ବ୍ୟବସାୟ ଓ ଅର୍ଥନୀତି

SBI e-Mudra ଲୋନ ପାଇବା ପାଇଁ ଏପରି ଭାବେ କରନ୍ତୁ ଅନଲାଇନ ଆପ୍ଲାଏ, ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ

ଏସବିଆଇ ବାହାର କରିଛି ଇ-ମୁଦ୍ରା ଲୋନ ୨୦୨୨। ଏହି ଲୋନ ଅନ୍ତର୍ଗତ ଗ୍ରାହକଙ୍କୁ ମୁଦ୍ରା ଲୋନ ଦିଆଯିବ। ଏସବିଆଇ ଇ-ମୁଦ୍ରା ଲୋନ ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଯୋଜନା ଅନ୍ତର୍ଗତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଖାତା ଧାରକଙ୍କ ପାଇଁ ଆରମ୍ଭ କରିଛି। କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବା ପାଇଁ ଇଚ୍ଛୁକ ଗ୍ରାହକ ଏହି ଯୋଜନାର ଫାଇଦା ଉଠାଇପାରିବେ।

ଷ୍ଟେଟବ୍ୟାଙ୍କର ଏହି ଯୋଜନା ଅନ୍ତର୍ଗତ ଗ୍ରାହକ ୫୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏହାସହ ଆପଣଙ୍କୁ ଋଣକୁ ୯% ସୁଧରେ ୬୦ ମାସ ମଧ୍ୟରେ ସୁଝିବାର ସମୟ ଦିଆଯିବ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଇ-ମୁଦ୍ରା ଲୋନ ସୁବିଧାକୁ ସେହି ମାନଙ୍କ ପାଇଁ ଆରମ୍ଭ କରିଛି ଯେଉଁମାନଙ୍କ ପାଖେ ବିଜନେସ କରିବା ପାଇଁ ଟଙ୍କା ନାହିଁ। ଏହି ଯୋଜନା କେବଳ ବଡ଼ ଲୋକ ନୁହେଁ ବରଂ ଷ୍ଟୁଡେଣ୍ଟସଙ୍କ ସହ ମହିଳା ମାନଙ୍କୁ ମଧ୍ୟ ସାହାଯ୍ୟ କରିବ। ଏହି ଲୋନ ପ୍ରକୃତରେ ସରକାରଙ୍କ ତରଫରୁ ଦିଆଯିବ। ତେଣୁଏହାକୁ କେବଳ ଆପଣ ସରାକରୀ ବ୍ୟାଙ୍କରେ ହିଁ ପାଇପାରିବେ। ଏଥିରେ ଏସବିଆଇ ହେଉଛି ପ୍ରମୁଖ ବ୍ୟାଙ୍କ। SBI Mudra Loan Schemeର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏହାର ଅଫିସିଆଲ େଓ୍ଵବସାଇଟକୁ ଯାଇ ଅନଲାଇନ ମାଧ୍ୟମରେ ଆପ୍ଲାଏ କରିବାକୁ ହେବ। ଏଥିପାଇଁ ପିଡ଼ିଏଫ ଲିଙ୍କ ମଧ୍ୟ ବ୍ୟାଙ୍କ ଦେଇଛି।

ପ୍ରକୃତରେ ଏସିବଆଇ ଇ ମୁଦ୍ରା ଲୋନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଏକ ଅଂଶ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହା ଅପ୍ରେଲ ୮ ତାରିଖରେ ଲଞ୍ଚ କରିଥିଲେ। ଏହି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ତଥା ଲଘୁ ବ୍ୟବସାୟଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିବ। ଏଥିରେ କୃଷି , ବ୍ୟାପାର ଓ ସେବା କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି। ଏମାନେ ବ୍ୟକ୍ତିଗତ ଭାବେ ନିଜ ବ୍ୟାପାର ଆରମ୍ଭ କରିବା ପାଇଁ ଚାହୁଁଥିଲେ ଏହି ସେବାର ଫାଇଦା ଉଠାଇପାରିବେ।

ଏସବିଆଇ ଇ –ମୁଦ୍ରା ଲୋନ ପାଇଁ ଆପଣଙ୍କୁ ଏହି ସବୁ ସର୍ତ୍ତକୁ ମାନିବାକୁ ପଡ଼ିବ:

-ପ୍ରାଥମିକ ଭାବେ ବ୍ୟବସାୟ ଆରମ୍ଭ କରିବା ପାଇଁ ମୁଦ୍ରା ସ୍କୋରିଂ କାର୍ଡରେ ନ୍ୟୁନତମ ୫୦% ଅଙ୍କ ପ୍ରାପ୍ତ କରିବାକୁ ହେବ।
-ବ୍ୟକ୍ତି ଜଣକ ଭାରତ ନିବାସୀ ହୋଇଥିବା ଦରକାର। ଏହାସହ ବୟସ ସୀମା ୧୮ରୁ ୬୫ ବର୍ଷ ହେବା ଜରୁରୀ।
-ଏସବିଆଇର ଏହି ଯୋଜନା ପାଇଁ ବ୍ୟକ୍ତିଙ୍କୁ ଇ-ମୁଦ୍ରା ଡିଜିଟାଲ ପ୍ଲାଟଫର୍ମରେ ଆବେଦନ କରିବାକୁ ହେବ।
– ବ୍ୟାଙ୍କ ସହ ଆପଣଙ୍କ ଆଧାର ଲିଙ୍କ ହେବା ଜରୁରୀ। ଏହାସହ ମୋବାଇଲ ନମ୍ବର ଲିଙ୍କ କରିବା ଆବଶ୍ୟକ।

ଅନଲାଇନ ଆପ୍ଲାଏ କରିବାର ପ୍ରୋସେସ:

-ପ୍ରଥମେ ଆପଣ ଏସବିଆଇର ଅଧିକାରିକ େଓ୍ଵବସାଇଟ sbi.co.in
କୁ ଯାଆନ୍ତୁ।
-ଏଥିରେ ଆପଣ ଏବେ other services ଅପସନକୁ ଯାଆନ୍ତୁ। ହୋମ ପେଜରୁ e-Mudra କୁ ଚୁଜ କରନ୍ତୁ।
-ପରେ click here ଅପସନକୁ କ୍ଲିକ କରନ୍ତୁ । ଏଥିରେ ଆପଣଙ୍କୁ ନୂଆ ସ୍କ୍ରିନ ଦେଖାଯିବ।
-ଏଥିରେ ଦିଆଯାଇଥିବା ଫର୍ମକୁ ପୂରଣ କରନ୍ତୁ।
-ଏହାପରେ ଆପଣଙ୍କ ପାଖକୁ ଓଟିପି ନମ୍ବର ଆସିବ। ଏହାକୁ ଏଣ୍ଟର କରାଇ ସବମିଟ କରନ୍ତୁ।
-ପୁଣି ଥରେ ଏକ ନୁଆ ପେଜ ଆପଣଙ୍କ ସାମ୍ନାକୁ ଆସିବ।
-ଏହାପରେ ଆପଣ ନିଜ ଆକାଉଣ୍ଟ ନମ୍ବର ଦେଇ ଲୋନ ରାଶିକୁ ଏଣ୍ଟର କରାନ୍ତୁ।
– ଏହାପରେ proceed କୁ କ୍ଳିକ କରନ୍ତୁ।
-ଏହାପରେ ନିଜର ପର୍ସନାଲ ଡିଟେଲ୍ସ ଭରନ୍ତୁ। ପୁଣିଥରେ ପ୍ରୋସିଡ ଅପସନକୁ କ୍ଲିକ କରନ୍ତୁ।
-ପରେ ନିଜ ବିଜନେସ ସମ୍ପର୍କରେ ସମସ୍ତ ସୂଚନା ଦିଅନ୍ତୁ।

ଶେଷରେ ଆପଣଙ୍କ ଫର୍ମ ଆସିଯିବ। ଯଦି ଆପଣଙ୍କୁ ସବୁ ଟର୍ମ ଆଣ୍ଡ ସର୍ଭିସ ଠିକ ଲାଗେ ତେବେ ହିଁ ଆପଣ ଏହାକୁ ଆକ୍ସେପ୍ଟ କରନ୍ତୁ। ଶେଷରେ proceed to this sign କୁ କ୍ଳିକ କରନ୍ତୁ। ଏହାପରେ ଆପଣଙ୍କ ପାଖକୁ ଓଟିପି ନମ୍ବର ଯିବ। ପରେ ଇ-ସାଇନ କରନ୍ତୁ। ପରେ କନର୍ଫର୍ମେସନ କରି ପ୍ରୋସିଡରେ କ୍ଳିକ କରନ୍ତୁ। ଶେଷର ଅବେଦନକୁ ଆକ୍ସେପ୍ଟ କରିବା ପରେ ଏହାର ଏକ ପ୍ରିଣ୍ଟ ବାହାର କରିଦିଆନ୍ତୁ।

D Sonali

Recent Posts

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

9 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

14 mins ago

ପୃଥିବୀ କେତେ ବର୍ଷ ପୁରୁଣା, ଉତ୍ତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…

19 mins ago

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

36 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

42 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

49 mins ago