ମହଙ୍ଗା ପଡ଼ିଲା ମୟୂରର ଅଣ୍ଡା ଚୋରି କରିବା, ଖୁମ୍ପି ଖୁମ୍ପି ଏମିତି ଅବସ୍ଥା କଲା ସାଥୀ ପକ୍ଷୀ; ଦେଖନ୍ତୁ ଭିଡିଓ

ପଶୁପକ୍ଷୀ ହୁଅନ୍ତୁ କି ଜୀବଜନ୍ତୁ, ଯଦି ଆମେ ତାଙ୍କୁ ଭଲ ପାଇବା ଦେବା ତେବେ ସେମାନେ ବି ଆମକୁ ଭଲ ପାଇବା ଦେଇଥାନ୍ତି। କିନ୍ତୁ ଯଦି କେହି ସେମାନଙ୍କ ସହ ଲାଗେ, ତେବେ ସେମାନେ ବି ଏହାର କଡ଼ା ଜବାବ ଦେବା ଜାଣିଥାନ୍ତି। ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କର ପ୍ରାୟତଃ ଏମିତି ଅନେକ ଭିଡିଓ ଦେଖିବାକୁ ମିଳେ, ଯେଉଁଥିରେ ସେମାନେ ମସ୍ତି କରୁଥାନ୍ତି କିମ୍ବା ରାଗୁଥାନ୍ତି। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ମୟୂର ରାଗିଲେ କେତେ ଭୟଙ୍କର ହୋଇପାରେ ତାହା ଦେଖାଯାଇଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଜଙ୍ଗଲରେ ଏକ ମାଈ ମୟୂର ଅଣ୍ଡାଗୁଡ଼ିକୁ ଜଗି ବସିଛି। ଏହି ସମୟରେ ସେଠାକୁ ଜଣେ ବ୍ୟକ୍ତି ଆସି ଅଣ୍ଡାକୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। ବ୍ୟକ୍ତି ଜଣକ ଭାବିଥିଲେ ଯେ ସେ ଅଣ୍ଡା ନେଇଯିବେ, କିନ୍ତୁ ମୟୂର ଜାଣିପାରିବେ ନାହିଁ। କିନ୍ତୁ ବ୍ୟକ୍ତିଙ୍କର ଏହି ଯୋଜନା ଫେଲ୍‌ ମାରିଥିଲା। କାରଣ ଦୂରରୁ ତାଙ୍କ ଉପରେ ଆଉ ଏକ ମୟୂର ନଜର ରଖିଥିଲା। ବ୍ୟକ୍ତି ଜଣକ ଅଣ୍ଡା ଉଠାଉଥିବା ବେଳେ ମୟୂରଟି ତାଙ୍କୁ ଏମିତି ଆକ୍ରମଣ କଲା ଯେ ସେ ଗଡ଼ି ଗଡ଼ି ତଳେ ପଡ଼ିଲେ। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ ମତ ଦେଉଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by natural video (@naturepixm)

ଏହି ଭିଡିଓକୁ Naturepixm ନାମକ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅପ୍‌ଲୋଡ୍‌ କରାଯାଇଛି। ଭିଡିଓରେ ଜଣେ ବ୍ୟକ୍ତି ଲେଖିଛନ୍ତି- ଖୁବ୍‌ ସୁନ୍ଦର। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- ୱେଲ୍‌ ଡନ୍‌ ବାର୍ଡ। ମୟୂରଙ୍କର ଏହି ଭିଡିଓକୁ ଲୋକମାନେ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି।

Also Read: ଧୂମପାନ ଅଭ୍ୟାସ ଛଡ଼ାଇବାକୁ ଆପଣାନ୍ତୁ ଏହି ଆୟୁର୍ବେଦିକ ଉପାୟ, ସପ୍ତାହେ ଭିତରେ ମିଳିବ ଫାଇଦା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.