ବ୍ୟବସାୟ ଓ ଅର୍ଥନୀତି

ଏଟିଏମରୁ କ୍ୟାସ ବାହାର କରୁଥିଲେ ଜାଣନ୍ତୁ ଏହି ନିୟମ, ନଚେତ୍‌ ଠକାମିରେ ଚାଲିଯିବ ସବୁ ଟଙ୍କା

ଏଟିଏମ ଏକ ଏମିତି ସେବା ଯାହା ୨୪ ଘଣ୍ଟା ଆପଣଙ୍କୁ ସର୍ଭିସ ଦେବା ପାଇଁ ମହଜୁଦ ଅଛି। ଏହା ଜରିଆରେ ଆପଣ କୌଣସି ବି ସମୟରେ ଟଙ୍କା ଉଠାଇପାରିବେ। କିନ୍ତୁ ଏଟିଏମ ବ୍ୟବହାର କରିବା ବେଳେ ବହୁତ ସାବଧାନ ରଖିବା ନିହାତି ଜରୁରୀ। ନଚେତ ହ୍ୟାକର୍ସ ଆପଣଙ୍କ ଆକାଉଣ୍ଟରୁ ମିନିଟରେ ଟଙ୍କା ଟ୍ରାନ୍ସଫର କରିନେବେ। ଅନେକ ଥର ଏମିତି ହୋଇଥାଏ ଯେ ଏଟିଏମରେ ଆମେ କିଛି ଏମିତି ଭୁଲ କରିଦିଅନ୍ତି ଯେ ଯାହାର ପରିରାମ ପର ମୂହୁର୍ତ୍ତରେ ବହୁତ ଖରାପ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏଟିଏମ ବ୍ୟବହାର କରିବା ସମୟରେ ଆମକୁ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ଏଟିଏମରୁ ଟଙ୍କା କାଢ଼ିବା ନେଇ ନିୟମରେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛି । ଏଣିକି ଟଙ୍କା ଉଠାଇବାକୁ ହେଲେ ଗ୍ରାହକଙ୍କୁ ନିଜ ସାଙ୍ଗରେ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଫୋନ ସାଙ୍ଗରେ ନେବାକୁ ହେବ । ଲାଗୁ ହୋଇଥିବା ନିୟମ ଅନୁଯାୟୀ ନିଜ ସାଥିରେ ରେଜିଷ୍ଟର୍ଡ ନମ୍ବର ନରଖିଲେ ଆଉ ଟଙ୍କା ଉଠାଇ ହେବ ନାହିଁ । ଅନେକ ସମୟରେ ଗ୍ରାହକଙ୍କ ସହିତ ହେଉଥିବା ଧୋକାକୁ ରୋକିବା ପାଇଁ ହିଁ ବ୍ୟାଙ୍କ କତ୍ତୃପକ୍ଷଙ୍କ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଏଟିଏମରେ ହେଉଥିବା ଅନଅଥରାଇଜଡ଼ ଟ୍ରାଞ୍ଜାକ୍ସନ ରୋକିବା ପାଇଁ ଏସବିଆଇ ତରଫରୁ ଏକ ବାନ ଟାଇମ ପାସ୍ୱାର୍ଡ ନମ୍ବର ସିଷ୍ଟମ ଲାଗୁହେବ । ଏଣିକି ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କୁ ନିଜ ସହ ରେଜିଷ୍ଟର୍ଡ ପିନ ସହ ଡେବିଟ କାର୍ଡ ପିନ ବି ନେବାକୁ ହେବ ।

ଏଟିଏମ୍‌ ରୁ ଟଙ୍କା ଉଠାଇବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ଏହି ରୁଲକୁ ମାନିବାକୁହେବ। ଠକ ସମସ୍ୟାକୁ ଦୂର କରିବା ପାଇଁ ଏହି ନିୟମ ବାହାରିଛି। ଓଟିପି ସହ ଆପଣଙ୍କୁ କିଛି ରୁଲକୁ ମାନିବାକୁ ହେବ। ଜାଣିରଖନ୍ତୁ ଯେ ୧୦ ହଜାରରୁ ଅଧିକ ଟଙ୍କା ବାହାର କରିବା ଉପରେ ଏହି ନିୟମ ଲାଗୁ ହୋଇଛି। ଏସବିଆଇ ନିଜ ଗ୍ରାହକଙ୍କୁ ରେଜିଷ୍ଟ୍ରଡ ମୋବାଇଲ ନମ୍ବରରେ ଓଟିପି ସହ ଡେବିଟ କାର୍ଡ ପିନ ସହ ସବୁଥର ଏଟିଏମ ରୁ ୧୦ ହଜାର ଟଙ୍କା ବାହାର କରିବାର ଅନୁମତି ଦେଇଥାଏ।

ଏବେ ନୂଆ ନିୟମରେ ଟଙ୍କା ଉଠାଇବା ପାଇଁ ଜାଣିନିଅନ୍ତୁ ପ୍ରୋସେସ:

-ଏସବିଆଇ ଏଟିଏମ ରୁ ଟଙ୍କା ଉଠାଇବା ପୂର୍ବରୁ ଏକ ଓଟିପି ନମ୍ବର ଆପଣଙ୍କ ରେଜିଷ୍ଟ୍ରଡ ମୋବାଇଲ ନମ୍ବରକୁ ଦିଆଯିବ।
-୪ ଅଙ୍କ ବିଶିଷ୍ଟ ଏହି ଓଟିପି ନମ୍ବର ଦ୍ୱାରା ସିଙ୍ଗିଲ ଟ୍ରାଞ୍ଜେକସନ ଆପଣ କରିପାରିବେ।
-ପରେ ଟଙ୍କା ଓ୍ଵିଥ-ଡ୍ର ପାଇଁ ରେଜିଷ୍ଟ୍ରଡ ନମ୍ବରରେ ମୋବାଇଲ ନମ୍ବରେ ଦିଆଯାଇଥିବା ଓଟିପି ନମ୍ବରକୁ ଏଣ୍ଟର କରିବାକୁ ହେବ।

ଦେଶର ସବୁଠୁ ବଡ଼ ସାର୍ବଜନିକ ବ୍ୟାଙ୍କ ଏସବିଆଇ ଭାରତରେ ୭୧,୭୦୫ ବିସି ଆଉଟଲେଟସ ରହିଛି।ଏହାସହ ୨୨,୨୨୪ ଶାଖା ସହିତ ୬୩,୯୦୬ ଏଟିଏମ/ସିଡ଼ିଏମର ବଡ଼ ନେଟଓ୍ଵାର୍କ ରହିଛି। ଏହାବ୍ୟତିତ ଇଣ୍ଟରନେଟ ବ୍ୟାକିଂ ଓ ମୋବାଇଲ ବ୍ୟାକିଂ ସେବା ଅନ୍ତର୍ଭୁକ୍ତ ଗ୍ରାହକଙ୍କ ସଂଖ୍ୟା କ୍ରମେ ୯.୧ କୋଟି ଓ ୨ କୋଟି ରହିଛି। ତେଣୁ ଠକାମିରୁ ବଞ୍ଚିବା ପାଇଁ ଏହି ଉପାୟ ବାଛନ୍ତୁ ଓ ସତର୍କ ରୁହନ୍ତୁ।

ଆଗକୁ ପଢ଼ନ୍ତୁ: SBI E-Mudra ଲୋନ ପାଇବା ପାଇଁ ଏପରି ଭାବେ କରନ୍ତୁ ଅନଲାଇନ ଆପ୍ଲାଏ, ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ

D Sonali

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

4 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

21 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

35 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

48 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

49 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago