ପଶୁପକ୍ଷୀ ହୁଅନ୍ତୁ କି ଜୀବଜନ୍ତୁ, ଯଦି ଆମେ ତାଙ୍କୁ ଭଲ ପାଇବା ଦେବା ତେବେ ସେମାନେ ବି ଆମକୁ ଭଲ ପାଇବା ଦେଇଥାନ୍ତି। କିନ୍ତୁ ଯଦି କେହି ସେମାନଙ୍କ ସହ ଲାଗେ, ତେବେ ସେମାନେ ବି ଏହାର କଡ଼ା ଜବାବ ଦେବା ଜାଣିଥାନ୍ତି। ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କର ପ୍ରାୟତଃ ଏମିତି ଅନେକ ଭିଡିଓ ଦେଖିବାକୁ ମିଳେ, ଯେଉଁଥିରେ ସେମାନେ ମସ୍ତି କରୁଥାନ୍ତି କିମ୍ବା ରାଗୁଥାନ୍ତି। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ମୟୂର ରାଗିଲେ କେତେ ଭୟଙ୍କର ହୋଇପାରେ ତାହା ଦେଖାଯାଇଛି।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଜଙ୍ଗଲରେ ଏକ ମାଈ ମୟୂର ଅଣ୍ଡାଗୁଡ଼ିକୁ ଜଗି ବସିଛି। ଏହି ସମୟରେ ସେଠାକୁ ଜଣେ ବ୍ୟକ୍ତି ଆସି ଅଣ୍ଡାକୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। ବ୍ୟକ୍ତି ଜଣକ ଭାବିଥିଲେ ଯେ ସେ ଅଣ୍ଡା ନେଇଯିବେ, କିନ୍ତୁ ମୟୂର ଜାଣିପାରିବେ ନାହିଁ। କିନ୍ତୁ ବ୍ୟକ୍ତିଙ୍କର ଏହି ଯୋଜନା ଫେଲ୍ ମାରିଥିଲା। କାରଣ ଦୂରରୁ ତାଙ୍କ ଉପରେ ଆଉ ଏକ ମୟୂର ନଜର ରଖିଥିଲା। ବ୍ୟକ୍ତି ଜଣକ ଅଣ୍ଡା ଉଠାଉଥିବା ବେଳେ ମୟୂରଟି ତାଙ୍କୁ ଏମିତି ଆକ୍ରମଣ କଲା ଯେ ସେ ଗଡ଼ି ଗଡ଼ି ତଳେ ପଡ଼ିଲେ। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ ମତ ଦେଉଥିବା ଦେଖାଯାଇଛି।
ଦେଖନ୍ତୁ ଭିଡିଓ:
ଏହି ଭିଡିଓକୁ Naturepixm ନାମକ ଅଫିସିଆଲ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପ୍ଲୋଡ୍ କରାଯାଇଛି। ଭିଡିଓରେ ଜଣେ ବ୍ୟକ୍ତି ଲେଖିଛନ୍ତି- ଖୁବ୍ ସୁନ୍ଦର। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- ୱେଲ୍ ଡନ୍ ବାର୍ଡ। ମୟୂରଙ୍କର ଏହି ଭିଡିଓକୁ ଲୋକମାନେ ଖୁବ୍ ପସନ୍ଦ କରୁଥିବା ଦେଖାଯାଇଛି।
Also Read: ଧୂମପାନ ଅଭ୍ୟାସ ଛଡ଼ାଇବାକୁ ଆପଣାନ୍ତୁ ଏହି ଆୟୁର୍ବେଦିକ ଉପାୟ, ସପ୍ତାହେ ଭିତରେ ମିଳିବ ଫାଇଦା
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…