସିଆଲ ୱେବସାଇଟ ଜରିଆରେ ଅନଲାଇନ ଆବେଦନ କରିପାରିବେ।

ଦଶମ ପାସ୍‌ ପାଇଁ ଡାକ ବିଭାଗରେ ୨୮୩୪ ପଦରେ ଭର୍ତ୍ତୀ

India Post Recruitment 2020: ଭାରତୀୟ ଡାକ ବିଭାଗ ମଧ୍ୟ ପ୍ରଦେଶ ପୋଷ୍ଟାଲ ସର୍କଲରେ ଗ୍ରାମୀଣ ଡାକ ସେବକ ଭର୍ତ୍ତୀ ପାଁ ଆବେଦନ କରାଯାଉଛି। ଡାକ ବିଭାଗରେ ଏହି ଭର୍ତ୍ତୀ ପ୍ରକ୍ରୀୟା ଅନୁଯାୟୀ ୨୮୩୪ ପଦରେ ନିଯୁକ୍ତି କରାଯିବ। ଏହି ପଦ ପାଇଁ ଦଶମ ପାସ୍‌ ପ୍ରାର୍ଥୀ ଆବେଦନ କରିପାରିବେ। ଗ୍ରାମୀଣ ଡାକ ସେବକରେ ଏହି ଭର୍ତ୍ତୀ ଅନୁଯାୟୀ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର, ଡାକସେବକ ପଦ ପାଇଁ ନିଯୁକ୍ତି କରାଯାଉଛି। ଆଶାୟୀ ପ୍ରାର୍ଥି ୭ ଜୁଲାଇ ପଯ୍ୟର୍ନ୍ତ ଆବେଦନ କରିପାରିବେ।

ବନ ବିଭାଗରେ ସରକାରୀ ଚାକିରି, ମାସକୁ ୫୬୦୦୦ ପର୍ଯ୍ୟନ୍ତ ଦରମା

CGPSC Forest Service Recruitment 2020: ଛତିଶଗଡ ଲୋକସେବା ଆୟୋଗ ଫରେଷ୍ଟ ରେଞ୍ଜର ଏବଂ ଆସିଷ୍ଟାଣ୍ଟ ଫରେଷ୍ଟ ଗାର୍ଡ ପଦ ପାଇଁ ଆବେଦନ କରିପାରିବେ। ଛତିଶଗଡ ବନବିଭାଗ ଭର୍ତ୍ତୀ ୨୦୨୦(ସିଜି ଫରେଷ୍ଟ ଗାର୍ଡ ଭର୍ତ୍ତୀ ୨୦୨୦) ପାଇଁ ଫରେଷ୍ଟ ରେଞ୍ଜର ଏବଂ ଆସିଷ୍ଟାଣ୍ଟ ଫରେଷ୍ଟ ଗାର୍ଡ ଚାକିରିରେ ମୋଟ ୧୭୮ ପଦରେ ନିଯୁକ୍ତି କରାଯିବ। ଏହି ପଦ ପାଇଁ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ନେଇ ୩୦ ବର୍ଷ (ଅନ୍ୟ ରାଜ୍ୟ) ଏବଂ ୨୧ ବର୍ଷରୁ ନେଇ ୪୦ ବର୍ଷ (ଛତିଶଗଡ) ନିର୍ଦ୍ଧାରିତ କରାଯାଇଛି। ଫରେଷ୍ଟ ରେଞ୍ଜରର ୧୫୭ ପଦରେ ଚୟନିତ ଆଶାୟୀଙ୍କୁ ୩୮୧୦୦ ଟଙ୍କା ପ୍ରତିମାସ ଦରମା ମିଳିବ। ସେହିପରି ଆସିଷ୍ଟାଣ୍ଟ ଫରେଷ୍ଟ ଗାର୍ଡରେ ୨୧ଟି ପଦ ପାଇଁ ମନୋନିତ ଆଶାୟୀ ପ୍ରାର୍ଥୀଙ୍କୁ ୫୬୧୦୦ ଟଙ୍କା ପ୍ରତି ମାସ ଦରମା ମିଳିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମନୋନିତ ପ୍ରାର୍ଥିଙ୍କ ପୋଷ୍ଟିଙ୍ଗ ଛତିଶଗଡରେ ହେବ।

UPPCLରେ ଦଶମ ପାସରେ ବମ୍ପର ଭର୍ତ୍ତୀ, ୨୭,୨୦୦ ଟଙ୍କା ବେତନ ମିଳିବ

UPPCL Technician Recruitment 2020: ଉତ୍ତରପ୍ରଦେଶ ପାଓ୍ଵାର କର୍ପୋରେସନ ଲିମିଟେଡ (UPPCL) ଟେକ୍ନିସିଆନ ୬୦୮ ପଦରେ ଭେକେନ୍ସୀ ବାହାର କରିଛନ୍ତି। ଏହି ପଦ ପାଇଁ ଆଶାୟୀ ପ୍ରାର୍ଥିଙ୍କ ପାଖରେ ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ପାସ ସାର୍ଟିଫିକେଟ ଥିବା ବାଧ୍ୟତାମୂଳକ। ଏହି ଭର୍ତ୍ତୀ ପ୍ରକ୍ରୀୟା ପାଇଁ ୧୮ ବର୍ଷରୁ ୪୦ ବର୍ଷର ପ୍ରାର୍ଥୀ ଆବେଦନ କରିପାରିବେ। ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ୨୭,୨୦୦ ପ୍ରତିମାସ ଦରମା ଦିଆଯିବ। ଏହି ଭର୍ତ୍ତୀ ପାଇଁ ଯୋଗ୍ୟ ପ୍ରାର୍ଥି ୨୨ ଜୁଲାଇ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଦିଲ୍ଲୀ ପୋଲିସ ଏବଂ ସିଏପିଏଫର ବମ୍ପର ଭର୍ତ୍ତୀ, ୧୧୨୪୦୦ ପର୍ଯ୍ୟନ୍ତ ଦରମା

Delhi Police Recruitment 2020: ଦିଲ୍ଲୀ ପୋଲିସରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ସାନଦାର ମଉକା। କର୍ମଚାରୀ ଚୟନ ଆୟୋଗ (SSC) ୧୫୬୪ ଖାଲି ପଦ ପାଇଁ ଆବେଦନ ପତ୍ର ଜାରୀ କରିଛି। ଏହି ଭର୍ତ୍ତୀ ପାଇଁ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ (CAPF) ଏବଂ ଦିଲ୍ଲୀ ପୋଲିସରେ ସବ ଇନସପେକ୍ଟର ପଦ ପାଇଁ ପ୍ରାର୍ଥିଙ୍କୁ ଚୟନ କରାଯିବ। ଅଫିସିଆଲ ନୋଟିଫିକେସନ ଅନୁଯାୟୀ ଭର୍ତ୍ତୀ ପାଇଁ SSC CAPF SI Recruitment 2020 ଯୋଗ୍ୟ ଏବଂ ଆଶାୟୀ ପ୍ରାର୍ଥୀ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ସଂସଦରେ ଟ୍ରାନ୍ସଲେଟର ପଦ ପାଇଁ ଭେକେନ୍ସୀ, ୧.୫୧ ଲକ୍ଷରୁ ଅଧିକ ଦରମା

ଲୋକସଭା ସଚିବାଳୟରେ ଟ୍ରାନ୍ସଲେଟରର ୨୭ଟି ପଦ ପାଇଁ ଭେକେନ୍ସୀ ବାହାରିଛି। ଏହି ପଦରେ ଆବେଦନ କରିବା ପାଇଁ ଆଶାୟୀ ପାର୍ଥୀଙ୍କୁ କୌଣସି ବି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ହିନ୍ଦୀରେ ପୋଷ୍ଟ ଗ୍ରାଜୁଏଟ୍ସ ହୋଇଥିବା ଜରୁରୀ। ଏଥିସହିତ ରାଜ୍ୟ ସରକାରଙ୍କ କାଯ୍ୟର୍ାଳୟରେ ଟ୍ରାନ୍ସଲେଟର ପଦରେ କାମ କରିବାର ୨ ବର୍ଷର ଅନୁଭବ ହେବା ଉଚିତ। ଏହି ପଦ ପାଇଁ ଆବେଦନକାରୀଙ୍କ ଅଧିକତମ ବୟସ ୨୭ ବର୍ଷ ନିର୍ଦ୍ଧାରିତ କରାଯାଇଛି। ସେହିପରି ମନୋନିତ ହୋଇଥିବା ପ୍ରାର୍ଥୀଙ୍କୁ ୪୭,୬୦୦-୧,୫୧,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago